ଗତ ୨୪ ଘଣ୍ଟାରେ ଦେଶରେ ୧୯,୮୯୩ ଆକ୍ରାନ୍ତ ଚିହ୍ନଟ
News 18 Odia Digital
ନୂଆଦିଲ୍ଲୀ: ଧିରେଧିରେ ଦେଶରେ ହାସ୍ର ପାଇବାରେ ଲାଗିଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୧୯,୮୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ -୧୯ ସଂକ୍ରମଣର ବୃଦ୍ଧି ଘଟି ମୋଟ ୪,୪୦,୮୭,୦୩୭ କୁ ପହଞ୍ଚଛି। ସକ୍ରିୟ ମାମଲା ଆଜି ୧,୩୬,୪୮୭ କୁ ହ୍ରାସ ପାଇଛି । ମୃତ୍ୟୁ ସଂଖ୍ୟା ୫,୨୬,୫୩୦ କୁ ବୃଦ୍ଧି ପାଇ ୫୩ ଜଣଙ୍କ ଗତ ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି,
ଗତ ପୂର୍ବ ୨୪ ଘଣ୍ଟା ଅନୁଯାୟୀ ୫୭୯ଟି ମାମଲା ହ୍ରାସ ହୋଇଛି। ଦେଶରେ ଗୋଟିଏ ଦିନରେ ୨୦,୪୧୯ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ହୋଇଥିବା ସଂଖ୍ୟା ୪,୩୪,୨୪,୦୨୯ କୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ।
ସକ୍ରିୟ ସଂକ୍ରମଣ ମୋଟ ୦.୩୧ ପ୍ରତିଶତ ଥିବାବେଳେ । କୋଭିଡ -୧୯ ସୁସ୍ଥ ହାର ୯୮.୫୦ ପ୍ରତିଶତ ରହିଛି ଓ ଦୌନିକ ସୁସ୍ଥ ହାର ୪.୯୪ ପ୍ରତିଶତ ରହିଥିବା ବେଳେ ଏବଂ ସାପ୍ତାହିକ ସୁସ୍ଥ ହାର ୪.୬୪ ପ୍ରତିଶତ ରହିଛି ।
ଦେଶବ୍ୟାପୀ କୋଭିଡ -୧୯ ଟୀକାକରଣ ଡ୍ରାଇଭ ଅଧୀନରେ ବ୍ୟବହୃତ ହୋଇଥିବା ଡୋଜ ଗୁରୁବାର ଭିତରେ ୨୦୫.୨୨ କୋଟିରେ ପହଞ୍ଚଛି । ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୨୦,୬୭୬ ଡୋଜ ଦିଆଯାଇଥିଲା।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।