କରୋନା ମୁକାବିଲାରେ ଭଲ ଖବର: ରେମଡେସିବିର୍ ଔଷଧକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ଏହି ଔଷଧ ଉତ୍ପାଦନ କରୁଥିବା ଆମେରିକୀୟ କମ୍ପାନୀ ଏହାକୁ ଭାରତରେ ମାର୍କେଟିଂ କରିବାକୁ ଅନୁମତି ମାଗିଥିଲା । ବିଶେଷଜ୍ଞ କମିଟିର ପରାମର୍ଶ ଅନୁସାରେ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର ।

କରୋନା ମୁକାବିଲାରେ ଭଲ ଖବର: ରେମଡେସିବିର୍ ଔଷଧକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର
ରେମଡେସିବିର ଔଷଧକୁ ଭାରତରେ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ଭୟଭୀତ ଦେଶବାସୀଙ୍କ ପାଇଁ ଭଲ ଖବର ଆସିଛି । ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାବେଳେ ରେମଡେସିବିର (Remdesivir) ଔଷଧକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଔଷଧର ବ୍ୟବହାର କରୋନା ଭାଇରସରେ ଗୁରୁତର ରୋଗୀଙ୍କ ପାଇଁ କରାଯିବ ।

ଇବୋଲା (Ebola) ଚିକିତ୍ସାରେ କାମରେ ଆସୁଥିବା ରେମଡେସିବିର ଏକ ମାତ୍ର ଔଷଧ  ଯାହା କରୋନାର (Coronavirus) ଚିକିତ୍ସାରେ ଖୁବ୍‌ ପ୍ରଭାବଶାଳୀ ହେବ ବୋଲି କୁହାଯାଉଛି । ରେମଡେସିବିର୍‌ ଔଷଧର ଉତ୍ପାଦନ କରୁଥିବା ଆମେରିକାର କମ୍ପାନୀ ଏହି ଔଷଧକୁ ଭାରତରେ ମାର୍କେଟିଂ କରିବାକୁ କିଛି ଦିନ ତଳେ ଅନୁମତି ମାଗିଥିଲା । ଭାରତର ସେଣ୍ଟ୍ରାଲ୍‌ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅରଗାନାଇଜେସନ୍‌ ଠାରୁ  ଅନୁମତି ଚାହିଁଥିଲା ଏହି ଆମେରିକୀୟ କମ୍ପାନୀ । ବିଶେଷଜ୍ଞ କମିଟି ସାହାଯ୍ୟରେ CDSCO ଏହି ଆବେଦନକୁ ଅନୁଧ୍ୟାନ କରିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଶେଷଜ୍ଞ କମିଟିର ପରାମର୍ଶ ଅନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ।

ଜାପାନ ସରକାର ମଧ୍ୟ ରେମଡେସିବିରକୁ ମାନ୍ୟତା ଦେଇଛନ୍ତି ।


ରେମଡେସିବିରକୁ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଓ ମାନ୍ୟତା ମିଳିଛି । ଆମେରିକାର ପରୀକ୍ଷଣ ରିପୋର୍ଟ ଆଧାରରେ ଜାପାନ ସରକାର ମଧ୍ୟ ରେମଡେସିବିରକୁ ମାନ୍ୟତା ଦେଇଛନ୍ତି ।

ବିଶେଷ ପରିସ୍ଥିତିରେ USFDA ବା ଅନ୍ୟ କୌଣସି ନିୟାମକଠାରୁ ମିଳିଥିବା ମାନ୍ୟତା ଆଧାରରେ ଭାରତୀୟ ନିୟାମକ କୌଣସି ଔଷଧକୁ ବିନା ପରୀକ୍ଷଣରେ ମାନ୍ୟତା ଦେବାର ନିୟମ ଅଛି । ତେଣୁ ଏହି ଅଧାରରେ ରେମଡେସିବିରକୁ ଭାରତରେ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଥିବା କୁହାଯାଇଛି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 2, 2020, 9:58 PM IST
corona virus btn
corona virus btn
Loading