ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

India’s first Corona patient is infected again, had returned from China last year | ଚୀନର ୱୁହାନ୍ ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢୁଥିବା ଏହି ଯୁବତୀ ସେମିଷ୍ଟାର୍ ଶେଷ ହେବା ପରେ ଛୁଟିରେ ୩୦ ଜାନୁଆରୀ ୨୦୨୦ରେ କେରଳରେ ନିଜ ଘରକୁ ଫେରିଥିଲେ । ସେତେବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡି଼ଥିଲା ।

ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ
କେରଳରେ କରୋନା ସଂକ୍ରମଣର ସ୍ଥିତି ଚିନ୍ତାଜନକ ରହିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଥିରୁବନନ୍ତପୁରମ୍: ଦେଶରେ ଲଗାତର କରୋନା ଭାଇରସ୍ (Coronavirus) ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ କେରଳ ସମେତ କେତେକ ରାଜ୍ୟରେ ପରିସ୍ଥିତି ଚିନ୍ତାଜନକ ରହିଛି । ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ (Corona positive) ବ୍ୟକ୍ତି ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେ କେରଳର ତ୍ରିସୁରର (Thrissur) ବାସିନ୍ଦା ଓ ଜଣେ ଡାକ୍ତରୀ ଛାତ୍ରୀ । ସେ ୩୦ ଜାନୁଆରୀ ୨୦୨୦ରେ ଚୀନର ୱୁହାନରୁ ଫେରିଥିଲେ । ଏବେ ତାଙ୍କ ଚିକିତ୍ସା ତାଙ୍କ ଘରେ ଚାଲିଛି।

ତ୍ରିସୁରର ମେଡିକାଲ୍‌ ଅଫିସର ଡକ୍ଟର କେ.ଜେ. ରୀନା କହିଛନ୍ତି ଯେ ଏହି ଡାକ୍ତରୀ ଛାତ୍ରୀ ପୁଣି ଥରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର RT-PCR ରିପୋର୍ଟ ପଜିଟିଭ୍‌ ଆସିଛି ଓ ଆଣ୍ଟିଜେନ୍ ନେଗେଟିଭ୍‌ ଅଛି ବୋଲି ସେ କହିଛନ୍ତି । ଛାତ୍ରୀ ଜଣକ ଲକ୍ଷଣବିହୀନ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏହି ଯୁବତୀ ବର୍ତ୍ତମାନ ନିଜ ଘରେ ଅଛନ୍ତି ଓ ଭଲ ଅଛନ୍ତି ବୋଲି କହିଛନ୍ତି ଡଃ ରୀନା।

ଏହା ବି ପଢ଼ନ୍ତୁ | ରଥ ଯାତ୍ରା ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲା

ଏହି ଯୁବତୀ ଚୀନର ୱୁହାନ୍ ବିଶ୍ୱବିଦ୍ୟାଳୟରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ । ସେମିଷ୍ଟାର ଶେଷ ହେବା ପରେ ସେ ଛୁଟିରେ ୩୦ ଜାନୁଆରୀ ୨୦୨୦ରେ କେରଳରେ ନିଜ ଘରକୁ ଫେରିଥିଲେ । ସେତେବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡି଼ଥିଲା ।

ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀ

ସେତେବେଳେ ଏହି ଛାତ୍ରୀ ଜଣକ ପ୍ରାୟ ତିନି ସପ୍ତାହ ଧରି ତ୍ରିସୁର୍‌ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ତାଙ୍କ ରିପୋର୍ଟ ଦୁଇ ଥର ନେଗେଟିଭ୍‌ ଆସିଥିଲା । ସେ ସୁସ୍ଥ ହେବା ପରେ ୨୦ ଫେବୃଆରୀ ୨୦୨୦ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁରଭାଇରାଲ୍ ମିଛଉପରେ ବର୍ଷିଲେ

ସୋମବାର ଦିନ (ଜୁଲାଇ ୧୨) କେରଳରେ କରୋନା ଭୂତାଣୁ ସଂକ୍ରମଣର ୭,୭୯୮ଟି ନୂଆ ମାମଲା ଆସିଥିଲା ଓ ଏହି ମହାମାରୀ ଯୋଗୁଁ ଆଉ ୧୦୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ କେରଳର ମୋ’ଟ କରୋନା ସଂକ୍ରମଣ ସଂଖ୍ୟା ୩୦,୭୩,୧୩୪କୁ ବୃଦ୍ଧି ପାଇଥିଲା ଓ ରାଜ୍ୟର ମୋ’ଟ ମୃତକଙ୍କ ସଂଖ୍ୟା ୧୪,୬୮୬ରେ ପହଞ୍ଚିଥିଲା ।



କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଏକ ବିବୃତିରେ କହିଛନ୍ତି ଯେ ତ୍ରିସୁରରେ ୧,୦୯୨ଟି ନୂଆ ସଂକ୍ରମଣ, କୋଇକୁଡରେ ୭୮୦ଟି ଓ କୋଲାମରେ ୭୭୪ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । ସେ କହିଛନ୍ତି ଯେ ଏବେ ରାଜ୍ୟରେ ସଂକ୍ରମଣ ହାର ୯.୧୪ ପ୍ରତିଶତ ରହିଛି ।
Published by: Anand ST Das
First published: July 14, 2021, 12:00 AM IST