ଲକଡାଉନରେ ଆଶ୍ୱସ୍ତି: ବାକି ଥିବା ସବୁ ଆୟ କର ଓ GST ରିଫଣ୍ଡ୍ ତୁରନ୍ତ ମୁକ୍ତ କରିବ ଆୟ କର ବିଭାଗ

ଦେଶରେ ବର୍ତ୍ତମାନର କରୋନା ଭାଇରସ୍ ଓ ଲକଡାଉନ୍ ସ୍ଥିତି ଯୋଗୁଁ ବ୍ୟାବସାୟିକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ କହିଛି ।

ଲକଡାଉନରେ ଆଶ୍ୱସ୍ତି: ବାକି ଥିବା ସବୁ ଆୟ କର ଓ GST ରିଫଣ୍ଡ୍ ତୁରନ୍ତ ମୁକ୍ତ କରିବ ଆୟ କର ବିଭାଗ
ଏହି ପଦକ୍ଷେପ ଦ୍ୱାରା ଦେଶରେ ପଖାପାଖି ୧୪ ଲକ୍ଷ ଟିକସ ଦାତା ଉପକୃତ ହେବେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆୟ କର ବିଭାଗ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବାକି ଥିବା ଆୟକର ରିଫଣ୍ଡ୍‌ (ଫେରସ୍ତ)କୁ ତୁରନ୍ତ ମୁକ୍ତ କରିବ ବୋଲି ନିଷ୍ପତ୍ତି ନେଇଛି, ଫଳରେ ଆୟ କର ଦାତାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଶୀଘ୍ର ପହଞ୍ଚିବ । ଏହି ପଦକ୍ଷେପ ଦ୍ୱାରା ଦେଶରେ ପଖାପାଖି ୧୪ ଲକ୍ଷ ଟିକସ ଦାତା ଉପକୃତ ହେବେ ।

‘‘ସମସ୍ତ ଜି.ଏସ୍.ଟି. (GST) ଓ କଷ୍ଟମ୍‌ ରିଫଣ୍ଡ ମଧ୍ୟ ମୁକ୍ତ କରାଯିବ । ଏହା ଏମ୍‌.ଏସ୍‌.ଏମ୍‌.ଇ. ସମେତ ପେଖାପାଖି ଏକ ଲକ୍ଷ ବ୍ୟାବସାୟିକ ସଂସ୍ଥାକୁ ଲାଭ ପ୍ରଦାନ କରିବ,’’ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗ କହିଛି । ମୁକ୍ତ କରାଯାବାକୁ ଥିବା ଏହି ସମସ୍ତ ଫେରସ୍ତ ଟଙ୍କା ପାଖାପାଖି ୧୮,୦୦୦ କୋଟି ଟଙ୍କା ହେବ ବୋଲି ବିଭାଗ କହିଛି ।

ଦେଶରେ ବର୍ତ୍ତମାନର କରୋନା ଭାଇରସ୍‌ (କୋଭିଡ୍‌-୧୯) ପରିସ୍ଥିତି ଯୋଗୁଁ ବ୍ୟାବସାୟିକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ କହିଛି ।

ଦେଶରେ ମାର୍ଟ୍ଟ ୨୪ ତାରିଖରୁ ଜାରି ଥିବା ଲକଡାଉନ୍‌ ପରିସ୍ଥିତି ଯୋଗୁଁ ଦେଶରେ ଥିବା ପାଖାପାଖି ସବୁ ଛୋଟ ଓ ବଡ଼ କଳ କାରଖାନାର କାର୍ଯ୍ୟ ଓ ଉତ୍ପାଦନ କ୍ଷମତା ଉପରେ ଭୀଷଣ ପ୍ରତିକୂଳ ପ୍ରଭାବ ପଡ଼ିଛି । ଏହି ସବୁ ସଂସ୍ଥାରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀ ବେତନ ପାଇବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ପାରିବାରିକ ଜୀବନର ଆର୍ଥିକ ଦିଗ ଦୁର୍ବଳ ହୋଇପଡ଼ିଛି । ହଜାର ହଜାର ସଂଖ୍ୟାରେ ଛୋଟ ବ୍ୟବସାୟ ଚଳାଉଥିବା ସଂସ୍ଥାଗୁଡ଼ିକର ମାଲିକମାନେ ବି ଲକଡାଉନ୍‌ ଯୋଗୁଁ ନିଜ ପ୍ରତିଷ୍ଠାନ ବନ୍ଦ କରି ଘରେ ବସିଥିବାରୁ ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି ।

ଦେଶରେ କରୋନା ଭାଇରସ୍‌ ସଂକ୍ରମଣ କ୍ରମାଗତ ଭାବେ ବଢ଼ିଚାଲିଥିବାରୁ ଲକଡାଉନକୁ ଏପ୍ରିଲ୍‌ ୧୪ରେ ପୂର୍ବ ଘୋଷଣା ମୁତାବକ ନ ଉଠାଇ ଆହୁରି କିଛି ସପ୍ତାହ ପର୍ଯ୍ୟନ୍ତ ବଢ଼ାଯିବାର ସଙ୍କେତ ମିଳିଛି । ଆଜି ବିଭିନ୍ନ ବିରୋଧୀ ଦଳମାନଙ୍କର ନେତାମାନଙ୍କ ସହ ଏକ ଭିଡିଓ କନ୍ଫେରେନ୍ସିଂ ବୈଠକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନକୁ ଆହୁରି ବଢ଼େଇବା ଉଚିତ ବୋଲି କହିଥିଲେ । ତେବେ ଏ ସମ୍ପର୍କରେ ଶେଷ ନିଷ୍ପତ୍ତି ଆଗାମୀ ଏପ୍ରିଲ୍‌ ୧୧ ତାରିଖ ସକାଳେ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କ ଏକ ଭିଡିଓ କନ୍ଫେରେନ୍ସିଂ ବୈଠକ ପରେ ନିଆଯିବ ବୋଲି ଜଣା ପଡ଼ିଛି ।
First published: April 8, 2020, 7:11 PM IST
corona virus btn
corona virus btn
Loading