News18 Odia Digital
ଭୁବନେଶ୍ୱର: ‘‘ରେଡି, ମାଡ଼ି ଚାଲ୍’’ ବୋଲି କହି ବେଶ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରଜ ସମୟରେ ରଜ ଦୋଳି ଖେଳାଇ ପୁଣି ଫୋକସରେ ରହିଛନ୍ତି । ପାତ୍ରପଡ଼ାରେ ହୋଇଥିବା ବିଧି ପୂଜାରେ ଯୋଗ ଦେଇ ପୋଡ଼ ପିଠା ଓ ମିଠା ଖାଇ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ରାଉତରାୟ ।
ପିଲାଠୁ ବୁଢା ତାଙ୍କୁ ସମସ୍ତେ ସୁର ଭାଇ ନାମରେ ଜାଣନ୍ତି । ସଭିଏଁ ସୁର ଭାଇ ବୋଲି ଡାକନ୍ତି। ଏବେ କରୋନା ସହ ଯୁଦ୍ଧ ଚାଲିଥିବାରୁ ଓ ସଭିଏଁ ମୁକାବିଲାରେ ଲାଗୁଥିବାରୁ କୌଣସି ସ୍ଥାନରେ ଦୋଳି ଖେଳ ହେଉନାହିଁ । କିନ୍ତୁ ପାତ୍ରପଡ଼ାରେ ରଜ ମହୋତ୍ସବ କମିଟ ପକ୍ଷରୁ ହୋଇଥିବା ବିଧି ପୂଜାରେ ଯୋଗ ଦେଇ ରାଧା-କୃଷ୍ଣ ଓ ଜଗନ୍ନାଥ-ସୁଭଦ୍ରାଙ୍କୁ ଦୋଳି ଖେଳାଇବା ସହ ପିଠା ଭୋଗ ଖାଇଛନ୍ତି ସୁର । ନିଜେ ନଡ଼ିଆ ବାଡେଇବା ସହ ମାସ୍କ ପିନ୍ଧି ଲୋକମାନଙ୍କୁ ସଚେତନ ରହିବା ପାଇଁ ବାର୍ତ୍ତା ବି ଦେଇଛନ୍ତି ।
‘‘ରଜ ଏକ ଗଣ ପର୍ବ। ଏ ମହାମାରୀ ସମୟରେ ଏକାଠି ହେବା ଉଚିତ ନୁହେଁ। ଯେହେତୁ ବିଧି ରହିଛି, ସେଥିପାଇଁ ଠାକୁରଙ୍କୁ ଦୋଳିରେ ଖେଳାଇବା ପାଇଁ ଏକାଠି ହୋଇଛୁ,’’ କହିଛନ୍ତି ସୁରେଶ ରାଉତରାୟ ।
ରଜ ମହୋତ୍ସବ କମିଟି ସଭାପତି ପ୍ରଭାତ କୁମାର ମାର୍ଥା କହିଛନ୍ତି: ‘‘କେତେ ଗହଳି ହେଉଥିଲା । ପାତ୍ରପଡ଼ା ସାରା ରାଜ୍ୟରେ ନାଁ କରିଥିଲା । ବହୁତ ଲୋକଙ୍କ ମନୋରଞ୍ଜନ ହେଉଥିଲା । କିନ୍ତୁ ଏଭଳି ସମୟରେ ପୁରୁଣା କଥା ମନେ ପଡିଗଲେ କଷ୍ଟ ହେଉଛି।’’

ପାତ୍ରପଡ଼ାରେ ରଜ ପାଇଁ ବିଧି ପୂଜାରେ ଭାଗ ନେଉଛନ୍ତି ସୁରେଶ ରାଉତରାୟ ।
ରାଜଧାନୀର ଉପକଣ୍ଠରେ ପାତ୍ରପଡା ଗାଁ। ଦୋଳି ପାଇଁ ରାଜଧାନୀରେ ନୁହେଁ, ସାରା ରାଜ୍ୟରେ ଏ ଗାଁ ବେଶ ପରିଚିତ। ଏଠାରେ ଏକ ପଡ଼ିଆରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କର ବେଶ ସମାଗମ ହୁଏ। ଆଜି କିନ୍ତୁ ଖାଁ ଖାଁ ହୋଇଛି ଏ ପଡ଼ିଆ । ଏହି ପଡ଼ିଆରେ ଥିବା ଗଛରେ ଦୁଇ ଶହରୁ ଅଧିକ ଦୋଳି ଲାଗେ । ସାରା ରାଜ୍ୟରୁ ଲୋକ ଏଠାକୁ ଆସି ଦୋଳି ଖେଳନ୍ତି। ଖାଲି ଦୋଳି କାହିଁକି, ତାସ, ଲୁଡୁ, ପୁଚି, ପସା ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ସହ ଡାନ୍ସ ବି ହୁଏ ।
ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପିଠା ପ୍ରତିଯୋଗିତା ହୁଏ। ଯେଉଁଥିରେ ପାଖା ପାଖି ଗାଁର ମହିଳା ମାନେ ଯୋଗ ଦିଅନ୍ତି। ଏବେ କରୋନା ପାଇଁ ବନ୍ଦ ହୋଇଥିବାରୁ ପାତ୍ରପଡ଼ା ରଜ ମହୋତ୍ସବ କମିଟି ସଦସ୍ୟମାନେ ମନ ଦୁଃଖ କରିଥିଲେ, କିନ୍ତୁ ଦୁଇ ଦିନ ବିଧି ପୂଜା ପାଇଁ ବିଏମସି ଓ ପୋଲିସ ଅନୁମତି ଦେଇଥିଲେ ।
ରଜ ସଂକ୍ରାନ୍ତି ଓ ଭୂମିପୂଜା ପାଇଁ କେବଳ ଦୁଇଟି ଦୋଳି ବାନ୍ଧିବା ପାଇଁ ମିଳିଥିଲା ଅନୁମତି। ପାତ୍ରପଡ଼ା ଗ୍ରାମର ରଶ୍ମି ରଞ୍ଜନ ପାଟ୍ଟଶାଣୀ ଓ ପ୍ରଭାତ କୁମାର ମାର୍ଥାଙ୍କ ଆୟୋଜନରେ ରାଧା-କୃଷ୍ଣ ଓ ଜଗନ୍ନାଥ-ସୁଭଦ୍ରାଙ୍କ ଦୋଳି ପାଖରେ ଯୋଗ ଦେଇଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ଏହା ବି ପଢ଼ନ୍ତୁ: ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।