କୋଭିଡ୍-୧୯: କରୋନାର ପ୍ରଭାବ କମୁଛି? ମୁମ୍ବାଇରେ ନୂଆ ସଂକ୍ରମଣ ସଂଖ୍ୟା ୩୫% ହ୍ରାସ ହେଲା

ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୪୦ଟି ନୂଆ କରୋନା ସଂକ୍ରମଣର ମାମଲା ଆସିଛି ଓ କେବଳ ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତ ୧୧ ଦିନ ମଧ୍ୟରେ ମୁମ୍ବାଇରେ ଏହି ହାର ସର୍ବନିମ୍ନ ।କରୋନା ଭାଇରସ୍ ସଂକ୍ରମଣରେ ସାରା ଦେଶରେ ସର୍ବାଧିକ ମୃତ୍ୟୁ ମୁମ୍ବାଇରେ ହିଁ ଘଟିଛି ।

କୋଭିଡ୍-୧୯: କରୋନାର ପ୍ରଭାବ କମୁଛି? ମୁମ୍ବାଇରେ ନୂଆ ସଂକ୍ରମଣ ସଂଖ୍ୟା ୩୫% ହ୍ରାସ ହେଲା
ଜମ୍ମୁରେ ଜଣେ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ପୋଷାକ ପିନ୍ଧାଉଛନ୍ତି ଜଣେ ସ୍ୱୟଂସେବୀ ।
  • News18 Odia
  • Last Updated: April 16, 2020, 12:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣର ମାମଲା ୧୨,୦୦୦ ଅତିକ୍ରମ କରିଛି ଓ ଦେଶର ଏହି ସଂକ୍ରମଣର ପ୍ରତି ଦ୍ୱିତୀୟ ମାମଲା ମହାରାଷ୍ଟ୍ରରୁ ଆସୁଛି । ଏହି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨,୯୧୬ରେ ପହଞ୍ଚିଛି, କିନ୍ତୁ ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ମଧ୍ୟ ଆସୁଛି । ବାସ୍ତବରେ ବୁଧବାର ଦିନ ମୁମ୍ବାଇରେ କରୋନା ରୋଗୀଙ୍କ ନୂଆ ମାମଲା ସଂଖ୍ୟାରେ ୩୫ ପ୍ରତିଶତ ହ୍ରାସ ଘଟିଛି, ଯାହା ଏକ ଖୁସିର ଖବର ।

ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୪୦ଟି ନୂଆ କରୋନା ସଂକ୍ରମଣର ମାମଲା ଆସିଛି ​​ଓ କେବଳ ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତ ୧୧ ଦିନ ମଧ୍ୟରେ ମୁମ୍ବାଇରେ ଏହି ହାର ସର୍ବନିମ୍ନ, କାରଣ କରୋନା ଭାଇରସ୍‌ ସଂକ୍ରମଣରେ ସାରା ଦେଶରେ ସର୍ବାଧିକ ମୃତ୍ୟୁ ମୁମ୍ବାଇରେ ହିଁ ଘଟିଛି । ଏଥି ସହିତ ବୁଧବାର ଦିନ ଦିଲ୍ଲୀରେ କେବଳ ୧୭ଟି ନୂଆ କରୋନା ଭୂତାଣୁର ମାମଲା ମିଳିଥିଲା, ଯାହା ଏପ୍ରିଲ ମାସର କୌଣସି ଦିନର ସର୍ବନିମ୍ନ ମାମଲା ସଂଖ୍ୟା ବୋଲି ଜଣାଯାଇଛି । ବୁଧବାର କେରଳରେ କରୋନା ସଂକ୍ରମଣର କେବଳ ଗୋଟିଏ ମାମଲା ବାହାରିଛି ।

ଏବେ କେତେ ଜଣ ସଂକ୍ରମିତ ଅଛନ୍ତି?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ୧୨,୩୮୦ଟି କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ୧,୪୮୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୪୧୪ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ବୁଧବାର ଦିନ କୋଭିଡ-୧୯ ରୋଗରେ କ୍ରମାଗତ ବୃଦ୍ଧି ଘଟିବା ପରେ ସାରା ଦେଶରେ ବୁଧବାର ଦିନ ମୋଟ ୮୬୬ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ତୁଳନାରେ ଏହି ସଂଖ୍ୟା ପ୍ରାୟ ୨୫ ପ୍ରତିଶତ କମ୍ ।

ଆମେରିକାର ନ୍ୟୁୟର୍କରେ ଜଣେ କରୋନା ରୋଗୀଙ୍କୁ ହସପିଟାଲକୁ ନିଆଯାଉଛି । (ରୟଟର୍ସ୍)


ମହାରାଷ୍ଟ୍ରରେ ରୋଗୀ ୩୪% କମିଲେ

କରୋନା ଭୂତାଣୁ ଦ୍ୱାରା ସବୁ ଠୁ ଅଧିକ ପ୍ରଭାବିତ ହୋଇ ଯନ୍ତ୍ରଣା ଭୋଗୁଥିବା ମହାରାଷ୍ଟ୍ରରେ ମଧ୍ୟ ବୁଧବାର କମ୍ ରୋଗୀ ସାମନାକୁ ଆସିଛନ୍ତି । କୋଭିଡ-୧୯ର ନୂଆ ମାମଲାରେ ୩୪ ପ୍ରତିଶତ ହ୍ରାସ ଘଟିଛି । ବୁଧବାର ମହାରାଷ୍ଟ୍ରରେ ମୋଟ ୨୩୨ଟି ନୂଆ ମାମଲା ଚିହ୍ନଟ ହୋଇଥିଲା, ଯାହାକି ଗତ ଛଅ ଦିନ ମଧ୍ୟରେ ସର୍ବନିମ୍ନ ଥିଲା ।

ମୁମ୍ବାଇରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ହେବାକୁ ନେଇ ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି: ‘‘ମହାରାଷ୍ଟ୍ରରେ ଗତ କିଛି ଦିନ ଭିତରେ କରୋନା ମାମଲାରେ ୩୪% ହ୍ରାସ ଓ ମୁମ୍ବାଇରେ ୩୫% ହ୍ରାସ ଘଟିଛି । ଆଶା କରୁଛି ଏହି ଧାରା ଆହୁରି ଆଗକୁ ମଧ୍ୟ ଚାଲିବ ।’’



କରୋନା ଭାଇରସ୍‌ ୨୦୦ ଦେଶକୁ ବ୍ୟାପିଛି

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୨୦୦ଟି ଦେଶରେ କରୋନା ଭୂତାଣୁ ବ୍ୟାପିଛି । ଆମେରିକା ତଥା ଇଟାଲୀ ଓ ସ୍ପେନ୍ ସମେତ ଅନେକ ୟୁରୋପୀୟ ଦେଶରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି ଯେ କରୋନା ଭୂତାଣୁ ଦୀର୍ଘ ଦିନ ଧରି ମାନବ ଜାତିର ପିଛା କରୁଥିବ । ଯେ ପର୍ଯ୍ୟନ୍ତ ଲୋକେ ଟୀକାକରଣ ଦ୍ୱାରା ନିଜକୁ ରକ୍ଷା କରିବାରେ ସକ୍ଷମ ନ ହେବେ, ସେ ପର୍ଯ୍ୟନ୍ତ ଏହି ଭୂତାଣୁର ବିସ୍ତାର ଜାରି ରହିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
First published: April 16, 2020, 12:24 PM IST
corona virus btn
corona virus btn
Loading