Coronavirus: ଦିନକରେ ୪୫,୩୫୨ ନୂଆ ମାମଲା ଚିହ୍ନଟ; ୩୬୬ ଜଣଙ୍କର ମୃତ୍ୟୁ ଘଟିଛି
କରୋନାର ନୂଆ ମାମଲା ମିଳିବା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୦,୧୯୫ ବୃଦ୍ଧି ପାଇଛି । ଟିକାକରଣ ବିଷୟରେ କହିବାକୁ ଗଲେ, ସେପ୍ଟେମ୍ବର ୨ରେ ୭୪,୮୪,୩୩୩ ଡୋଜ ଟିକା ଦିଆଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୭,୦୯,୫୯,୯୬୮ ଡୋଜ ଦିଆଯାଇଛି ।
ଦେଶରେ କମିବାର ନାଁ ନେଉନାହିଁ କରୋନା ସଂକ୍ରମଣ
- News18 Odia
- Last Updated: September 3, 2021, 11:22 AM IST
ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ଉତ୍ଥାନ ପତନର କ୍ରମ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୫,୩୫୨ଟି ନୂଆ ମାମଲା ଦେଖିବାକୁ ମିଳିଥିଲା ଓ ୩୬୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ୩୪, ୭୯୧ ଜଣଙ୍କୁ ଡିସଚାର୍ଜ କରାଯାଇଛି । ନୂଆ ଆକଳନ ପରେ ଦେଶରେ ମୋଟ କରୋନା ମାମଲା ୩,୨୯,୦୩,୨୮୯କୁ ବୃଦ୍ଧି ପାଇଛି ।
ଏଥି ସହିତ ୩,୯,୭୭୮ ସକ୍ରିୟ ମାମଲା, ୩,୨୦,୬୩,୬୧୬ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା ଓ ଦେଶରେ ୪,୩୯,୮୯୫ ଜଣଙ୍କର ମୃତ୍ୟୁ ହୋଇଥିଲା । ନୂଆ ମାମଲା ମିଳିବା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୦,୧୯୫ ବୃଦ୍ଧି ପାଇଛି । ଟିକାକରଣ ବିଷୟରେ କହିବାକୁ ଗଲେ, ସେପ୍ଟେମ୍ବର ୨ରେ ୭୪,୮୪,୩୩୩ ଡୋଜ ଟିକା ଦିଆଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୭,୦୯,୫୯,୯୬୮ ଡୋଜ ଦିଆଯାଇଛି ।
ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗୁରୁବାର କହିଥିଲେ ଯେ ଦେଶର ପ୍ରାୟ ୮୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅନ୍ତତଃ ପକ୍ଷେ କୋଭିଡ ଟିକା ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, “ଶିକ୍ଷକମାନଙ୍କୁ ଟିକାକରଣ ମଧ୍ୟ ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ହେବ ଯାହା ଦେଶରେ ବିଦ୍ୟାଳୟ ଖୋଲିବାରେ ଏକ ଭୂମିକା ଗ୍ରହଣ କରିବ। ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ଏହି ପ୍ରସଙ୍ଗରେ ତୀବ୍ର କାର୍ଯ୍ୟ କରୁଛି।’’
କେରଳରେ କୋଭିଡର ୩୨,୦୯୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୮୮ ରୋଗୀଙ୍କ ମୃତ୍ୟୁ ଘଟିଛି
ଗୁରୁବାର ଦିନ କେରଳରେ କୋଭିଡର ୩୨,୦୯୭ ନୂଆ ରୋଗ ଆସିବା ପରେ କରୋନା ଜୀବାଣୁ ସଂକ୍ରମିତ ସଂଖ୍ୟା ୪୧,୨୨,୧୩୩କୁ ବୃଦ୍ଧି ପାଇଥିବାବେଳେ ୧୮୮ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨୧,୧୪୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛନ୍ତି । କେରଳରେ ସଂକ୍ରମଣ ହାର ୧୮.୪୧ ପ୍ରତିଶତକୁ ବୃଦ୍ଧି ପାଇଛି ଓ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ପାଇଁ ୧,୭୪,୩୦୭ ନମୁନା ପରୀକ୍ଷା କରାଯାଇଛି । ରାଜ୍ୟରେ କୋଭିଡ ପାଇଁ ଏ ପର୍ଯ୍ୟନ୍ତ ୩,୧୯,୦୧,୮୪୨ ନମୁନା ପରୀକ୍ଷା କରାଯାଇଛି ।
ମହାରାଷ୍ଟ୍ରରେ କୋଭିଡର ୪,୩୪୨ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫୫ ଜଣଙ୍କର ମୃତ୍ୟୁ ଘଟିଛି
ଗୁରୁବାର ଦିନ ମହାରାଷ୍ଟ୍ରରେ ୪,୩୪୨ଟି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ ୫୫ ଜଣଙ୍କର ମୃତ୍ୟୁ ଘଟିଛି । ୪,୭୫୫ ରୋଗୀ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୁଣେ ଅଞ୍ଚଳରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୬୪,୭୩,୬୭୪କୁ ବୃଦ୍ଧି ପାଇ ମୃତ୍ୟୁ ସଂଖ୍ୟା ୧,୩୭,୫୫୧କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୬୨,୮୧,୯୮୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୫୦,୬୦୭ରେ ପହଞ୍ଚିଛି । ମହାରାଷ୍ଟ୍ରରେ ରୋଗୀଙ୍କ ପୁନରୁଦ୍ଧାର ହାର ୯୭.୦୪ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୨.୧୨ ପ୍ରତିଶତ ରହିଛି ।






