Plus 2 Exams: ଯୁକ୍ତ ଦୁଇର ବଳକା ପରୀକ୍ଷା ଲକଡାଉନ ଖୋଲିବା ପରେ ଆୟୋଜିତ ହେବ

ରାଜ୍ୟରେ ସି.ଏଚ.ଏସ.ଇ.ର ଛଅଟି ବିଷୟର ପରୀକ୍ଷା ବାକି ରହିଥିବା ବେଳେ ସି.ବି.ଏସ.ଇ.ର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୯ଟି ପରୀକ୍ଷା ବାକି ରହିଛି ।

Plus 2 Exams: ଯୁକ୍ତ ଦୁଇର ବଳକା ପରୀକ୍ଷା ଲକଡାଉନ ଖୋଲିବା ପରେ ଆୟୋଜିତ ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 29, 2020, 5:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇର ବଳକା ପରୀକ୍ଷାକୁ ନେଇ ହଟିଛି ଦ୍ବନ୍ଦ୍ୱ । ସ୍ଥଗିତ ଥିବା ପରୀକ୍ଷା ପୁଣି ଥରେ ଆୟୋଜିତ ହେବ ବୋଲି ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଲକଡାଉନ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ବଳକା ପରୀକ୍ଷା କରାଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି ।

ଗତ କାଲି ରାଜ୍ୟର ଶିକ୍ଷା ସ୍ଥିତିକୁ ନେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବଳକା ପରୀକ୍ଷା କରିବାକୁ କେନ୍ଦ୍ର ମନ୍ତ୍ରୀ କହିଥିଲେ । ତା’ପରେ ସିଏଚଏସଇ ବଳକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା । ସି.ବି.ଏସ.ଇ. ଗାଇଡ଼ଲାଇନକୁ ସମସ୍ତ ରାଜ୍ୟ ଅନୁପାଳନ କରି ପରୀକ୍ଷା କରିବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ନିଶାଙ୍କ ପୋଖରିଆଲ ମତ ଦେଇଥିଲେ । ସେ ଆଜି ନିଜେ ଟ୍ୱିଟ କରି ଏହି କଥା ଜଣାଇଛନ୍ତି ।

‘‘ବଳକା ପରୀକ୍ଷା ଆୟୋଜିତ ହେବ । ସାମାଜିକ ଦୂରତାକୁ ବଜାୟ ରଖି ହେବ ପରୀକ୍ଷା । ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ତାରିଖ ଧ୍ୟାର୍ଯ୍ୟ କରାଯାଇ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ,’’ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସି.ବି.ଏସ.ଇ.ର ବାକିଥିବା ୨୯ଟି ବିଷୟର ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ସିବିଏସଇ ମୁଖ୍ୟ ଏ ନେଇ ସ୍ପଷ୍ଟ କରିବା ପରେ ପରୀକ୍ଷାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀ ଙ୍କୁ ଜଣାଇଦିଆଯିବ ବୋଲି ସିବିଏସଇ ଆଞ୍ଚଳିକ ଅଧିକାରୀ ଟି. ମାଟେ ଆଜି କହିଛନ୍ତି।

ସିବିଏସଇ ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ଓ ପ୍ରେସ୍ ରିଲିଜ୍


ଯୁକ୍ତ ଦୁଇ ପରୀକ୍ଷା ଏବଂ ଖାତା ମୂଲ୍ୟାୟନ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇ ଉଭା ହୋଇଛି । ତେବେ ସଠିକ ସମୟରେ ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶନ କରିବା ଏବେ ସବୁ ଠୁ ବଡ ଚିନ୍ତା ର ବିଷୟ । ନଚେତ ସର୍ବଭାରତୀୟ ସ୍ତରର ମେଡିକାଲ ଓ ଇଂଜିନିୟରିଂ ପରୀକ୍ଷା ଦେବାରେ ପଛରେ ପଡିଯିବେ ରାଜ୍ୟର ଛାତ୍ରଛାତ୍ରୀ । ଏଣୁ ମୂଲ୍ୟାୟନ କେନ୍ଦ୍ର ବଢ଼ାଇବା ସହ ଅଧିକ ମୁଲ୍ୟାଙ୍କନକାରୀ ନିୟୋଜିତ କରିବାକୁ ହେବ । ପୂର୍ବରୁ ୫୮ଟି ଅଫଲାଇନ ଓ ୫୧ଟି ଅନଲାଇନ କେନ୍ଦ୍ରରେ ଖାତା ଦେଖା ହେଉଥିବା ବେଳେ ଏହାକୁ ବୃଦ୍ଧି କରିବାକୁ ହେବ । ସାମାଜିକ ଦୂରତା ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଅଧ୍ୟାପକମାନେ ।

‘‘କଣ୍ଟେନମେଣ୍ଟ ଜୋନରେ ଥିବା ପରୀକ୍ଷା କେନ୍ଦ୍ର ସେଠାରୁ ହଟାଇ ଅନ୍ୟ ଜାଗାରେ କଲେ, ଦୁଇଟି ବଦଳରେ ଗୋଟିଏ ପର୍ଯ୍ୟାୟରେ ଖାତା ଦେଖିବା ଆରମ୍ଭ କଲେ ଓ ମୁଲ୍ୟାଙ୍କନକାରୀଙ୍କୁ ସୁବିଧା ଯୋଗାଇ ଦେଲେ ଜଲଦି ଖାତା ଦେଖା ଶେଷ ହେବା ସହ ଫଳ ପ୍ରକାଶରେ ସାହାଯ୍ୟ ହେବ,’’ କହିଛନ୍ତି ଅଧ୍ୟାପକ ପବିତ୍ର ମାହଲା ।

ରାଜ୍ୟରେ ସି.ଏଚ.ଏସ.ଇ.ର ଛଅଟି ବିଷୟର ପରୀକ୍ଷା ବାକି ରହିଥିବା ବେଳେ ସି.ବି.ଏସ.ଇ.ର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୯ଟି ପରୀକ୍ଷା ବାକି ରହିଛି ।
First published: April 29, 2020, 5:33 PM IST
corona virus btn
corona virus btn
Loading