ଯଦି କଟକଣାକୁ ଠିକ୍ ଢଙ୍ଗରେ ରେ ପାଳନ କରା ନଯାଏ ତାହାଲେ ସଂକ୍ରମଣ ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।
News 18 Odia Digital
Corona in Odisha: ଗତ କିଛି ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ୧୦୦୦ ତଳେ ରହୁଥିବାବେଳେ। ଗତ ୨୪ ଘଣ୍ଟାରେ ଏହା ବଢ଼ି ୧୧୧୨ ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୫୮ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିମଧ୍ୟରୁ ୧୬୪ କିଶୋର ଆକ୍ରାନ୍ତ ହୋଇଛନ୍ତି । ଯଦି କଟକଣାକୁ ଠିକ୍ ଢଙ୍ଗରେ ରେ ପାଳନ କରା ନଯାଏ ତାହାଲେ ସଂକ୍ରମଣ ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ବରରୁ ୧୨, ବରଗଡରୁ ୮, ଭଦ୍ରକରୁ ୧୨, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୬, କଟକରୁ ୧୩୨, ଦେଓଗଡରୁ ୭, ଢେଙ୍କାନାଳରୁ ୨, ଗଜପତିରୁ ୧୧, ଗଞ୍ଜାମରୁ ୨, ଯାଜପୁରରୁ ୨୬, ଝାରସୁଗୁଡାରୁ ୨୫, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହପରି କୋରାପୁଟରୁ ୬, ମୟୂରଭଞ୍ଜରୁ ୫୩, ନବରଙ୍ଗପୁରରୁ ୭, ନୟାଗଡରୁ ୧୪, ନୂଆପଡାରୁ ୧୩, ପୁରୀରୁ ୨୪, ରାୟଗଡାରୁ ୧୦, ସମ୍ବଲପୁରରୁ ୬୫, ସୋନପୁରରୁ ୪୨, ସୁନ୍ଦରଗଡରୁ ୧୯୭ ଓ ଷ୍ଟେଟପୋଲରୁ ୭୧ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୯୯୫ ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୬୧୦୭ ସକ୍ରିୟ ମାମଲା ରହିଛି । ନୂଆ ୭୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।