ଏ ବର୍ଷ ରଥ ଯାତ୍ରା ନ ହେଲେ ଅଣସର ପିଣ୍ଡିରୁ ବର୍ଷେ ଯାଏଁ ରତ୍ନବେଦୀକୁ ଫେରିବେ ନାହିଁ ମହାପ୍ରଭୁ!

ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ ଯାତ୍ରାକୁ ନେଇ ଏବେ ବି ଜାରି ରହିଛି ସଂଶୟ। କେତେକ ଗବେଷକ କହୁଛନ୍ତି ପୂର୍ବରୁ ଶ୍ରୀମନ୍ଦିର ଭିତରେ ଅନେକ ଥର ରଥ ଯାତ୍ରା ପାଳିତ ହୋଇଛି । ହେଲେ ଏଥିରେ ସମସ୍ତେ ସହମତ ନୁହନ୍ତି ।

ଏ ବର୍ଷ ରଥ ଯାତ୍ରା ନ ହେଲେ ଅଣସର ପିଣ୍ଡିରୁ ବର୍ଷେ ଯାଏଁ ରତ୍ନବେଦୀକୁ ଫେରିବେ ନାହିଁ ମହାପ୍ରଭୁ!
ରଥ ନିର୍ମାଣ କାର୍ଯ୍ୟ ଶେଷ ବିଧି ମୁତାବକ ଆଗକୁ ବଢ଼ି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜୁନ ୨୩ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା । କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପୁଥିବାରୁ ଜାରି ଥିବା କଟକଣାକୁ ନେଇ ଏ ଥର ରଥ ଯାତ୍ରା ହେବ କି ନାହିଁ ଏଯାବତ ସ୍ପଷ୍ଟ କରିନାହାନ୍ତି ରାଜ୍ୟ ସରକାର । ହେଲେ ରଥ ଯାତ୍ରା ନ ହେଲେ ଏ ବର୍ଷ ରତ୍ନବେଦୀକୁ ଆଉ ଫେରିପାରିବେନି ମହାପ୍ରଭୁ । ପୁଣି ବର୍ଷଟେ ପରେ ସ୍ନାନ ବେଦୀକୁ ଯାଇ ରଥ ଯାତ୍ରା ସରିବା ପରେ ରତ୍ନବେଦୀକୁ ଫେରିବାର ବିଧି ରହିଛି ।

କେତେକ ଗବେଷକଙ୍କ ମତରେ ଇତିହାସ କହୁଛି ଯେ ଶ୍ରୀମନ୍ଦିର ଭିତରେ ଅନେକ ଥର ରଥଯାତ୍ରା ନୀତି ପାଳନ କରାଯାଇଛି । ହେଲେ ଏଥିରେ ସମସ୍ତେ ସହମତ ହେଉନାହାନ୍ତି । ମାଦଳା ପାଞ୍ଜିରେ ଶ୍ରୀମନ୍ଦିରରେ ଭିତରେ ରଥ ଯାତ୍ରା ହୋଇଥିବାର କୌଣସି ଉଲ୍ଲେଖ ନାହିଁ ବୋଲି ଅନେକ କହିଛନ୍ତି ।

ଏ ବର୍ଷ ଶ୍ରୀମନ୍ଦିର ଭିତରେ ହୋଇଥିଲା ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି । ତା’ ସହିତ ରଥ ନିର୍ମାଣର ଅନୁକୁଳ ପର୍ବ ମଧ୍ୟ ପାଳନ କରାଯାଇଥିଲା । ଏଭଳି ଭିତରେ ପାଳନ କରିବାର କୌଣସି ନିୟମ ନାହିଁ । କେବଳ କରୋନା କଟକଣାକୁ ନେଇ ମନ୍ଦିର ଭିତରେ ଆନନ୍ଦବଜାରରେ ପାଳନ କରାଯାଇଥିଲା । ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ବି ପାଳନ କରାଯାଇଥିଲା । ଆଉ ଅଣସର ପରେ ଶେଷ ଦିନ ରହିଛି ନବଯୌବନ ଦର୍ଶନ । ତା’ ପରେ ରଥ ଯାତ୍ରା । ପ୍ରଶାସନ କିନ୍ତୁ ରଥ ଯାତ୍ରା ଆୟୋଜନ କରାଯିବ କି ନାହିଁ ସେ ନେଇ ଚିନ୍ତାରେ ରହିଛି ।

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ଜୁନ ୨୩ରେ ପଡ଼ୁଛି ।


‘‘ବିଧି କହୁଛି ରଥ ଯାତ୍ରା ନ ହେଲେ ବର୍ଷେ ଯାଏଁ ମହାପ୍ରଭୁ ଆଉ ରତ୍ନ ସିଂହାସନକୁ ଫେରିପାରିବେ ନାହିଁ । କାରଣ ଅଣସର ପିଣ୍ଡିରେ ନବଯୌବନ ଦର୍ଶନ ଦେବେ । ତା’ ପରେ ରଥ ଯାତ୍ରା ପାଇଁ ଅଣସର ପିଣ୍ଡି ଛାଡି ସିଧା ରଥ ଉପରେ ବିରାଜମାନ କରିବେ । ଶ୍ରୀଗୁଣ୍ଡିଚା ଯାତ୍ରା କରି ପୁଣି ଥରେ ନିଳାଦ୍ରି ବିଜେରେ ଫେରିବା ପରେ ମହାପ୍ରଭୁ ରତ୍ନବେଦୀକୁ ଯିବାର ପରମ୍ପରା ରହିଛି  । ଯଦି ରଥ ଯାତ୍ରା ନ ହୁଏ ଆଉ ମହାପ୍ରଭୁ ପଛକୁ ନ ଫେରି ସେହି ପିଣ୍ଡିରେ ବର୍ଷ ତମାମ ବସିବେ । ଆଉ ଦଇତାପତି ସେବାୟତମାନେ ଯେ ଭଳି ଶ୍ରୀଅଙ୍ଗର ଦାୟିତ୍ୱରେ ରହିଛନ୍ତି ସେହି ଭଳି ବର୍ଷ ତମାମ ରହିବେ । ତା’ ସହିତ ରତ୍ନ ବେଦୀକୁ ନ ଗଲେ ମହାଲକ୍ଷ୍ନୀଙ୍କ ସହ ମଧ୍ୟ ମିଳନ ହୋଇପାରିବ ନାହିଁ ମହାପ୍ରଭୁଙ୍କର । ଅଣସର ପିଣ୍ଡିରେ ସାଙ୍ଗରେ ପଟିଦିଅଁଙ୍କ ସହ ସାତ ମୂର୍ତ୍ତି ପୁଜା ପାଇଥାନ୍ତି । ହେଲେ ନବଯୌବନ ପରେ ସେମାନେ ଦକ୍ଷିଣ ଘରେ ରହିଥାନ୍ତି  । ମହାପ୍ରଭୁ ନିଳାଦ୍ରିବିଜେରେ ରତ୍ନ ବେଦୀରେ ପହଞ୍ଚିବା ପରେ ପୁଣି ଅବସ୍ଥାନ କରନ୍ତି । ତେଣୁ ସେଥିରେ ବି ବ୍ୟାଘାତ ହୋଇପାରେ,’’ କହିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାଶ ମହାପାତ୍ର ।

ଐତିହ୍ୟ ବିଶାରଦ ତଥା ଗବେଷକ ସୁରେନ୍ଦ୍ର ମିଶ୍ର କହିଛନ୍ତି ଯେ ପୂର୍ବରୁ ନଜିର ରହିଛି ଯେ ଅନେକ ଥର ଶ୍ରୀମନ୍ଦିରକୁ ଆକ୍ରମଣ ବେଳେ ମହାପ୍ରଭୁଙ୍କ ରଥ ଯାତ୍ରା ଶ୍ରୀମନ୍ଦିର ଭିତରେ ହୋଇଛି । ‘‘ଭଣ୍ଡ ଘରେ ମହାପ୍ରଭୁ ଅସ୍ଥାୟୀ ସିଂହାସନରେ ନବଦିନାତ୍ମକ ଯାତ୍ରା କରିଛନ୍ତି । ଆଉ ଏହାର ଇତିହାସ ପ୍ରାୟ ହଜାର ହଜାର ବର୍ଷ ତଳର । ତେଣୁ କୋବିଡ-୧୯ ଗାଇଡଲାଇନକୁ ନେଇ ଶ୍ରୀମନ୍ଦିର ଭିତରେ ରଥ ଯାତ୍ରା ବିଧି କରାଯାଇପାରିବ,’’ସେ କହିଛନ୍ତି ।

ରଥ ଯାତ୍ରାକୁ ନେଇ ଆସୁଥିବା ବିଭିନ୍ନ ମତ ଭକ୍ତମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି କହିଛନ୍ତି ସେବାୟତ ଓ ଦଇତାପତିମାନେ ।


ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି: ‘‘ଶ୍ରୀମନ୍ଦିର ଇତିହାସରେ ରଥ ଯାତ୍ରା ଭିତରେ ହୋଇଛି ଏଭଳି କୌଣସି ନଜିର ନାହିଁ । ଶ୍ରୀମନ୍ଦିରର ମାଦଳା ପାଞ୍ଜିରେ ବି ଏ ନେଇ କୌଣସି ତଥ୍ୟ ଉଲ୍ଲେଖ ନାହିଁ । ତେଣୁ ଗବେଷକମାନେ ମନଗଢ଼ା ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ନୁହେଁ, ରଥ ଯାତ୍ରା ମନ୍ଦିର ବାହାରେ ହେବ । ପୁଣି ଚଳିତ ବର୍ଷ ଏ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲୁଥିବା ବେଳେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।’’

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ଅନୁସାରେ ମହାପ୍ରଭୁଙ୍କୁ ରଥ ଯାତ୍ରାରେ ନେବା ବେଳେ ପହଣ୍ଡି ହେବ । ‘‘ସେନାପଟା ଲାଗି ହୋଇ ପହଣ୍ଡି ହେଲେ ତାହା ଶ୍ରୀମନ୍ଦିରରେ ଥିବା ଭଣ୍ଡ ଘରକୁ ଯାଇପାରିବେ ନାହିଁ  । ତେଣୁ ମନ୍ଦିର ଭିତରେ ହୋଇପାରିବ ନାହିଁ  । ସାତ ପାହାଚରେ ବାହାରିବା ପରେ ମହାପ୍ରଭୁଙ୍କର ଡାହାଣକୁ ଗମନ ହୋଇଥାଏ, ବାମକୁ ନୁହେଁ  । ୧୯୯୨ ମସିହାରେ ରତ୍ନ ବେଦୀ ମରାମତିକୁ ନେଇ ଅକାଳରେ ମହାପ୍ରଭୁଙ୍କୁ ଭିତରକାଠ ନିକଟରେ ଅସ୍ଥାୟୀ କାଠର ସିଂହାସନରେ ଅବସ୍ଥାନ କରାଯାଇଥିବା ବେଳେ ରଥଯାତ୍ରା ପରେ ସେ ସେଠାରୁ ଯାଇ ରତ୍ନବେଦୀକୁ ଫେରିଥିଲେ  । ତେଣୁ ରଥଯାତ୍ରା ହେଲେ ନୀତି ବଢ଼ିବ । ଭଣ୍ଡ ଘରେ ହେଲେ ମହାପ୍ରସାଦ ଭୋଗରେ ସମସ୍ୟା ଦେଖାଦେବ,’’ ସେ କହିଛନ୍ତି ।

ସ୍ନାନ ପୂର୍ଣ୍ଣିମା ପରେ ଏବେ ରଥ ଯାତ୍ରାକୁ ନେଇ ଆରମ୍ଭ ହୋଇଗଲାଣି ତର୍କବିତର୍କ । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ ଯାତ୍ରାକୁ ନେଇ ଏବେ ବି ଜାରି ରହିଛି ସଂଶୟ। ତା’ ସାଙ୍ଗକୁ ରଥ ଯାତ୍ରାର ଆୟୋଜନ ଉପରେ ଆସୁଥିବା ଭିନ୍ନ ମତ ଲୋକଙ୍କୁ ବିଭ୍ରାନ୍ତ ମଧ୍ୟ କରୁଛି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 8, 2020, 10:03 PM IST
corona virus btn
corona virus btn
Loading