ଅକ୍ଟୋବରରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଯିବ ନାହିଁ! ବିସିସିଆଇ ପ୍ଲାନରୁ ଏହା ଲାଗୁଛି

କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ପ୍ରକାଶିତ ମ୍ୟାଚ୍ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ୧୧ ଅକ୍ଟୋବରରେ ବ୍ରିସବେନରେ ଖେଳାଯିବ । ହେଲେ କରୋନା ଭାଇରସ୍ ସଂକ୍ରମଣ କାରଣରୁ ଏଥିରେ ବଡ଼ ପରିବର୍ତ୍ତନ ହୋଇପାରେ ।

ଭାରତ-ଅଷ୍ଚ୍ରେଲିଆ ସିରିଜର ସିଡ୍ୟୁଲ୍ ବଦଳି ପାରେ ।

ଭାରତ-ଅଷ୍ଚ୍ରେଲିଆ ସିରିଜର ସିଡ୍ୟୁଲ୍ ବଦଳି ପାରେ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ କାରଣରୁ ଦେଶ ଦେଶ ମଧ୍ୟରେ ହେଉଥିବା କ୍ରିକେଟ୍ ଖେଳ ବନ୍ଦ ରହିଛି, କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତ ବନାମ ଅଷ୍ଟ୍ରେଲିଆ (India vs Australia) ସିରିଜ୍‌ ଆୟୋଜନ କରି ଏଥି ପାଇଁ ଭାରତକୁ ଡାକିବାକୁ ସମସ୍ତ ପ୍ରସ୍ତୁତି ଚଳାଇଛି । ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦, ODI ଓ ଟେଷ୍ଟ ସିରିଜ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ସବୁ କିଛି ସ୍ଥିର କରିସାରିଛି । ଏପରିକି ମ୍ୟାଚ୍, ସ୍ଥାନ ଓ ତାରିଖ ବି ଘୋଷଣା କରିସାରିଛି । କିନ୍ତୁ ବର୍ତ୍ତମାନ ବଡ଼ ଖବର ଆସୁଛି ଯେ ଅଷ୍ଟ୍ରେଲିଆ ଗସ୍ତରେ ବିସିସିଆଇ (BCCI) ଏକ ବଡ଼ ପରିବର୍ତ୍ତନ କରିପାରେ ।

କ୍ରିକେଟ୍ ଅଷ୍ଟ୍ରେଲିଆ (Cricket Australia) ଦ୍ୱାରା ପ୍ରକାଶିତ ଟୁର୍ ସିଡ୍ୟୁଲ୍ ଅନୁଯାୟୀ ଭାରତୀୟ ଦଳ ଅକ୍ଟୋବର ୧୧ରୁ ଅଷ୍ଟ୍ରେଲିଆରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ହେଲେ ଏହି ଟି-୨୦ ସିରିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରେ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ବିସିସିଆଇ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଯଦି କରୋନା ଭୂତାଣୁ କାରଣରୁ ଟି-୨୦ ବିଶ୍ୱ କପ୍‌ (T20 World Cup) ବାତିଲ ହୁଏ, ତେବେ ଭାରତୀୟ କ୍ରିକେଟ୍ ବୋର୍ଡ ଆଇପିଏଲ୍ ଆୟୋଜନ ପାଇଁ ଏହି ୱିଣ୍ଡୋ ବ୍ୟବହାର କରିପାରିବ । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରେ ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଟେଷ୍ଟ ଓ ODI ସିରିଜ ପରେ ମଧ୍ୟ ହୋଇପାରେ । କ୍ରିକେଟ୍ ଅଷ୍ଟ୍ରେଲିଆର ଚେୟାରମ୍ୟାନ୍ ଏଡିଙ୍ଗସ୍ ପୂର୍ବରୁ କହିଛନ୍ତି ଯେ କରୋନା ଭାଇରସ୍‌ ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ପ୍ରସ୍ତାବିତ ଟି-୨୦ ବିଶ୍ୱ କପ୍ 'ବାସ୍ତବତାର ବାହାରେ' ।

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି


କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ୧୧ ଅକ୍ଟୋବରରେ ବ୍ରିସବେନରେ ଖେଳାଯିବ । ଦ୍ୱିତୀୟ ଟି-୨୦ ଅକ୍ଟୋବର୍‌ ୧୪ରେ କାନବେରାରେ ଏବଂ ତୃତୀୟ ଟି-୨୦ ଅକ୍ଟୋବର୍‌ ୧୭ରେ ଆଡିଲେଡରେ ଅନୁଷ୍ଠିତ ହେବ । ତେବେ ବିସିସିଆଇ ଅଧିକାରୀଙ୍କ ସଦ୍ୟତମ ବିବୃତ୍ତି ପରେ ଜଣାପଡୁଛି ଯେ ଅକ୍ଟୋବରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ ନାହିଁ ।

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ବ୍ରିସବେନରେ ୩ ଡିସେମ୍ବରରୁ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ୧୧ ଡିସେମ୍ବରରୁ ଆଡିଲେଡରେ ଖେଳାଯିବ । ତୃତୀୟ ଟେଷ୍ଟ୍‌ ୨୬ ଡିସେମ୍ବରରୁ ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବ । ଏହି ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ରୁ ସିଡନୀରେ ଆରମ୍ଭ ହେବ ।

ODI ସିରିଜ୍ କାର୍ଯ୍ୟସୂଚୀ

କ୍ରିକେଟ୍ ଅଷ୍ଟ୍ରେଲିଆର କାର୍ଯ୍ୟସୂଚୀ ଅନୁଯାୟୀ ଜାନୁୟାରୀ ୧୨ ତାରିଖ ଦିନ ପର୍ଥରେ ODI ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ODI ଜାନୁଆରୀ ୧୫ରୁ ମେଲବୋର୍ଣ୍ଣରେ ଖେଳାଯିବ ଏବଂ ତୃତୀୟ ODI ଜାନୁଆରୀ ୧୭ରେ ସିଡନୀରେ ଖେଳାଯିବ ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: