ଭାରତରେ କରୋନା ସ୍ଥିତି ବହୁତ ଚିନ୍ତାଜନକ; ଅନେକ ଦେଶରେ ଆହୁରି ଗଭୀର ହୋଇପାରେ ସଙ୍କଟ - WHO ମୁଖ୍ୟ

WHO on Coronavirus in India: ଶୁକ୍ରବାର ଦିନ ଏକ ଗଣମାଧ୍ୟମ ସମ୍ମିଳନୀରେ ଗେବ୍ରାସ୍ କହିଛନ୍ତି, 'ଭାରତରେ ଚିନ୍ତାଜନକ ପରିସ୍ଥିତି ଲାଗି ରହିଛି । ଅନେକ ରାଜ୍ୟରେ କ୍ରମାଗତ ଭାବରେ ବିବ୍ରତ କରିବା ପରି ମାମଲା ଓ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଛି ।

ଭାରତରେ କରୋନା ସ୍ଥିତି ବହୁତ ଚିନ୍ତାଜନକ; ଅନେକ ଦେଶରେ ଆହୁରି ଗଭୀର ହୋଇପାରେ ସଙ୍କଟ - WHO ମୁଖ୍ୟ
ଭାରତରେ କରୋନା ସ୍ଥିତି ବହୁତ ଚିନ୍ତାଜନକ: WHO
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍ ଭାରତର କୋଭିଡ୍-୧୯ ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଆହୁରି ଅନେକ ଦେଶ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ମହାମାରୀର ଦ୍ୱିତୀୟ ବର୍ଷ ପ୍ରଥମ ଅପେକ୍ଷା ବିଶ୍ୱ ପାଇଁ ଅଧିକ ମାରାତ୍ମକ ହେବ ବୋଲି ସଂଗଠନ ମୁଖ୍ୟ ଚେତାବନୀ ଦେଇଛନ୍ତି । ବିଶେଷ କଥା ହେଉଛି ଗତ କିଛି ଦିନ ହେବ ପ୍ରତିଦିନ ଭାରତରେ ସଂକ୍ରମଣର ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି ।

ଶୁକ୍ରବାର ଦିନ ଏକ ଗଣମାଧ୍ୟମ ସମ୍ମିଳନୀରେ ଗେବ୍ରେସିଆ କହିଛନ୍ତି ଯେ, ଭାରତରେ ଚିନ୍ତାଜନକ ପରିସ୍ଥିତି ରହିଛି । ଅନେକ ରାଜ୍ୟରେ କ୍ରମାଗତ ଭାବରେ ବିବ୍ରତ କରିବା ପରି ମାମଲା ଓ ମୃତ୍ୟୁ ସଂଖ୍ୟା ବାହାରକୁ ଆସୁଛି । ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଦେଶମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, 'ଭାରତକୁ ସାହାଯ୍ୟ କରୁଥିବା ସମସ୍ତ ହିତାଧିକାରୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ।'

ଏହି ସମୟରେ ସେ ସୂଚନା ଦେଇଛନ୍ତି ଯେ WHO ମଧ୍ୟ କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛି । ସେ କହିଛନ୍ତି ଯେ WHO ହଜାର ହଜାର ଅକ୍ସିଜେନ କଣ୍ଟେନର୍ସ, ତମ୍ବୁ, ମାସ୍କ ଓ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ମୋବାଇଲ୍ ଫିଲ୍ଡ ହସ୍ପିଟାଲକୁ ଭାରତକୁ ପଠାଇଛି । ଶୁକ୍ରବାର ଦିନ ଭାରତରେ ୩ ଲକ୍ଷ ୪୩ ହଜାର ୧୪୪ ନୂତନ ମାମଲା ପଞ୍ଜିକୃତ ହୋଇଥିଲା । ନୂତନ ଆକଳନ ସହିତ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯ ରେ ପହଞ୍ଚିଛି । ଯେତେବେଳେ କି, ୨ ଲକ୍ଷ ୬୨ ହଜାର ୩୧୭ ରୋଗୀ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ।

ଏହି ସମୟ ମଧ୍ୟରେ ଗେବ୍ରାସସ୍ ଭାରତ ବ୍ୟତୀତ ଅନ୍ୟ ଦେଶଗୁଡିକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ଜରୁରୀକାଳୀନ ପରିସ୍ଥିତି ପରି ସ୍ଥିତି ରହିଛି । ସେ କହିଛନ୍ତି, 'ନେପାଳ, ଶ୍ରୀଲଙ୍କା, କାମ୍ବୋଡିଆ, ଥାଇଲ୍ୟାଣ୍ଡ ଓ ଇଜିପ୍ଟ ପରି କେତେକ ଦେଶ ଯେଉଁଠାରେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମାମଲା ବୃଦ୍ଧି ପାଉଛି ।' ସେ କହିଛନ୍ତି ଯେ ଆମେରିକାରେ ମଧ୍ୟ କେତେକ ରାଜ୍ୟରେରେ ମାମଲା ସଂଖ୍ୟା ଅଧିକ ଓ ଏକ ଅଞ୍ଚଳ ଭାବରେ ଗତ ସପ୍ତାହରେ କୋଭିଡ -୧୯ ର ୪୦ ପ୍ରତିଶତ ମାମଲା ପାଇଁ ଆମେରିକା ଦାୟୀ ଥିଲା ।

ସେ କହିଛନ୍ତି ଯେ ଆଫ୍ରିକାରେ ମଧ୍ୟ କେତେକ ଦେଶରେ ସଂକ୍ରମଣ ବୃଦ୍ଧି ଘଟିଛି । ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ କହିଛନ୍ତି ଯେ କୋଭିଡ -୧୯ ଦ୍ୱାରା ସାରା ବିଶ୍ୱରେ ୩୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି ଯେ ଏହି ମହାମାରୀର ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ଅପେକ୍ଷା ଆମେ ଅଧିକ ମାରାତ୍ମକ ହେବାକୁ ଯାଉଛି ।
Published by: Jagdish Barik
First published: May 15, 2021, 10:24 AM IST