Covid Cases In India: ବୃଦ୍ଧି ପାଉଛି କରୋନା ମାମଲା; ୨୪ଘଣ୍ଟାରେ ୮,୮୨୨ ଜଣ ଆକ୍ରାନ୍ତ; ୧୫ ମୃତ

Covid Cases In India: ଗତ ୨୪ ଘଣ୍ଟା ମଧ୍ୟରେ ୮,୮୨୨ ରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି। ଏହା ବ୍ୟତୀତ ୧୫ ଜଣ ରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

କରୋନା ଭାରିଆଣ୍ଟ (ପ୍ରତୀକାତ୍ମକ ଛବି)

କରୋନା ଭାରିଆଣ୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭାରତରେ କରୋନାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଦୈନିକ ୮ ହଜାରରୁ ଅଧିକ କରୋନା ରୋଗର ଖବର ଆସୁଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୮୨୨ ଟି ନୂଆ କରୋନା ରୋଗ ହୋଇଛି। ଏଥିସହିତ କରୋନା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକଳନ ପରେ, ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୩,୬୩୭ରେ ପହଞ୍ଚିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୪୫,୫୧୭ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୭୯୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୫୭୧୮ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୬,୬୭,୦୮୮। ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫୩୬୩୭।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୫,୫୦,୮୭,୨୭୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
Published by:Soumya Das
First published: