ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ତୃତୀୟ ଲହରର ପୂର୍ବ ସଙ୍କେତ: ICMR

କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ତୃତୀୟ ଲହରର ପୂର୍ବ ସଙ୍କେତ: ICMR

ଦେଶରେ ଅଧିକାଂଶ ରାଜ୍ୟରେ କରୋନା ମାମଲା ଥମିବାରେ ନାଁ ନେଉନାହିଁ। ଏହି ସଂଖ୍ୟା ସମ୍ଭାବ୍ୟ ତୃତୀୟ ଲହର ଆସିବାର ସୂଚନା ଦେଉଛି ବୋଲି କହିଛନ୍ତି ICMRର ଡ଼. ସମୀର ପଣ୍ଡା।

କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ତୃତୀୟ ଲହରର ପୂର୍ବ ସଙ୍କେତ: ICMR
ଦେଶରେ ଅତି ଶୀଘ୍ର ଆସିପାରେ ତୃତୀୟ ଲହର କରୋନା। (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2021, 12:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣର ଦୈନନ୍ଦିନ ଅବସ୍ଥାରେ କ୍ରମାଗତ ଉତ୍ଥାନ-ପତନ ଘଟୁଛି। ମଙ୍ଗଳବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୦,୯୪୧ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏଥି ସହିତ କେତେକ ରାଜ୍ୟରେ କରୋନା ମାମଲା ଚିନ୍ତାଜନକ ଅଟେ। ଏ ବାବଦରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଏପିଡେମୋଲୋଜି ଓ କମ୍ୟୁନିକେବଲ୍ ରୋଗର ମୁଖ୍ୟ ଡ ସମୀର ପଣ୍ଡା କହିଛନ୍ତି ଯେ ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ଭୟ ଦେଖା ଦେଇ ନାହିଁ, ବର୍ତ୍ତମାନ ସେହି କ୍ଷେତ୍ରରେ କରୋନା ମାମଲା ବୃଦ୍ଧି ପାଉଛି। ରାଜ୍ୟଗୁଡ଼ିକରେ ଯେଉଁ ଭଳି ସଂକ୍ରମଣ ବୃଦ୍ଧି ପାଉଛି, ତାହା ତୃତୀୟ ଲହର ଆସିବାର ପ୍ରାରମ୍ଭିକ ସଙ୍କେତ ଅଟେ।

ଡକ୍ଟର ପଣ୍ଡା କହିଛନ୍ତି ଯେ ସମଗ୍ର ଭାରତ ବିଷୟରେ କଥାବାର୍ତ୍ତା ନକରି ଏକ ରାଜ୍ୟ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ କାରଣ ସମସ୍ତ ରାଜ୍ୟରେ ପରିସ୍ଥିତି ସମାନ ନୁହେଁ। ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ରାଜ୍ୟରୁ ଶିକ୍ଷା ଗ୍ରହଣ କରି କୋଭିଡ ଉପରେ ପ୍ରତିବନ୍ଧକ ଲଗାଇବା ଓ ଟିକାକରଣ ବୃଦ୍ଧି କରିବା ଆରମ୍ଭ କରିଥିଲେ। ଏହି କାରଣରୁ ଅନେକ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଗମ୍ଭୀର ହୋଇପାରିଲା ନାହିଁ।

ଡକ୍ଟର ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ କେତେକ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ସମ୍ଭାବ୍ୟ ତୃତୀୟ ଲହରକୁ ସୂଚାଉଛି।  ସେ କହିଛନ୍ତି ଯେ ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ କରୋନା ସଂକ୍ରମଣର ସଂଖ୍ୟା ଓ ପରିମାଣକୁ ବିଶ୍ଳେଷଣ କରି ସମସ୍ତ ରାଜ୍ୟ ନିଜକୁ ତୃତୀୟ ଲହରରୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉଚିତ।

ବିଦ୍ୟାଳୟଗୁଡ଼ିକର ପୁନଃ ଖୋଲିବା ବିଷୟରେ ଡକ୍ଟର ପଣ୍ଡା କହିଛନ୍ତି ଯେ ଆମକୁ ଏ ବିଷୟରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଚତୁର୍ଥ ଜାତୀୟ ସେରୋ ସର୍ଭେରେ ଏହା ଜଣାପଡ଼ିଛି ଯେ ପ୍ରାୟ ୫୦ପ୍ରତିଶତ ପିଲା ସଂକ୍ରମିତ ହୋଇଛନ୍ତି। ତେଣୁ କୌଣସି କାରଣ ବିନା ଆମକୁ ଭୟଭୀତ କରିବାର ଆବଶ୍ୟକତା ନାହିଁ।

ସେ କହିଛନ୍ତି ଯେ ବିଦ୍ୟାଳୟ ଖୋଲିବା ନିରାପଦ କି ନୁହେଁ ଚିନ୍ତା କରିବା ଅପେକ୍ଷା ଭଲ ପ୍ରସ୍ତୁତି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।  ଶିକ୍ଷକ, ଅଭିଭାବକ, ସହାୟକ କର୍ମଚାରୀ, ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଟିକାକରଣ କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। CAB କାର୍ଯ୍ୟକାରୀ ହେବା ଜରୁରୀ ଅଟେ।
Published by: Soumya Das
First published: August 31, 2021, 12:24 PM IST