ଭାରତ-ଚୀନ୍‌ ସୀମା ବିବାଦ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ସାଢ଼େ ୫ ଘଣ୍ଟାର‌ ମିଟିଂ ହେଲା

ପ୍ରାୟ ମାସେ ହେଲା ଲଦ୍ଦାଖରେ ଲାଇନ୍‌ ଅଫ୍‌ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌ ବା ଏଲ୍‌.ଏ.ସି. (LAC) ନିକଟରେ ଜାରି ରହିଥିଲା ଉତ୍ତେଜନା । ଦିନକ ତଳେ ପଛକୁ ଫେରିଥିଲେ ଦୁଇ ଦେଶର ସେନା । ଏବେ ବିବାଦର ସମାଧାନ ପାଇଁ ଦୀର୍ଘ ଆଲୋଚନା କଲେ ଦୁଇ ଦେଶ ।

ଭାରତ-ଚୀନ୍‌ ସୀମା ବିବାଦ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ସାଢ଼େ ୫ ଘଣ୍ଟାର‌ ମିଟିଂ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲଦ୍ଦାଖରେ LAC ନିକଟରେ ଜାରି ରହିଥିବା ଉତ୍ତେଜନା ଭିତରେ ଆଜି ଭାରତ ଓ ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି । ଦୁଇ ଦେଶର ସେନା ଅଧିକାରୀଙ୍କ ଭିତରେ ହୋଇଥିବା ଏହି ବୈଠକ ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ଧରି ଚାଲିଥିଲା । ବୈଠକରେ ଉପସ୍ଥିତ ଥିବା ଭାରତୀୟ ସେନା ଅଧିକାରୀ ଆଲୋଚନା ବାବଦରେ ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କୁ ଅବଗତ କରାଇବେ । ଏହା ପରେ ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ମିଲିଟାରୀ ଅପରେସନର ଅଧିକାରୀ ବିଦେଶ ମନ୍ତ୍ରାଳୟ ଓ ପ୍ରସଙ୍ଗ ସହ ଜଡ଼ିତ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିବେ ।

ପ୍ରାୟ ମାସେ ହେଲା ଲଦ୍ଦାଖରେ ଲାଇନ୍‌ ଅଫ୍‌ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌ ବା ଏଲ୍‌.ଏ.ସି. (LAC) ନିକଟରେ ଜାରି ରହିଥିଲା ଉତ୍ତେଜନା । ଦିନକ ତଳେ ପଛକୁ ଫେରିଥିଲେ ଦୁଇ ଦେଶର ସେନା । ଆଉ ଏବେ ବିବାଦର ସମାଧାନ ପାଇଁ ଦୀର୍ଘ ଆଲୋଚନା କଲେ ଭାରତ ଓ ଚୀନ୍‌ ।

ଏଲ୍‌.ଏ.ସି.ରେ ଜାରି ଉତ୍ତେଜନା କମ୍‌ କରିବାକୁ ଉତ୍ତେଜନା ସ୍ଥଳ ଠାରୁ ୨୦ କିମି ଦୂରରେ ଥିବା ମୋଲ୍ଡୋରେ ଅନୁଷ୍ଠିତ ହେଲା ସେନାର ଉଚ୍ଚସ୍ତରୀୟ ବୈଠକ । ଏଥିରେ ଯୋଗ ଦେଇଥିଲେ ଦୁଇ ଦେଶର ସେନାର କମାଣ୍ଡରସ୍ତରୀୟ ଅଫିସର । ଭାରତୀୟ ସେନାର ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍‌ ହରିନ୍ଦର ସିଂ ଭାରତ ପକ୍ଷରୁ ବୈଠକରେ ନେତୃତ୍ବ ନେଇଥିଲେ । ବୈଠକର ଠିକ୍‌ ପୂର୍ବରୁ ଚୀନ୍‌ ପକ୍ଷରୁ ଜଣେ ନୂଆ କମାଣ୍ଡରଙ୍କୁ ବଛାଯାଇଥିଲା । ପିପୁଲ୍ସ ଲିବରେସନ ଆର୍ମି ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍‌ ଶୁ କିଲିଂ ଚୀନ୍‌ ପକ୍ଷରୁ ଏହି ବୈଠକରେ ପ୍ରତିନିଧିତ୍ବ କରିଥିଲେ ।

ଭାରତୀୟ ସେନାର ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍‌ ହରିନ୍ଦର ସିଂ ଭାରତ ପକ୍ଷରୁ ବୈଠକରେ ନେତୃତ୍ବ ନେଇଥିଲେ ।


ଦୁଇ ଦେଶର ସେନା ଅଧିକାରୀମାନଙ୍କ ମଧ୍ୟରେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ଆଲୋଚନା ହେଲା । ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୈଠକରେ ଉପସ୍ଥିତ ଥିବା ଭାରତୀୟ ସେନା ଅଧିକାରୀ ଆଲୋଚନା ବାବଦରେ ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କୁ ଅବଗତ କରାଇବେ । ଏହା ପରେ ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ମିଲିଟାରୀ ଅପରେସନର ଅଧିକାରୀ ବିଦେଶ ମନ୍ତ୍ରାଳୟ ଓ ପ୍ରସଙ୍ଗ ସହ ଜଡ଼ିତ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିବେ ।

ଭାରତ-ଚୀନ୍‌ ଭିତରେ ରହିଛି ୩,୪୮୮ କିମିର ଲମ୍ବା LAC ।


ଦୁଇ ଦେଶର ସେନାର ଦ୍ବିତୀୟ ସବୁ ଠାରୁ ବଡ଼ ରାଙ୍କ ବିଶିଷ୍ଟ ଅଫିସର ସୀମା ବିବାଦର ସମାଧାନ ନେଇ ଏମିତି ବୈଠକ କରିବା ଏକ ବଡ଼ କୂଟନୈତିକ ଘଟଣା । ଏବେକାର ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ସ୍ତରରେ ପୂର୍ବରୁ ଅତି କମରେ ୧୦ ଥର ଆଲୋଚନା ହୋଇଛି । କିନ୍ତୁ ସେ ସବୁଥିରୁ ଆଶାଜନକ ଫଳାଫଳ ବାହାରି ପାରି ନାହିଁ ।

ମିଳିଥିବା ସୂଚନା ଅନୁସାରେ ଏଥର ବୈଠକରେ ପୋଙ୍ଗୋଙ୍ଗ ହ୍ରଦ, ଗଲବାନ ଘାଟି ଓ ଡେମଚୌକ ଉପରେ ଆଲୋଚନା ହୋଇଛି । ଭାରତ-ଚୀନ୍‌ ଭିତରେ ରହିଛି ୩,୪୮୮ କିମିର ଲମ୍ବା LAC । ଲଦ୍ଦାଖରେ ଚୀନ୍‌ ସେନା ଅନୁପ୍ରବେଶ ଉଦ୍ୟମ ଭିତରେ ଭାରତର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଥି ସହ ଗଲବାନରେ ଭାରତର ନିର୍ମାଣ କାର୍ଯ୍ୟକୁ ଚୀନ୍‌ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ପୋଙ୍ଗୋଙ୍ଗ ହ୍ରଦ ଅଞ୍ଚଳକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ରହିଛି ବିବାଦ ।

କାହିଁକି ଚାଲିଛି ଏ ବିବାଦ?

ଏହି ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ସ୍ତରରେ ପୂର୍ବରୁ ଅତି କମରେ ୧୦ ଥର ଆଲୋଚନା ହୋଇଛି, ହେଲେ ସେଥିରୁ କିଛି ସୁଫଳ ମିଳି ନାହିଁ ।


ପୋଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ କାହିଁକି ଦୁଇ ଦେଶର ସେନା ମୁହାଁମୁହିଁ ହୁଅନ୍ତି? ପୋଙ୍ଗୋଙ୍ଗ ହ୍ରଦର ଉତ୍ତର ଭାଗରେ ରହିଛି ଟାଙ୍ଗରା ପାହାଡ଼, ଯାହାର ଉପର ଭାଗକୁ ଫିଙ୍ଗର୍ସ କୁହାଯାଏ । ଭାରତର ଦାବି ଯେ ଏଲ୍‌.ଏ.ସି.ର ସୀମା ଫିଙ୍ଗର୍‌ ୮ ଯାଏ ରହିଛି । କିନ୍ତୁ ଫିଙ୍ଗର୍‌ ୪ ଯାଏ ଅଞ୍ଚଳକୁ ହିଁ ନିୟନ୍ତ୍ରିତ କରେ ଭାରତୀୟ ସେନା । ଫିଙ୍ଗର ୮ରେ ରହିଛି ଚୀନର ବର୍ଡ଼ର ପୋଷ୍ଟ ।

ଚୀନର ଦାବି ଯେ ଏଲ୍‌.ଏ.ସି. ଫିଙ୍ଗର ୨ ଦେଇ ଯାଉଛି । ଚୀନ୍‌ ସେନା ଏହା ହିଁ ଜିଦ୍‌ ଧରି ବସିଛି । ଏହି କାରଣରୁ ଦୁଇ ଦେଶ ଭିତରେ ବିବାଦ ଲାଗି ରହିଛି । ଏବେ ସେନାର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏହି ବୈଠକରୁ ବିବାଦର ସମାଧାନର ସୂତ୍ର ବାହାରିବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 8:33 PM IST
corona virus btn
corona virus btn
Loading