ଭୁବନେଶ୍ୱରରେ ମାତୁଛି କରୋନା; ବସ୍ତି ଓ ହସପିଟାଲ ପରେ ଏବେ ହୋଟେଲଗୁଡ଼ିକ ବଢ଼ାଇଛନ୍ତି ଚିନ୍ତା

ଜୟଦେବ ବିହାର ନିକଟସ୍ଥ ଏକ ତାରକା ହୋଟେଲରୁ ଏକକାଳୀନ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ହୋଟେଲକୁ ବନ୍ଦ କରାଯାଇଛି । ଏହା ପରେ ରାଜଧାନୀର ଅନ୍ୟ ହୋଟେଲଗୁଡ଼ିକ ସଜାଗ ହୋଇଯାଇଛନ୍ତି ।

ଭୁବନେଶ୍ୱରରେ ମାତୁଛି କରୋନା; ବସ୍ତି ଓ ହସପିଟାଲ ପରେ ଏବେ ହୋଟେଲଗୁଡ଼ିକ ବଢ଼ାଇଛନ୍ତି ଚିନ୍ତା
ଭୁବନେଶ୍ୱରର ରାସ୍ତାରେ ଏବେ ଗାଡ଼ି ସଂଖ୍ୟା ନଗଣ୍ୟ ରହୁଛି ।
  • News18 Odia
  • Last Updated: August 14, 2020, 12:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଥମେ ବସ୍ତି, ତା’ପରେ ଆଳୁଗଦି ଓ ଘରୋଇ ହସ୍ପିଟାଲ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଚିନ୍ତାର କାରଣ ହୋଇଥଲେ । ଆଉ ଏବେ ହୋଟେଲରେ ପଜିଟିଭ ବାହାରିବା ସହରବାସୀଙ୍କୁ ମିଳିଛି ନୂଆ ଟେନସନ। ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେଉଥିଲେ ବି ସହରରେ କରୋନା ବଦଳାଇବାରେ ଲାଗିଛି ନିଜ ଠିକଣା। ଗୋଟିଏ ପରେ ଗୋଟିଏ ନୂଆ ଅଞ୍ଚଳକୁ ମାଡ଼ି ଚାଲିଛି।

ବୁଧବାର ଜୟଦେବ ବିହାର ନିକଟସ୍ଥ ଏକ ତାରକା ହୋଟେଲରୁ ଏକକାଳୀନ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ପ୍ରଥମେ ହୋଟେଲର ଜଣେ ସୁରକ୍ଷା କର୍ମୀ ପଜିଟିଭ ଚିହ୍ନଟ ହୋଇଥିଲେ। କଣ୍ଟାକଟ ଟ୍ରେସିଂ ପରେ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ସଂସ୍ପର୍ଶରେ ଏକାଧିକ କର୍ମଚାରୀ ଆସିଥିବା ଜଣା ପଡ଼ିଥିଲା। ତେଣୁ ସମସ୍ତଙ୍କୁ କ୍ଵରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ପରେ ସେମାନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ଏଥିରେ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏତେ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ହୋଟେଲକୁ ବନ୍ଦ କରାଯାଇଛି। ଅନ୍ୟ ସମସ୍ତ କର୍ମଚାରୀଙ୍କୁ ବର୍ତ୍ତମାନ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଏହି ତାରକା ହୋଟେଲରୁ ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟ ହୋଟେଲଗୁଡ଼ିକ ଏବେ ସଜାଗ ହୋଇଯାଇଛନ୍ତି। ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି। ଲକଡ଼ାଉନ ପାଇଁ ଦୀର୍ଘ ଚାରି ମାସ ଧରି ହୋଟେଲ ଶିଳ୍ପ ବନ୍ଦ ରହିଥିଲା । ଚଳିତ ମାସରେ କେତେକ କଟକଣା ସହ ହୋଟେଲ ଖୋଲିବାକୁ ବିଏମସି ଅନୁମତି ଦେଇଥିଲା, ହେଲେ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି ବୋଲି କହିଛି ହୋଟେଲ ଆଣ୍ଡ ରେସ୍ତୋରାଁ ସଙ୍ଘ ।

ଭୁବନେଶ୍ୱରରେ ଏକ କୋଭିଡ୍ ହସପିଟାଲ୍


‘‘କୋଭିଡ ଯୋଗୁଁ କମ ଫ୍ଲାଇଟ ଚାଲୁଛି। ପର୍ଯ୍ୟଟକ ଆସୁନାହାନ୍ତି। ହୋଟେଲ ଶିଳ୍ପର ଭବିଷ୍ୟତ ଅନ୍ଧାର ଲାଗିଲାଣି । ଓଇଆରସିକୁ ଅନୁରୋଧ କରିଥିଲୁ ଯେତିକି ବିଦ୍ୟୁତ ବ୍ୟବହାର କରୁଛୁ ସେତିକି ବିଲ ଦେବାକୁ। ହେଲେ ସେମାନେ ଅନୁରୋଧ ଶୁଣୁନାହାନ୍ତି। ବାର୍‌ ବି ବନ୍ଦ ଅଛି। ହେଲେ ଆମେ ଟିକସ ଦଉଛୁ। ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନସର ନବୀକରଣ କରିଛୁ। ଏ ବାବଦରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।  ଓଡ଼ିଶାରେ ୧୫ରୁ ୧୬ ପ୍ରତିଶତ ଜିଡିପି କେବଳ ପର୍ଯ୍ୟଟନ କ୍ଷେତ୍ରରୁ ମିଳେ। ୧୦ରୁ ୨୦ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ଦ୍ୱାରା ଲାଭବାନ ହୁଅନ୍ତି। ହେଲେ କରୋନା ଯୋଗୁଁ ଏବେ ସବୁ ବନ୍ଦ ହୋଇଯାଇଛି । ଆଉ ଏବେ ପଜିଟିଭ ଚିହ୍ନଟ ହେବା ହୋଟେଲ ଶିଳ୍ପ ପାଇଁ ଚିନ୍ତା ବଢ଼ାଇଛି,’’ କହିଛନ୍ତି ଓଡ଼ିଶା ହୋଟେଲ ଆଣ୍ଡ ରେସ୍ତୋରାଁ ସଙ୍ଘର ମହାସଚିବ ଡଃ ଶ୍ରୀନିବାସ ସୁବୁଦ୍ଧି।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ତାରକା ହୋଟେଲରେ ପଜିଟିଭ ହେବା ଚିହ୍ନଟ ପରେ ଏବେ ଛୋଟ ଛୋଟ ହୋଟେଲ ଓ ରେସ୍ତୋରାଁ ରେ ଭୟର ପରିବେଶ ସୃଷ୍ଟି ହୋଇଛି ।



‘‘ହୋଟେଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ କର୍ମଚାରୀଙ୍କ ବଡି ଟେମ୍ପରେଚର ମପା ଯାଉଛି। ଡାଇନ୍‌-ଇନ୍‌ ବ୍ୟବସ୍ଥା ନାହିଁ । କେବଳ ପାର୍ସଲ ଦିଆଯାଉଛି । ତେଣୁ ଆବଶ୍ୟକତା ଠାରୁ କମ କର୍ମଚାରୀରେ କାମ ହେଉଛି। ତା’ ସହ ମାସ୍କ ଆଉ ଗ୍ଲୋବସ ବାଧ୍ୟତାମୂଳକ କରିଛୁ,’’ କହିଛନ୍ତି ପ୍ରିୟା  ହୋଟେଲର ଆକାଉଣ୍ଟାଣ୍ଟ ସୁଶୀଲ କୁମାର ।
Published by: Anand Shankar Thankur Das
First published: August 14, 2020, 12:52 AM IST
corona virus btn
corona virus btn
Loading