ରାଜ୍ୟରେ ଆରମ୍ଭ ହେଲା କୋଭିଡ ଟିକାର ମାନବ ପରୀକ୍ଷଣ କାର୍ଯ୍ୟ; ପଞ୍ଜିକରଣ ଆଗେଇ ଚାଲିଛି

ହ୍ୟୁମାନ ଟ୍ରାଏଲରେ ଭାଗ ନେବାପାଇଁ ସୁସ୍ଥ ବ୍ୟକ୍ତିମାନଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥି ସହିତ ପୂର୍ବରୁ ନାମ ପଞ୍ଜିକରଣ କରିଥିବା କିଛି ଲୋକଙ୍କର ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଛି । ମୋଟ ଚାରିଟି ପର୍ଯ୍ୟାୟରେ ହେବ ଏହି ପରୀକ୍ଷଣ ।

ରାଜ୍ୟରେ ଆରମ୍ଭ ହେଲା କୋଭିଡ ଟିକାର ମାନବ ପରୀକ୍ଷଣ କାର୍ଯ୍ୟ; ପଞ୍ଜିକରଣ ଆଗେଇ ଚାଲିଛି
ସମ୍ ହସପିଟାଲରେ ପରୀକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଲ୍ୟାବ ଉଦଘାୟନ ସମୟର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ବା ମାନବ ଉପରେ ପରୀକ୍ଷଣ କାର୍ଯ୍ୟର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶର ୧୨ଟି ସ୍ଥାନରେ ଏକା ସାଙ୍ଗରେ ଏହି ପରୀକ୍ଷା ଆରମ୍ଭ ହୋଇଛି । ସେଥିରେ ଓଡ଼ିଶାର ସମ ହସ୍ପିଟାଲ ଅଛି । ଏହି ଅବସରରେ ଉଦଘାଟିତ ହୋଇଛି ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଲ୍ୟାବ ।

ଲ୍ୟାବ ଉଦଘାଟନ ହେବା ସହିତ ଆରମ୍ଭ ହୋଇଛି ମାନବ ପରୀକ୍ଷଣ ପାଇଁ ପଞ୍ଜିକରଣ ଓ ସ୍କ୍ରିନିଂ । ଆଶା କରାଯାଉଛି ଯେ ଏହି ଟିକା ଆସିବା ପରେ ଲଗାତର ବଢୁଥିବା କୋଭିଡ ସଂକ୍ରମଣ ଉପରେ ବ୍ରେକ୍‌ ଲାଗିବ ।

‘‘ହ୍ୟୁମାନ ଟ୍ରାଏଲରେ ଭାଗ ନେବାପାଇଁ ସୁସ୍ଥ ବ୍ୟକ୍ତିମାନଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥି ସହିତ ପୂର୍ବରୁ ନାଁ ପଞ୍ଜିକରଣ କରିଥିବା କିଛି ଲୋକଙ୍କର ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଛି । ମୋଟ ଚାରିଟି ପର୍ଯ୍ୟାୟରେ ହେବ ଏହି ଟ୍ରାଏଲ । ସେଗୁଡ଼ିକ ହେଲା ଫେଜ ୦, ଫେଜ ୧, ୨ ଓ ଫେଜ ୩ । ଫେଜ ୦ ହେଉଛି ଆନୁସଙ୍ଗିକ ପ୍ରସ୍ତୁତି, ଯାହା ସରିଛି  । ଫେଜ ୨ ଶୀଘ୍ର ଆରମ୍ଭ ହେବ, ଯାହା  ୧୮ ରୁ ୫୫ବର୍ଷ ବୟସ୍କ ଲୋକଙ୍କ ଉପରେ ପ୍ରୟୋଗ କରାଯିବ। ଏହି ପ୍ରକ୍ରିୟାରୁ ଅସୁସ୍ଥ ଲୋକ ଯଥା ମଧୁମେହ ଓ ହୃଦ ସମସ୍ୟା ଥିବା ଲୋକଙ୍କୁ ବାଦ ଦିଆଯିବ,’’ କହିଛନ୍ତି ପରୀକ୍ଷଣ କାର୍ଯ୍ୟରେ ନିୟୋଜିତ ଥିବା ଟିମର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଇପାରୀ ଭେଙ୍କଟ ରାଓ ।

ଅଧିକରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ପରୀକ୍ଷଣରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି ।


ଫେଜ ୨ ଓ ଫେଜ ୩ରେ ସାମାନ୍ୟ ଓ ଅଧିକ ଅସୁସ୍ଥ ଲୋକଙ୍କ ଉପରେ ଏହି ଟୀକା ପ୍ରୟୋଗ କରାଯିବ।  ପ୍ରଥମ ଦିନରେ ୩୦ ଜଣ ସ୍ବେଚ୍ଛାସେବୀ ନିଜ ନାଁ ପଞ୍ଜିକରଣ କରିଛନ୍ତି । ଏହି ସଂଖ୍ୟା ଆଗକୁ ବଢ଼ିବା ନେଇ ରାଓ ଆଶାବାଦୀ ଅଛନ୍ତି । ଏହି ଟ୍ରାଏଲର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି ।

ବୁଧବାର କିମ୍ବା ଏହି ସପ୍ତାହ ଭିତରେ ଯେକୌଣସି ସମୟରେ ବି ଆରମ୍ଭ ହୋଇପାରେ ଟିକାର ବିଧିବଦ୍ଧ ମାନବ ପରୀକ୍ଷଣ। ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ କହିଛନ୍ତି, ‘‘କରୋନା ଟିକାର ମାନବ ଟ୍ରାଏଲ୍‌ ଓଡ଼ିଶାର ଆରମ୍ଭ ହେବା ନିହାତି ଭାବେ ସମ ହସ୍ପିଟାଲ ତଥା ସାରା ରାଜ୍ୟ ପାଇଁ ଏକ ଗୌରବର ବିଷୟ। ଦେଶ ଭିତରେ  ୧୨ଟି କେନ୍ଦ୍ର ଭିତରେ ଏହି ଟ୍ରାଏଲ କେନ୍ଦ୍ରକୁ ଆଗୁଆ ସଫଳତା ମିଳିବ ବୋଲି ଆଶା କରାଯାଉଛି ।’’

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ରାଜ୍ୟର ଡାକ୍ତରମାନେ ଏହାକୁ ସ୍ୱାଗତ କରିବା ସହ ଅଧିକରୁ ଅଧିକ ସ୍ବେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବା ପାଇଁ ଆଗେଇ ଆସିବା ଉଚିତ ବୋଲି ମତ ଦେଇଛନ୍ତି। ହେଲଥ ଭିଲେଜ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଶୋଭନ କୁମାର ରଥ କହିଛନ୍ତି, ‘‘ଆମ ପାଖରେ ଏ ପର୍ଯ୍ୟନ୍ତ ଏହି ରୋଗର ଔଷଧ ନାହିଁ। କେବଳ ଭରସା ହେଲା ଭ୍ୟାକ୍ସିନ । ତେଣୁ ଅଧିକ ସ୍ବେଚ୍ଛାସେବୀ ଟ୍ରାଏଲ ପାଇଁ ଆଗେଇ ଆସିବା ଦରକାର ।’’
Published by: Anand Shankar Thankur Das
First published: July 20, 2020, 7:42 PM IST
corona virus btn
corona virus btn
Loading