ସମ୍ ହସପିଟାଲରେ ଆରମ୍ଭ ହେଲା କରୋନା ଟିକାର ମାନବ ପରୀକ୍ଷଣ; ୩ ମାସ ଲାଗିପାରେ

ସମ୍ ହସପିଟାଲରେ ପୂର୍ବରୁ କରୋନା ଟିକାର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ଏବେ ମାନବ ପରୀକ୍ଷଣରେ ପର୍ଯାୟ କ୍ରମେ ସାମିଲ ହେଉଛନ୍ତି ୧,୦୦୦ରୁ ଅଧିକ ସ୍ବେଚ୍ଛାସେବୀ ।

ସମ୍ ହସପିଟାଲରେ ଆରମ୍ଭ ହେଲା କରୋନା ଟିକାର ମାନବ ପରୀକ୍ଷଣ; ୩ ମାସ ଲାଗିପାରେ
ଟିକାର ମାନବ ପରୀକ୍ଷଣ ତିନି ମାସରୁ ଅଧିକ ସମୟ ଧରି ଚାଲିପାରେ ।
  • News18 Odia
  • Last Updated: November 22, 2020, 8:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲମ୍ବା ପ୍ରତୀକ୍ଷାର ଅନ୍ତ ପରେ ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ରାଜ୍ୟର ଏକ ମାତ୍ର ଟିକା ପରୀକ୍ଷଣ କେନ୍ଦ୍ର ଭାବେ ଭୁବନେଶ୍ବରର ସମ ହସ୍ପିଟାଲରେ ଏହି ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଏଥିରେ ପର୍ଯାୟ କ୍ରମେ ସାମିଲ ହେଉଛନ୍ତି ୧,୦୦୦ରୁ ଅଧିକ ସ୍ବେଚ୍ଛାସେବୀ ।

ପୂର୍ବରୁ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଆରମ୍ଭ ହୋଇଥିବା ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ଦୁଇରୁ ତିନି ମାସ ଧରି ଚାଲୁ ରହିବ ବୋଲି କହିଛନ୍ତି ସମ୍‌ କୋଭାକ୍ସିନ ଟ୍ରାଏଲ ସେଣ୍ଟରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡଃ ଇପାରି ଭେଙ୍କଟ ରାଓ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

କୋଭାକ୍ସିନ ଟିକା ବିକଶିତ କରିବା ପ୍ରକ୍ରିୟାର ଏହି ତୃତୀୟ ଫେଜ୍‌ ଦେଶର ୨୧ଟି ଟିକା ପରୀକ୍ଷଣ କେନ୍ଦ୍ରରେ ଆରମ୍ଭ ହୋଇଛି । ଏଥିରେ ରାଜ୍ୟରୁ  ସ୍ଥାନୀତ  ହୋଇଛି ସମ ହସ୍ପିଟାଲ ।  ସମ କୋଭିଡ କୋଭାକ୍ସିନ କେନ୍ଦ୍ରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡାକ୍ତର ଇପାରୀ ଭେଙ୍କଟ ରାଓ କହିଛନ୍ତି, ‘‘ଗତ ଗୁରୁବାର ଠାରୁ ଭୁବନେଶ୍ୱର ସମ ହସ୍ପିଟାଲରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ନିର୍ଦ୍ଦେଶ ଅନୁସାରେ ବିସ୍ତୃତ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରକାଶ କରିବାରୁ ବାରଣ କରାଯାଇଛି । ତେବେ ଦେଶରେ କାର୍ଯ୍ୟକ୍ଷମ ଥିବା ମୋଟ ୨୧ଟି କେନ୍ଦ୍ରରେ ୨୫,୮୦୦ ଲୋକଙ୍କ ଦେହରେ ଏହି  ପରୀକ୍ଷଣ ହେବାକୁ ଧାର୍ଯ୍ୟ ହୋଇଛି।  ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯାୟ ଆସନ୍ତା ଦୁଇ ମାସରୁ ଅଧୁକ ସମୟ ଲାଗିପାରେ ।’’

ସମ୍ କୋଭାକ୍ସିନ ଟ୍ରାଏଲ ସେଣ୍ଟରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡଃ ଇପାରି ଭେଙ୍କଟ ରାଓ


‘‘ଏହି ପର୍ଯ୍ୟାୟରେ ଟିକାକରଣ ଲାଗି ୧୮ ବର୍ଷରୁ ଆରମ୍ଭ କରି ୬୫ ବର୍ଷ ବୟସ୍କ ଲୋକଙ୍କୁ ବଛା ଯାଇଛି । ଏହା ସହିତ ବିଭିନ୍ନ ଜଟିଳ ରୋଗ ଭୋଗୁଥିବା ରୋଗୀଙ୍କ ଉପରେ  ମଧ୍ୟ ଏହି ଟିକା ପ୍ରୟୋଗ କରାଯିବ, ଅର୍ଥାତ ମଧୁମେୟ ରୋଗ, ଉଚ୍ଚ ରକ୍ତଚାପ ରୋଗ ଓ ହୃଦ ରୋଗ ଭୋଗୁଥିବା ରୋଗୀଙ୍କ ଦେହରେ ଏହା ପ୍ରୟୋଗ କରାଯିବ। ଟିକା ଦିଆଯିବାର ପ୍ରଥମ ଦୁଇ/ତିନି ଘଣ୍ଟାର ସମୟ ଅଧିକ ସମ୍ବେଦନଶୀଳ ଥିବାରୁ ତାକୁ ଯତ୍ନର ସହିତ ଗୁରୁତ୍ବ ଦୁଆଯାଉଛି । ପ୍ରାରମ୍ଭିକ ଭାବେ ଆରମ୍ଭ ହୋଇଥିବା ପ୍ରକ୍ରିୟାର ଫଳାଫଳ ଆମକୁ ଉତ୍ସାହିତ କରିଛି,’’ କହିଛନ୍ତି ରାଓ ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ କେବଳ ଟିକାର ପାର୍ଶ୍ଵ ପ୍ରତିକ୍ରିୟାକୁ ଅନୁଧ୍ୟାନ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯାୟରେ ଲୋକଙ୍କ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଅନୁଧ୍ୟାନ କରାଯାଇଥିଲା। ସେହି ଧାରାରେ ତୃତୀୟ ପର୍ଯ୍ୟାୟରେ ଟିକାର ପ୍ରଭାବକୁ ଅନୁଶୀଳନ କରାଯାଉଛି।

ମୁଖ୍ୟତଃ ଏହି ଟିକା କରୋନା ରୋଗ ଉପରେ କାବୁ ପାଇ ପାରୁଛି ନା ନାହିଁ  ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେଥି ପାଇଁ ଏଥର ଅଧିକ ଯତ୍ନଶୀଳ ହେବାକୁ ପଡୁଛି ବୋଲି କହିଛନ୍ତି ରାଓ ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ସ୍ବାସ୍ଥ୍ୟ ପରିଚାଳନା ବିଶେଷଜ୍ଞ  ବିଷ୍ଣୁ ଚରଣ ପଣ୍ଡା କହିଛନ୍ତି, ‘‘ଏହି ଟିକା ପରୀକ୍ଷଣର ସଫଳତା ଉପରେ ଆମ ସମସ୍ତଙ୍କର ନଜର ରହିଛି । ଏହାର ସଫଳତା ଉପରେ ନିର୍ଭର କରୁଛି ରାଜ୍ୟର ସମ୍ମାନ। ତେଣୁ ଆମେ ଏହାର ସଫଳତା କାମନା କରୁଛୁ ।’’



‘‘କୋଭିଡ ଟିକା ପରୀକ୍ଷଣର ଏହା ହେଉଛି ସବୁ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏଥିରୁ କୋଭିଡ ଟିକାକରଣ ପାଇଁ ସ୍ପଷ୍ଟ ହେବ ଅନେକ ଦିଗ । ବିଶେଷ କରି ଏହା ଅନ୍ୟ ରୋଗ ଭୋଗୁଥିବା ଲୋକଙ୍କ ଦେହରେ କେମିତି ପ୍ରଭାବ ରଖୁଛି, ତା’ର ନିର୍ଯ୍ୟାସ ସ୍ପଷ୍ଟ ହେବ,’’ କହିଛନ୍ତି ଡାକ୍ତର ଶୋଭନ ରଥ ।
Published by: Anand Shankar Thankur Das
First published: November 22, 2020, 8:04 PM IST
corona virus btn
corona virus btn
Loading