ଲକଡାଉନରେ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ବଢ଼ିଲା ଚୋରା ମଦ କାରବାର

ରାଜଧାନୀର ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ ଥିବା ଯୋଗୁଁ ମଦର କଳାବଜାରୀ ଆରମ୍ଭ ହୋଇଛି l ଚୋରାରେ ମଦ ମିଳୁଛି l ତାହା ପୁଣି ଅଧିକ ଟଙ୍କାରେ l ଗୋଟିଏ ସପ୍ତାହ ମଧ୍ୟରେ କେବଳ ଭୁବନେଶ୍ଵରରେ ଚୋରା ମଦ କାରବାର ନେଇ ପାଞ୍ଚଟି ଥାନାରେ ରୁଜୁ ହୋଇଛି ଛଅଟି ମାମଲା l

ଲକଡାଉନରେ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ବଢ଼ିଲା ଚୋରା ମଦ କାରବାର
ଚୋରା ମଦ ସହିତ ଗିରଫ ହୋଇଥିବା ଗିଟୁ ଓରଫ ପ୍ରଦୀପ୍ତ ସ୍ୱାଇଁ (ବାମ) ଓ ତା’ର ଜଣେ ସହଯୋଗୀ
  • News18 Odia
  • Last Updated: April 23, 2020, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ପାଇଁ ଏବେ ଦୋକାନ ବଜାର, ହୋଟେଲ ଓ ମଲ ସବୁ ବନ୍ଦ ଥିବା ବେଳେ ସହରରେ ବଢ଼ିଛି ଚୋରା ମଦ କାରବାର l ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ମଦ ମାଫିଆ ଚଳାଇଛନ୍ତି ବେଆଇନ ମଦ କାରବାର l ରାଜଧାନୀ ଭୁବନେଶ୍ୱରରେ ପୋଲିସର ୨୪ ଘଣ୍ଟିଆ ପ୍ରହରା ଥିବାରୁ ସହର ଭିତରେ ମଦ ମଦ କାରବାର କରିବାକୁ ସାହସ କରୁନାହଁlନ୍ତି ମାଫିଆ, କିନ୍ତୁ ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମରୁ ଚୋରାରେ ମଦ ଆଣି ଭୁବନେଶ୍ଵରରେ କରୁଛନ୍ତି ସପ୍ଲାଇ l

ଲକଡାଉନ ଯୋଗୁ ପରିସ୍ଥିତି ଏ ଭଳି ହୋଇଛି ଯେ ନିପ୍‌ ଗୋଟାକ ୧,୫୦୦ ଶହ ଟଙ୍କା ଦେଲେ ବି ମିଳୁନି l ଏହାର ଫାଇଦା ଉଠାଉଛନ୍ତି କିଛି ମଦ ମାଫିଆ l ମଦର ବ୍ରାଣ୍ଡ ଦେଖି ୧,୫୦୦ ଶହରୁ ୨ ହଜାର ଟଙ୍କାରେ ଗ୍ରାହକଙ୍କୁ ଯୋଗାଉଛନ୍ତି ମାଫିଆ l

ଚୋରା ମଦ ଚାଲାଣ ଅଭିଯୋଗରେ ଜଣେ ଅଭିନେତାଙ୍କ ପ୍ରମୁଖ ସହଯୋଗୀ ଗିଟୁ ଓରଫ ପ୍ରଦୀପ୍ତ ସ୍ୱାଇଁ  ଭୁବନେଶ୍ଵରରୁ ଗିରଫ ହେବା ପରେ ଚୋରା ମଦ କାରବାରର କଳା କାରସାଦି ସାମ୍ନାକୁ ଆସିଛି l ଚେରା ମଦ କାରବାର ଅଭିଯୋଗରେ ମଙ୍ଗଳବାର ଗିଟୁକୁ ଗିରଫ କରିଛି ପୋଲିସର କ୍ୱିକ୍‌ ଆକ୍ସନ୍‌ ଟିମ୍‌ (କ୍ୟୁଏଟି) l

ସପ୍ତାହକ ମଧ୍ୟରେ ଭୁବନେଶ୍ୱରର ପାଞ୍ଚଟି ଥାନାରେ ରୁଜୁ ହୋଇଛି ଛଅଟି ମାମଲା l


ଖୋର୍ଦ୍ଧାରୁ ଏକ କାର ଯୋଗେ ଗିଟୁ  ଓ ତା’ର ଅନ୍ୟତମ ସହଯୋଗୀ ସତ୍ୟବ୍ରତ ସାହୁ ମଦ ନେଇ ଭୁବନେଶ୍ଵର ଆସୁଥିଲେ l ଖବର ପାଇଁ QAT ଓ ଖଣ୍ଡଗିରି ଥାନା ପୋଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ କାର ଭିତରୁ ଦୁଇଟି ପେଟିରେ ଭର୍ତ୍ତି ହୋଇଥିବା ୯୬ ବୋତଲ ବିଦେଶୀ ମଦ ଜବତ ହୋଇଥିଲା l ଏଥି ସହ କାର ଭିତରୁ ତିନିଟି ମୋବାଇଲ ଫୋନ ଓ ୪,୭୫୦ ଟଙ୍କା ଜବତ କରିଥିଲା ପୋଲିସ l ତେବେ ଓଡ଼ିଆ ଫିଲ୍ମ ଦୁନିଆରେ ବିଶେଷ ଅଭିଜ୍ଞତା ଓ ରୁଚି ରଖିଥିବା  ଗିଟୁ  କାହିଁକି ଚୋରା ମଦ କାରବାର ରାସ୍ତାକୁ ବାଛି ନେଇଥିଲେ ତାହା ସ୍ପଷ୍ଟ ହୋଇନି l

ଲକଡାଉନ ଯୋଗୁଁ ରାଜଧାନୀର ସମସ୍ତ ମଦ ଦୋକାନ ଓ ବାର୍‌ ବନ୍ଦ ଥିବା ଯୋଗୁଁ ମଦର କଳାବଜାରୀ ଆରମ୍ଭ ହୋଇଛି l ଚୋରାରେ ମଦ ମିଳୁଛି l ତାହା ପୁଣି ଅଧିକ ଟଙ୍କାରେ l ଗୋଟିଏ ସପ୍ତାହ ମଧ୍ୟରେ କେବଳ ଭୁବନେଶ୍ଵରରେ ଚୋରା ମଦ କାରବାର ନେଇ ଖଣ୍ଡଗିରି, ତମାଣ୍ଡୋ, ବାଲିଅନ୍ତା , ଜଟଣି ଏବଂ ଇନଫୋସିଟ ଭଳି ପାଞ୍ଚଟି ଥାନାରେ ରୁଜୁ ହୋଇଛି ଛଅଟି ମାମଲା l ଜବତ ହୋଇଛି ପେଟି ପେଟି ବିଦେଶୀ ମଦ ସହ ଅସ୍କା ଫୋର୍ଟି l

ସବୁ ଠାରୁ କୌତୁହଳପ୍ରଦ କଥା ହେଲା ପୋଲିସକୁ ଚକମା ଦେବା ପାଇଁ ମଦ ଚୋରା ଚାଲାଣ କରୁଥିବା ଲୋକେ ବ୍ୟବହାର କରୁଛନ୍ତି ନାମୀଦାମୀ କାର୍‌ l ଭିଆଇପି ଷ୍ଟାଇଲ ସାଙ୍ଗକୁ ଦାମିକା କାରରେ ବୁଲି ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି l

ଅନୁସନ୍ଧାନରୁ ଜଣାପଡିଛି ଯେ ଖୋର୍ଦ୍ଧାର ବରୁଣେଇ ଅଞ୍ଚଳରୁ ମଦ ଆଣିବା ପରେ ଏମାନେ ଭୁବନେଶୂରକୁ ସପ୍ଲାଇ କରୁଛନ୍ତି l ମଦ ମିଳୁ ନ ଥିବାରୁ ନିପ୍‌ ଗୋଟାକୁ ୧ ହଜାର ଟଙ୍କାରୁ ୨୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି l କିଛି ସ୍ଥାନରେ ନିଜେ ଲୋକଙ୍କୁ ବିକ୍ରି କରୁଥିବା ବେଳେ ଆଉ କିଛି ହୋଟେଲକୁ ଏମାନେ ସପ୍ଲାଇ କରୁଛନ୍ତି l

‘‘ଏହି ସମୟରେ ଚୋରା ମଦ କାରବାରକୁ ରୋକିବା ପୋଲିସ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ l ଏହି ସମୟରେ କେବଳ ଚୋରା ମଦ କାରବାର ନୁହେଁ, ଗଞ୍ଜେଇ, ବ୍ରାଉନ ସୁଗାର ଓ ଭାଙ୍ଗ ଭଳି ନିଶା କାରବାର ଉପରେ ବି ପୋଲିସର ନଜର ରହିବାର ଆବଶ୍ୟକତା ରହିଛି,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜିବ ମାରିକ ।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଲକଡାଉନ ସତ୍ତ୍ୱେ ନିଶା କାରବାର ଉପରେ ପୋଲିସର ତୀକ୍ଷ୍ଣ ନଜର ରହିଛି  l
First published: April 23, 2020, 3:43 PM IST
corona virus btn
corona virus btn
Loading