News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (Pradhan Mantri Suraksha Bima Yojana) ନାମମାତ୍ର ପ୍ରିମିୟମ ନେଇ ଦୁର୍ଘଟଣା ଓ ମୃତ୍ୟୁ ଇନସୁରାନ୍ସ ପ୍ରଦାନ କରୁଛି । ଏହି ପଲିସି (PMSBY ସ୍କିମ୍) ଅନୁଯାୟୀ ବୀମା କରିଥିବା ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ବା ସେ ବିକଳାଙ୍ଗ ହୋଇଗଲେ ତାଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ମିଳିଥାଏ । ଏହି ଯୋଜନାର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ ଟଙ୍କା ।
ଯଦି ଆପଣ ଏ ପର୍ଯ୍ୟନ୍ତ ଏହାର ପ୍ରିମିୟମ ଦେଇ ନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ । ମେ ମାସ ଶେଷ ସୁଦ୍ଧା ଏହି ପ୍ରିମିୟମ ଦେବା ଜରୁରୀ । ପଲିସିର ପ୍ରିମିୟମ୍ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମେ ୩୧ରେ ଆପେ କଟିଯିବ । କିନ୍ତୁ ଯଦି କୌଣସି କାରଣରୁ ମେ ମାସ ଶେଷରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ନ ଥାଏ, ତେବେ ଏହି ପଲିସି ବାତିଲ ହୋଇଯିବ ।
PMSBYର ସର୍ତ୍ତାବଳୀ ଅନୁସାରେ ଯଦି ଆକାଉଣ୍ଟରେ ବାଲାନ୍ସ ନ ଥିବ, ତାହେଲେ ଏହି ବୀମା ପଲିସି ବାତିଲ ହୋଇଯିବ । ଯଦି ବୀମାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥାଏ, ତାହେଲେ ବି ଏହି ପଲିସି ବାତିଲ୍ ହୋଇଯିବ । ଏହି ଯୋଜନାରେ କୌଣସି ଗୋଟିଏ ହିଁ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରାଯାଇପାରିବ । ଯଦି ପ୍ରିମିୟମ ଜମା ନ ହୁଏ ତାହେଲେ ପଲିସିର ନବୀକରଣ ହୋଇପାରିବ ନାହିଁ ।
PMSBY ରେ ନୂଆ ପଞ୍ଜିକରଣ କେମିତି କରିବେ ଜାଣନ୍ତୁ । ଆପଣ ବ୍ୟାଙ୍କର ଯେ କୌଣସି ଶାଖାକୁ ଯାଇ PMSBY ପଲିସି ପାଇଁ ଆବେଦନ କରିପାରିବେ । ବ୍ୟାଙ୍କ ମିତ୍ରମାନେ ବି PMSBY ସଲିସିକୁ ଘରେ ଘରେ ବିତରଣ କରୁଛନ୍ତି । ସେମାନଙ୍କ ଠାରୁ ବା ବୀମା ଏଜେଣ୍ଟଙ୍କ ଠାରୁ ଆପଣ ଏହି ପଲିସି ନେଇ ପାରିବେ । ସରକାରୀ ବୀମା କମ୍ପାନୀ ଓ ଅନେକ ବେସରକାରୀ ବୀମା କମ୍ପାନୀ ମଧ୍ୟ ଏହି ଯୋଜନା ବିକ୍ରି କରୁଛନ୍ତି ।
PMSBY ଯୋଜନାରୁ ଆପଣଙ୍କ ଲାଭ:
>> ୧୮ରୁ ୭୦ ବର୍ଷ ବୟସର ଲୋକମାନେ PMSBY ଯୋଜନାର ଲାଭ ପାଇପାରିବେ । ଏହି ଯୋଜନାର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ ଟଙ୍କା । PMSBY ପଲିସିର ପ୍ରିମିୟମ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ ।
>> ପଲିସି କିଣିବା ସମୟରେ ବ୍ୟାଙ୍କ ଆକାଉଣ୍ଟକୁ PMSBY ସହିତ ଲିଙ୍କ୍ କରାଯାଇଥାଏ । PMSBY ପଲିସିର ନିୟମ ଅନୁସାରେ ଏହି ବୀମା କରିଥିବା ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ବା ସେ ବିକଳାଙ୍ଗ ହୋଇଗଲେ ତାଙ୍କ ଉପରେ ନିର୍ଭର କରୁଥିବା ପରିବାରର ଲୋକଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।
>> ଯଦି ବୀମା କରିଥିବା ବ୍ୟକ୍ତି ସ୍ଥାୟୀ ଭାବରେ ଅକ୍ଷମ ହୋଇଯାଆନ୍ତି, ତେବେ ତାଙ୍କୁ ଏକ ଲକ୍ଷ ଟଙ୍କା ମିଳିବ ।
>> PMSBY ଯୋଜନାରେ ଯେ କୌଣସି ସମୟରେ ପ୍ରିମିୟମ ଜମା କରାଯାଇପାରିବ । ଏଠାରେ ଧ୍ୟାନ ଦେବା ଜରୁରୀ ଯେ ମେ ମାସ ଶେଷରେ ଯଦି ବ୍ୟାଙ୍କ ଆକାଉଣ୍ଟରେ କୌଣସି ବାଲାନ୍ସ ନ ଥାଏ, ତାହେଲେ ଏହି ପଲିସି ବାତିଲ ହୋଇଯିବ ।
ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲା
ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା
ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ
ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।