କରୋନାର ସଂହାର ଲୀଳା: ଦେଶରେ ଏ ଯାଏଁ ୩୦୮ ମୃତ, ୯,୧୫୧ ଆକ୍ରାନ୍ତ; ବିଶ୍ୱରେ ୧.୧୪ ଲକ୍ଷ ମୃତ

କେବଳ ମହାରାଷ୍ଟ୍ରରେ କୋଭିଡ-୧୯ ଏ ଯାଏଁ ନେଲାଣି ୧୪୯ ଜଣଙ୍କ ଜୀବନ । ଏଠାରେ ସର୍ବାଧିକ ୧,୯୫୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ବିତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟ ଦିଲ୍ଲୀରେ ପଜିଟିଭଙ୍କ ସଂଖ୍ୟା ୧,୧୫୪ ହୋଇଛି ଓ ୨୪ ଜଣ ପ୍ରାଣ ହରାଇଛନ୍ତି ।

କରୋନାର ସଂହାର ଲୀଳା: ଦେଶରେ ଏ ଯାଏଁ ୩୦୮ ମୃତ, ୯,୧୫୧ ଆକ୍ରାନ୍ତ; ବିଶ୍ୱରେ ୧.୧୪ ଲକ୍ଷ ମୃତ
ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ଏକ କରୋନା ହୋର୍ଡ଼ିଂ ତଳେ ଜଣେ ଲୋକ ଯାଉଛି । (ରୟଟର୍ସ୍)
  • News18 Odia
  • Last Updated: April 13, 2020, 1:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର ସଂହାର ଲୀଳା ଜାରି ରହିଛି । ଏବେ ସୁଦ୍ଧା ଦେଶରେ ଏବି ଭୂତାଣୁର ସଂକ୍ରମଣ ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟା ୩୦୮ରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୫୧ରେ ପହଞ୍ଚିଛି ।

ଏହି ବିଭିଷିକା ମଧ୍ୟରେ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୫୭ ଜଣ କରୋନା ଆକ୍ରାନ୍ତ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶର ୩୦୦ଟି ଜିଲ୍ଲା କରୋନା ଭାଇରସରେ ସଂକ୍ରମିତ ହୋଇଛି । ସେଥିରୁ ୧୪୦ ଜିଲ୍ଲା ହଟ୍‌ ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି । ୬୦ଟି ଜିଲ୍ଲାରେ ୧୫ରୁ ଅଧିକ ମାମଲା ଆସିଛି । ସେହିପରି ୮୦ ଜିଲ୍ଲାରେ ୧୫ରୁ କମ୍ ମାମଲା ଆସିଛି ।

କେବଳ ମହାରାଷ୍ଟ୍ରରେ କୋଭିଡ-୧୯ ଏ ପର୍ଯ୍ୟନ୍ତ ନେଲାଣି ୧୪୯ ଜଣଙ୍କ ଜୀବନ । ଏହି ପଶ୍ଚିମୀ ରାଜ୍ୟରେ ସର୍ବାଧିକ ୧,୯୫୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ ସମେତ ରାଜ୍ୟରେ ଆଠଟି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ହେଉଛି ଦିଲ୍ଲୀ । ଏଠାରେ ପଜିଟିଭଙ୍କ ସଂଖ୍ୟା ୧,୧୫୪ ହୋଇଥିବା ବେଳେ ୨୪ ଜଣ ପ୍ରାଣ ହରାଇଛନ୍ତି । ରାଜଧାନୀରେ ହଟ୍ ସ୍ପଟ ଅଞ୍ଚଳଗୁଡ଼ିକୁ ସିଲ୍ କରାଯାଇଛି । ଦିଲ୍ଲୀର ମାକ୍ସ ହସପିଟାଲ ସମେତ ବିଭିନ୍ନ ହସପିଟାଲରେ ୧୫୦ରୁ ଅଧିକ ଲୋକଙ୍କୁ ସେଲଫ-କ୍ବାରେଣ୍ଟାଇନରେ ରଖାଯାଇଛି ।

ଆମେରିକାର ନ୍ୟୁୟର୍କରେ ଜଣେ କରୋନା ରୋଗୀଙ୍କୁ ହସପିଟାଲକୁ ନିଆଯାଉଛି । (ରୟଟର୍ସ୍)


ତାମିଲ ନାଡୁରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ପହଞ୍ଚିଛି । ଏଠାରେ କରୋନା ପଜିଟିଭଙ୍କ ସଂଖ୍ୟା ୧,୦୭୫ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟ ପ୍ରଦେଶରେ ୩୬ ଜଣ ଓ ଗୁଜରାଟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜସ୍ଥାନ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ସମେତ କେତେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହିଛି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାଗ୍ରୀକ ଭାବେ ବୃଦ୍ଧି ବୃଦ୍ଧି ପାଉଥିବାରୁ, ଲକଡାଉନ ଓ ସାମାଜିକ ଦୂରତା ବଜାୟ ରଖିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ମାନି ଚଳିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବିଶ୍ବରେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୪ ହଜାରରୁ ଅଧିକ ଲୋକଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତ ହେଲେଣି ୧୮ ଲକ୍ଷ ୫୩ ହଜାରରୁ ଅଧିକ ଲୋକ । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪ ଲକ୍ଷ ୨୩ ହଜାରରୁ ଅଧିକ ।

ଆମେରିକାରେ ସଙ୍ଗୀନ ହେଉଛି କରୋନା ସ୍ଥିତି । ମୃତ୍ୟୁ ତାଲିକାରେ ଆଗରେ ରହିଛି ଆମେରିକା । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୨୨ ହଜାର ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୫ ଲକ୍ଷ ୬୦ ହଜାର ଉପରେ । ସେହି ପରି ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୯ ହଜାର ୮୯୯ ଥିବା ବେଳେ, ସ୍ପେନରେ ୧୭ ହଜାର ୨୦୯ ଓ ଫ୍ରାନ୍ସରେ ୧୪ ହଜାର ୩୯୩ ଜଣଙ୍କ ଜୀବନ ନେଲାଣି କରୋନା । ବ୍ରିଟେନରେ ୧୦ ହଜାର ୬୧୨, ଜର୍ମାନୀରେ ୩ ହଜାର ୨୨ ଓ ଇରାନରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
First published: April 13, 2020, 1:25 PM IST
corona virus btn
corona virus btn
Loading