News18 Odia Digital
କଟକ: ରଜ ପାଇଁ କଟକ ସହରର ଲୋକେ ଆଜି ମନଭରି ସପିଙ୍ଗ୍ କରିଛନ୍ତି । ଫଳ ସ୍ବରୂପ କଟକ ସହରର ଅଧିକାଂଶ ସପିଙ୍ଗ୍ ମଲଗୁଡ଼ିକରେ ଆଜି ଭୟଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । କରୋନା କଟକଣା ଥିଲେ ମଧ୍ୟ କିଛି କିଛି ମଲରେ ଗୋଟିଏ ସମୟରେ ଶତାଧିକ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।
ବାଦାମବାଡ଼ି ଠାରେ ଥିବା ଏକ ସପିଙ୍ଗ୍ ମଲରେ ତ ସମସ୍ତ ନିୟମ ଓ କଟକଣାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଥିଲା । ଦିନ ପ୍ରାୟ ୧୧ଟା ସମୟରେ ପ୍ରାୟ ୨୦୦ ଲୋକ ଏକା ସାଙ୍ଗରେ ଏହି ମଲରେ ପଶି କିଣା କିଣି କରୁଥିବା ଦେଖା ଦେଇଥିଲା । ଖବର ପାଇ ସିଏମସିର ଏନଫୋର୍ସମେଣ୍ଟ ସ୍ବାର୍ଡ ସେଠାରେ ଚଢ଼ାଉ କରି ମଲ୍ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
‘‘ସକାଳୁ ଆମେ ୬ଟି ସପିଙ୍ଗ୍ ମଲରେ ଚଢାଉ କରିଥିଲୁ । ସେଥି ମଧ୍ୟରୁ ୪ଟିରେ ସରକାରଙ୍କ କରୋନା ଗାଇଡ଼ଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବା ପରେ ଆମେ ସେମାନଙ୍କ ଠାରୁ ମୋଟ ୧୨ ହଜାର ଟଙ୍କା ଫାଇନ ଆଦୟ କରିଛୁ,’’ କହିଛନ୍ତି ଏନଫୋର୍ସମେଣ୍ଟ ସ୍ବାର୍ଡ ଅଧିକାରୀ ରଞ୍ଜିତ ସାହୁ ।

ମୁଖ୍ୟତଃ ଡ୍ରେସ୍ ଦୋକାନଗୁଡ଼ିକରେ ଦେଖିବାକୁ ମିଳିଥିଲା ଭୀଷଣ ଭିଡ଼ ।
ରଜ ସପିଙ୍ଗ୍ ପାଇଁ ବିଶେଷ କରି ସହରର ଗାର୍ମେଣ୍ଟ ସୋ' ରୁମଗୁଡ଼ିକରେ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଉଛି । ସହରରେ ଥିବା ସମସ୍ତ ମଲ ଠାରୁ ଆରମ୍ଭ କରି ଛୋଟ ଛୋଟ ଡ୍ରେସ ଦୋକାନ ପର୍ଯ୍ୟନ୍ତ ସବୁ ଠାରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଶନିବାର ଓ ରବିବାର ସଟ୍ଡ଼ାଉନ ଥିବାରୁ ଶୁକ୍ରବାର ଦିନ ତମାମ ଏହି ଭିଡ଼ ଦେଖିବାକୁ ମିଳିଥିଲା ।
କରୋନା କଟକଣା ଯୋଗୁଁ ରଜ ପର୍ବ ଫିକା ପଡ଼ିଥିଲେ ମଧ୍ୟ ନୂଆ ପୋଷାକ ପିନ୍ଧିବାକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ କମିନାହିଁ । ଆଜି କଟକ ସହରର ବିଭିନ୍ନ ସପିଙ୍ଗ୍ ମଲଗୁଡ଼ିକ ବାହାରେ ଲାଗିଥିବା ଲମ୍ବା ଲାଇନରୁ ଏହା ହିଁ ସ୍ପଷ୍ଟ ହେଉଛି । ସାମାଜିକ ଦୂରତା ରକ୍ଷା କରିବା ସହ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଗ୍ରାହକଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିବାରୁ ମଲ୍ ବାହାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମଳିଥିଲା ।
‘‘ପିଲାମାନଙ୍କ ପାଇଁ ନୂଆ ଡ୍ରେସ କିଣିବା ପାଇଁ ମୁଁ ମଲକୁ ଆସିଥିଲି । ଲୋକଙ୍କ ଲାଇନ ତ ରହିଛି, ତଥାପି ମୁଁ ଲାଇନରେ ରହି ମୋ' ପାଳିକୁ ଅପେକ୍ଷା କରିଛି,’’ କହିଛନ୍ତି ବାଦାମବାଡ଼ିର ଏକ ମଲକୁ ଆସିଥିବା ଜଣେ ଗ୍ରାହକ ସୁନିତା ।
ଗତ କିଛି ଦିନ ମଧ୍ୟରେ ସାମାଜିକ ନିୟମ ର ଖିଲାପି ଅଭିଯୋଗରେ କଟକ ସହରର ୬ଟି ସୋ' ରୁମକୁ ସିଲ କରାଯାଇଥିବା ବେଳେ ୬୦ ହଜାର ଟଙ୍କାର ଫାଇନ ଆଦାୟ କରିଛି ନଗର ନିଗମ (ସି.ଏମ.ସି.) । ସି.ଏମ.ସି.ର ଦୁଇଟି ଟିମ ସହିତ ପ୍ରତି ଥାନା ସ୍ତରରେ ପୋଲିସ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ: ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।