ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁଣି ଉପର ମୁହାଁ ହେଲା Corona ଗ୍ରାଫ୍: ଦିନକରେ ୩୧, ୯୨୩ ନୂଆ ମାମଲା ଚିହ୍ନଟ; ୨୮୨ ଜଣଙ୍କର ମୃତ୍ୟୁ ଘଟିଛି

ପୁଣି ଉପର ମୁହାଁ ହେଲା Corona ଗ୍ରାଫ୍: ଦିନକରେ ୩୧, ୯୨୩ ନୂଆ ମାମଲା ଚିହ୍ନଟ; ୨୮୨ ଜଣଙ୍କର ମୃତ୍ୟୁ ଘଟିଛି

Covid 19 India: ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ଦେଶରେ ୩,୦୧,୬୪୦ ମାମଲା ସକ୍ରିୟ ଥିବାବେଳେ ୩,୨୮,୧୫,୭୩୧ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏହା ସହିତ କରୋନା ଯୋଗୁଁ ୪,୪୬,୦୫୦ ଲୋକଙ୍କର ମୃତ୍ୟୁ ହୋଇଛି ।

ପୁଣି ଉପର ମୁହାଁ ହେଲା Corona ଗ୍ରାଫ୍: ଦିନକରେ ୩୧, ୯୨୩ ନୂଆ ମାମଲା ଚିହ୍ନଟ; ୨୮୨ ଜଣଙ୍କର ମୃତ୍ୟୁ ଘଟିଛି
ପୁଣି ଉପର ମୁହାଁ ହେଲା Corona ଗ୍ରାଫ୍
  • News18 Odia
  • Last Updated: September 23, 2021, 10:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଜୀବାଣୁ ସଂକ୍ରମଣର ନୂଆ ମାମଲାରେ ଉତ୍ଥାନ-ପତନର କ୍ରମ ଜାରି ରହିଛି । ଗତ କିଛି ଦିନ ହେବ, ଗୋଟିଏ ଦିନରେ ନୂଆ ମାମଲା ସଂଖ୍ୟା ୩୦ ହଜାରରୁ କମ୍ ଥିଲା, ଯଦିଓ ଗୁରୁବାର ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧,୯୨୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୮୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହି ସମୟରେ, ୩୧,୯୯୦ ଲୋକ ସୁସ୍ଥ ହୋଇ ଏହି ସମୟ ମଧ୍ୟରେ ଘରକୁ ଫେରିଥିଲେ । ନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ଦେଶରେ ୩,୦୧,୬୪୦ ମାମଲା ସକ୍ରିୟ ଥିବାବେଳେ ୩,୨୮,୧୫,୭୩୧ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏହା ସହିତ କରୋନା ଯୋଗୁଁ ୪,୪୬,୦୫୦ ଲୋକଙ୍କର ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ରୋଗର ମୋଟ ସଂଖ୍ୟା ୩,୩୫,୬୩,୪୨୧ରେ ପହଞ୍ଚିଛି ।

ଟିକାକରଣ ବିଷୟରେ କହିବାକୁ ଗଲେ ବୁଧବାର ପର୍ଯ୍ୟନ୍ତ ସାରା ଦେଶରେ ୮୩,୩୯,୯୦,୦୪୯ ଡୋଜ ଦିଆଯାଇଥିଲା, ସେଥିମଧ୍ୟରୁ ୭୧,୩୮,୨୦୫ ଡୋଜ ବୁଧବାର ଦିଆଯାଇଥିଲା । ବର୍ତ୍ତମାନ ଦିଆଯାଉଥିବା ଟିକା ମଧ୍ୟରୁ ୬୧,୯୧,୦୧,୪୫୬ ପ୍ରଥମ ଡୋଜ ଓ ୨୧,୪୨,୬୨,୪୨୪ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।

ଦେଶରେ ୪୩,୭୯୪ ସରକାରୀ କେନ୍ଦ୍ର ଓ ୨,୪୯୬ ବେସରକାରୀ କେନ୍ଦ୍ରରେ ଆଣ୍ଟି-କୋଭିଡ୍ ଟିକାକରଣ କରାଯାଉଛି । ଏ ପର୍ଯ୍ୟନ୍ତ ୮୩,୩୩,୩୮,୧୮୬ ଡୋଜ ପ୍ରୟୋଗ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୩ କୋଟି ୩୩ ଲକ୍ଷ ୫୪ ହଜାର ୩୧୬ ଡୋଜ୍ କୋଭିଶିଲ୍ଡ ଓ ୯ କୋଟି ୫୬ ଲକ୍ଷ ୩୧ ହଜାର ୬୫୭ ଡୋଜ୍ କୋଭାକ୍ସିନ୍ ଦିଆଯାଇଛି । ଅନ୍ୟପକ୍ଷରେ, ଆଇସିଏମଆର କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୫୫,୮୩,୬୭,୦୧୩ ନମୁନା ପରୀକ୍ଷା କରାଯାଇଛି, ଯେଉଁଥିରେ ବୁଧବାର ୧୫,୨୭,୪୪୩ ନମୁନା ପରୀକ୍ଷା କରାଯାଇଛି ।
Published by: Lipina Das
First published: September 23, 2021, 10:48 AM IST