News18 Odia Digital
ନୂଆ ଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ମୋଟ ବିକ୍ରି ଉପରେ ୫% ରୟାଲିଟି ନେବ ଆଇସିଏମଆର। ଆଇସିଏମଆରକୁ କମ୍ପାନିର ଏପରି ୫% ରୟାଲିଟି ମିଳିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଛି।
ଦ ହିନ୍ଦୁର ଏକ ଇମେଲ ଉତ୍ତରରେ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଗାଭା ଲେଖିଛନ୍ତି, “ଆଇସିଏମଆର ଓ ଭାରତ ବାୟୋଟେକ ମଧ୍ୟରେ ଆନୁଷ୍ଠାନିକ ଚୁକ୍ତିନାମା ଅନୁଯାୟୀ ପବ୍ଲିକ-ବେସରକାରୀ ଭାଗିଦାରୀକୁ କାର୍ଯ୍ୟକାରୀ କରାଯାଇଛି। ମୋଟ ବିକ୍ରି ଉପରେ ଆଇସିଏମଆର ପାଇଁ ରୟାଲଟିର ଏକ ବ୍ୟବସ୍ଥା ମଧ୍ୟ ଅଛି। ଏହା ସହିତ ଦେଶରେ ପ୍ରାଥମିକତା ଭିତ୍ତିରେ ଯୋଗାଣ ସମ୍ବନ୍ଧୀୟ ଅନ୍ୟାନ୍ୟ ବ୍ୟବସ୍ଥା ଅଛି। ଉତ୍ପାଦର ଆଇପି ମଧ୍ୟ ଅଂଶୀଦାର କରାଯାଇଛି। ଏହା ମଧ୍ୟ ସହମତ ହୋଇଛି ଯେ ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଟିକା ବାକ୍ସରେ ଛାପାଯିବ।
ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତ ବୟୋଟେକ କୋଭାକ୍ସିନକୁ ବିକଶିତ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ତାର ଯାଞ୍ଚ ସରକାର କରିବା କଥା। ଯଦି ଆଇସିଏମଆର ୩୫କୋଟି ନିବେଶ କରି ୫% ରୟାଲିଟି ପାଇ ପାରୁଛି, ତାହେଲେ କଣ ଭାରତ ବୟୋଟେକ ଟିକା ପାଇଁ ୬୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି? କଣ ସରକାର ଏହାକୁ ଯାଞ୍ଚ କରିବେ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ସଂସଦକୁ କହିଛନ୍ତି ଯେ ଟିକାକରଣର ବିକାଶ ପାଇଁ ଆଇସିଏମଆର ଓ ଭାରତ ବାୟୋଟେକ ମଧ୍ୟରେ ସ୍ୱାକ୍ଷରିତ ଏମଓୟୁ ଦ୍ୱାରା ରୟାଲଟିର ବ୍ୟବସ୍ଥା ପରିଚାଳିତ ହେବ।
ଜାନୁଆରୀ ୧୬ରେ ଟୀକାକରଣ ଆରମ୍ଭ ହେବା ପରଠାରୁ ଦେଶରେ ୪୫ କୋଟିରୁ ଅଧିକ ଟିକାକରଣ କରାଯାଇଛି। ଅବଶ୍ୟ, କେବଳ କୋଭାକ୍ସିନର ୫୦ ମିଲିୟନ୍ ଡୋଜ ବ୍ୟବହାର କରାଯାଇଛି। ଏହି ଟିକାକରଣର ପ୍ରି-କ୍ଲିନିକାଲ୍ ଅଧ୍ୟୟନରେ ମଧ୍ୟ କେନ୍ଦ୍ର ସରକାର ଅର୍ଥ ବିନିଯୋଗ କରିଥିଲେ ଓ ପରେ କ୍ଲିନିକାଲ୍ ପରୀକ୍ଷଣରେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ମେ ମାସରେ କେନ୍ଦ୍ର ସରକାର ଏକ ଏଫିଡେଭିଟ୍ ଦାଖଲ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।