୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବ

ସୋସିଆଲ୍ ମିଡିଆ କମ୍ପାନୀ ଫେସବୁକ୍, ସାର୍ବଭୌମ ପାଣ୍ଠି ମୁବାଦଲା, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, କେକେଆର୍ ଆଣ୍ଡ୍ କୋ ଓ ଜେନେରାଲ୍ ଆଟଲାଣ୍ଟିକ୍ ପରେ କ୍ରମାଗତ ଭାବରେ ଜିଓ ପ୍ଲାଟଫର୍ମରେ ଏହା ହେଉଛି ସପ୍ତମ ବିନିଯୋଗ ।

ସିଲଂଭର୍‌ ଲେକ୍‌ ମେ ୪ରେ ଜିଓ ପ୍ଲାଟଫର୍ମର ଏକ ପ୍ରତିଶତ ଅଂଶଧନ ୭୫୦ ମିଲିୟନ୍ ଡଲାରରେ (୫,୬୫୫.୭୫ କୋଟି ଟଙ୍କା) କିଣିଥିଲା ।

ସିଲଂଭର୍‌ ଲେକ୍‌ ମେ ୪ରେ ଜିଓ ପ୍ଲାଟଫର୍ମର ଏକ ପ୍ରତିଶତ ଅଂଶଧନ ୭୫୦ ମିଲିୟନ୍ ଡଲାରରେ (୫,୬୫୫.୭୫ କୋଟି ଟଙ୍କା) କିଣିଥିଲା ।

  • Share this:
News18 Odia Digital

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL, ଆର୍‌.ଆଇ.ଏଲ୍.) ଜଣାଇଛି ଯେ ଆମେରିକାର ବଡ଼ ଘରୋଇ ଇକ୍ୱିଟି କମ୍ପାନୀ ସିଲଭର ଲେକ୍ ଓ ତା’ର ସହ-ନିବେଶକମାନେ ଜିଓ ପ୍ଲାଟଫର୍ମରେ ୨.୦୮ ପ୍ରତିଶତ ଅଂଶଧନ ପାଇଁ ଅତିରିକ୍ତ ୪,୫୪୬.୮୦ କୋଟି ଟଙ୍କା ବିନିଯୋଗ କରିବେ।

ସିଲଭର ଲେକ୍‌ ଦ୍ୱାରା ସମୁଦାୟ ବିନିଯୋଗ ବର୍ତ୍ତମାନ ୧୦,୨୦୨.୫୫ କୋଟି ଟଙ୍କାରେ ପହଞ୍ଚିଛି । ଏହି ଘରୋଇ ଇକ୍ୱିଟି କମ୍ପାନୀ ମେ ୪ରେ ଜିଓ ପ୍ଲାଟଫର୍ମର ଏକ ପ୍ରତିଶତ ଅଂଶଧନ ୭୫୦ ମିଲିୟନ୍ ଡଲାରରେ (୫,୬୫୫.୭୫ କୋଟି ଟଙ୍କା) କିଣିଥିଲା ।

ସୋସିଆଲ ମିଡିଆର ବଡ଼ କମ୍ପାନୀ ଫେସବୁକ୍, ଆବୁଧାବିର ସାର୍ବଭୌମ ପାଣ୍ଠି ମୁବାଦଲା, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, କେକେଆର୍ ଆଣ୍ଡ କୋ ଇନ୍ ଓ ଜେନେରାଲ୍ ଆଟଲାଣ୍ଟିକ୍ ପରେ କ୍ରମାଗତ ଭାବରେ RILରେ ଏହା ହେଉଛି ସପ୍ତମ ବିନିଯୋଗ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର CMD ମୁକେଶ ଅମ୍ବାନୀ


ବିଗତ ଛଅ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ ନାମରେ ଜଣାଶୁଣା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଡିଜିଟାଲ୍ ବ୍ୟବସାୟ ସମୁଦାୟ ୧୯.୯ ପ୍ରତିଶତ ଅଂଶଧନ ପାଇଁ ବିଶ୍ୱର ନିବେଶକଙ୍କ ଠାରୁ ୯୨,୨୦୨.୧୫ କୋଟି ଟଙ୍କା ସଂଗ୍ରହ କରିଛି ।

ଏହା ପୂର୍ବରୁ ଶୁକ୍ରବାର ଦିନ RIL ଘୋଷଣା କରିଥିଲା ଯେ ଆବୁଧାବି ସ୍ଥିତ ସାର୍ବଭୌମ ନିବେଶକ ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ଜିଓ ପ୍ଲାଟଫର୍ମରେ ୧.୮୫ ପ୍ରତିଶତ ଅଂଶଧନ ପାଇଁ ୯,୦୯୩.୬୦ କୋଟି ଟଙ୍କା ବିନିଯୋଗ କରିବ ।

୨୦୧୩ରେ ମାଇକେଲ ଡେଲଙ୍କ ସମେତ କମ୍ପ୍ୟୁଟର୍‌ ନିର୍ମାତା ଡେଲ କମ୍ପାନୀ (Dell Inc.)କୁ ହାସଲ କରିବା ପରେ ସିଲଭର ଲେକ୍ ପ୍ରସିଦ୍ଧି ଲାଭ କରିଥିଲା । ଏହା ଟେକ୍ନୋଲୋଜି ବିନିଯୋଗରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀ । ଏହା ଅଧୀନରେ ୪୩ ବିଲିୟନ ଡଲାରରୁ ଅଧିକ ମିଳିତ ସମ୍ପତ୍ତି ଏବଂ ପ୍ରାୟ ୧୦୦ ଜଣ ପୁଞ୍ଜି ବିନିଯୋଗ ଓ ଅପରେଟିଂ ପ୍ରଫେସନାଲଙ୍କ ଏକ ଟିମ୍ ସିଲିକନ୍ ଭ୍ୟାଲି, ନ୍ୟୁୟର୍କ, ହଂକଂ ଓ ଲଣ୍ଡନ ସମେତ ସମଗ୍ର ବିଶ୍ୱରେ ଅଛି ।

ପୂର୍ବରୁ ସିଲଭର ଲେକ୍ ଅନ୍ୟ କମ୍ପାନୀମାନଙ୍କ ସମେତ ଟ୍ୱିଟର, ଏୟାରବିଏନବି, ଅଲିବାବା, ଡେଲ୍‌ ଟେକ୍ନୋଲୋଜିଜ୍‌, ଏ.ଏନ୍‌.ଟି.ଫାଇନାନ୍ସିଆଲସ୍‌, ଆଲଫାବେଟର ୱେମୋ ଓ ଭେରିଲିରେ ବିନିଯୋଗ କରିଛି ।

ଜୁନ୍‌ ୩ରେ RIL ୭ ବିଲିୟନ ଡଲାରର ରାଇଟ୍ସ ଇସ୍ୟୁ ବନ୍ଦ କରିଛି, ଯାହା ଭାରତର ସର୍ବ ବୃହତ ରାଇଟ୍ସ ଇସ୍ୟୁ ।


ମେ ୨୨ରେ RIL ଘୋଷଣା କରିଥିଲା ​​ଯେ ଘରୋଇ ଇକ୍ୱିଟି ଫାର୍ମ କେ.କେ.ଆର୍‌. ୨.୩୨ ପ୍ରତିଶତ ଅଂଶଧନ ପାଇଁ ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟି ଟଙ୍କା ବିନିଯୋଗ କରିବ ।

ରିଲାଏନ୍ସ ର ଟେଲିକମ୍‌ ବ୍ୟବସାୟ ରିଲାଏନ୍ସ ଜିଓ ଇନଫୋକମ୍ ଭାରତର ସବୁ ଠାରୁ ବଡ଼ ଟେଲିକମ୍‌ କମ୍ପାନୀ । ଏହାର ୩୮.୮ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।

ଏହା ପୂର୍ବରୁ ଜେନେରାଲ ଆଟଲାଣ୍ଟିକ୍ ମେ ୧୮ରେ ଘୋଷଣା କରିଛି ଯେ ଏହା ଜିଓ ପ୍ଲାଟଫର୍ମରେ ୧.୩୪ ପ୍ରତିଶତ ଅଂଶଧନ ୬,୫୯୮.୩୮ କୋଟି ଟଙ୍କାରେ କ୍ରୟ କରିବ । ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ବି ୧୧,୩୬୭ କୋଟି ଟଙ୍କାରେ ଜିଓ ପ୍ଲାଟଫର୍ମରେ ୨.୩୨ ପ୍ରତିଶତ ଅଂଶଧନ କିଣିବ ବୋଲି ମେ ୮ରେ ଘୋଷଣା କରିଛି ।

ଜୁନ୍‌ ୩ରେ RIL ୭ ବିଲିୟନ ଡଲାରର ରାଇଟ୍ସ ଇସ୍ୟୁ ବନ୍ଦ କରିଛି, ଯାହା ଭାରତର ସର୍ବ ବୃହତ ରାଇଟ୍ସ ଇସ୍ୟୁ । ଏହା କ୍ରେତାମାନଙ୍କୁ ଏକ ବିରଳ ବିଳମ୍ବିତ ଦେୟ ଅଫର (deferred payment offer) ଦେଇ ଆକର୍ଷିତ କରିଛି । ଏହି ରାଇଟ୍ସ ଇସ୍ୟୁ ୧.୬ ଗୁଣା ଓଭରସବସ୍କ୍ରାଇବ କରାଯାଇଥିଲା । ଏହି ବିକ୍ରୟରୁ ଆୟ ବିଶ୍ୱର ଅଣ-ଆର୍ଥିକ କମ୍ପାନୀମାନଙ୍କ ଦ୍ୱାରା ବୃହତ୍ତମ ଆୟରେ ସ୍ଥାନିତ ହୋଇଛି ଓ ଏହା ରିଲାଏନ୍ସର ଋଣ ପରିମାଣକୁ ଚଳିତ ବର୍ଷ ଶୂନ୍ୟରେ ପହଞ୍ଚାଇବାରେ ସାହାଯ୍ୟ କରିବ ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) କହିଛନ୍ତି ଯେ ଭାରତର ଡିଜିଟାଲ ଅଭିବୃଦ୍ଧିକୁ ଆଗକୁ ବଢ଼ାଇ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ ରାଷ୍ଟ୍ର କରିବା ଦିଗରେ ଜିଓ ପ୍ଲାଟଫର୍ମର ଏହି ଯାତ୍ରାରେ ବିଶ୍ୱର ବଡ଼ ନିବେଶକମାନେ ହାତ ମିଳାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)

ଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛି

ଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲା

ଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲା

ଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲା

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲା

ଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍

ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ

ଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା
Published by:Anand Shankar Thankur Das
First published: