କେବଳ ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି ମିଳିଲା

ଗତ ତିନି ମାସ ହେବ ବନ୍ଦ ପଡ଼ିଛି ଫିଲ୍ମ ହଲ୍, ହୋଟେଲ୍, ଜିମ୍ ଓ ସୁଇମିଂ ପୁଲ୍ । ମେ ୩୧ ପରେ ଏ ସବୁ ଖୋଲିପାରେ ବୋଲି ସମସ୍ତେ ଆଶାବାଦୀ ଥିବା ବେଳେ ଏ ନେଇ ଅନିଶ୍ଚିତତା ଜାରି ରହିଛି ।

କେବଳ ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି ମିଳିଲା
ଭୁବନେଶ୍ୱରରେ କେଶରୀ ସିନେମା ହଲ୍ ଖାଁ ଖାଁ ଠିଆହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digtial

ଭୁବନେଶ୍ୱର: ତିନି ମାସ ବିତିଲା, ହେଲେ ରାଜଧାନୀରେ ଖୋଲିଲା ନାହିଁ ସପିଂ ମଲ, ଜିମ, ହୋଟେଲ ଓ ଫିଲ୍ମ ହଲ୍‌ । ମେ ୩୧ ପରେ ବି ଖୋଲିବାକୁ ଅନୁମତି ମିଳିବ କି ନାହିଁ ତାହା ଅନିଶ୍ଚିତତାରେ ରହିଛି । ଅନ୍ୟମାନଙ୍କ ପାଇଁ ନିୟମ କୋହଳ କରାଯାଇଥିବା ବେଳେ ଏ ସବୁ ପାଇଁ ବି ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରି ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ଏହି ସଂସ୍ଥାଗୁଡ଼ିକ ସହ ଜଡ଼ିତ ଲୋକେ ଦାବି ରଖିଛନ୍ତି । ଆଜି ଠାରୁ କେବଳ ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି ପ୍ରଦାନ କରିଛି ବିଏମସି ।

କରୋନା ସଂକ୍ରମଣ ଆରମ୍ଭ ହେବା ଠାରୁ ଏହାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଥିଲା ରାଜ୍ୟରେ ଥିବା ସପିଂ ମାଲ, ଜିମ, ସୁଇମିଂ ପୁଲ, ହୋଟେଲ ଓ ରେସ୍ତୋରାଁ ଉପରେ । ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କୋଭିଡ-୧୯ ପିଜିଟିଭ୍‌ ମାମଲା ଆସିବା ପରେ ମାର୍ଚ୍ଚ ୧୮ରୁ ବନ୍ଦ ହୋଇ ରହିଛି ଏ ସବୁ । ଗତ ୨୫ ତାରିଖରେ ବିମାନ ସେବା ଦେଶବ୍ୟାପୀ ଆରମ୍ଭ ହୋଇଥିବା ବେଳେ ଆଜି ହୋଟେଲଗୁଡିକୁ କେବଳ ବିମାନ କର୍ମଚାରୀଙ୍କ ପାଇଁ ଖୋଲିବାକୁ ବିଏମସି ଅନୁମତି ପ୍ରଦାନ କରିଛି। ହେଲେ ହୋଟେଲ ଓ ଟୁରିଜିମ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ବୋଲି କହିଛନ୍ତି ହୋଟେଲ ଆଣ୍ଡ ରେସ୍ତୋରାଁ ଅର୍ଗାନାଇଜେସନ (ହାରୋ) ସଭାପତି ଜେ.କେ. ମହାନ୍ତି ।

ପୂର୍ବରୁ ଋଣ ଛାଡ଼ କରିବାକୁ ସଙ୍ଘ ଭାରତ ସରକାରଙ୍କୁ ଆବେଦନ କରିଥିବା ବେଳେ ତାହା ଫଳପ୍ରଦ ହୋଇନାହିଁ ବୋଲି ସେ କହିଛନ୍ତି । ବାରଗୁଡିକ ସମ୍ପୂର୍ଣ୍ଣ ବନ୍ଦ ଥିବା ସତ୍ତ୍ୱେ ଲାଇସେନ୍ସ ବାବଦକୁ ପଇସା ଭରଣା କରାଯାଉଛି । ତେଣୁ ଏହି ସବୁ ସଂସ୍ଥାର ମାଲିକମାନେ ପୁଣି ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ହୋଟେଲ ଖୋଲିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ।

ଲକଡାଉନ୍ ପୂର୍ବରୁ ଗୋଟିଏ ଜିମର ଦୃଶ୍ୟ


‘‘ହୋଟେଲ ଖୋଲିବା ଆଶା ସମ୍ପୂର୍ଣ୍ଣ ମଉଳିଯାଇଛି । ଖୋଲିଲେ ବି ଲୋକେ ଭୟରେ ଆସିବେ ନାହିଁ । ତେଣୁ ବାହାରୁ କାମରେ ଆସୁଥିବା ଲୋକଙ୍କ ପାଇଁ ହେଉ ପଛେ ହୋଟେଲ ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ,’’ କହିଛନ୍ତି ହାରୋ ସଭାପତି ଜେ. କେ. ମହାନ୍ତି ।

ଏହାରି ଭିତରେ କୋଭିଡ-୧୯ ଓ ଲକଡାଉନର ଅନେକ ନିୟମ କୋହଳ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସାଙ୍ଗକୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ତଥା ରେଳ, ବସ ଓ ଫ୍ଲାଇଟ ଚାଲିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ହେଲେ ଜିମ ଓ ସପିଂ ମଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇନାହିଁ ।

‘‘ମେ ୩୧ ପରେ ଆଶା ଅଛି ଯେ ସରକାର ନିୟମ କରି ଆମକୁ ଜିମ ଖୋଲିବାକୁ ଦେବେ । ତିନି ମାସ ହେବ ଘର ଭଡ଼ା ସାଙ୍ଗକୁ ଷ୍ଟାଫଙ୍କ ସ୍ୟାଲେରୀ ପେମେଣ୍ଟ କରିବା କଷ୍ଟକର ହୋଇପଡ଼ିଛି । ଏବେ ନିଜେ ଚଳିବା ବି କଷ୍ଟକର ହେଲାଣି । ତେଣୁ ଜିମ ଖୋଲିବାକୁ ସରକାର ଜଲଦି ଅନୁମତି ଦେବା ଉଚିତ,’’ କହିଛନ୍ତି ୟୁନିକର୍ଣ୍ଣ ଜିମର ମାଲିକ ।

ସମାନ ଅବସ୍ଥା ହୋଇଛି ଫିଲ୍ମ ହଲଗୁଡ଼ିକର । ଆଗକୁ ରଜ ବଜାର ଥିଲେ ବି ଲୋକେ ଭୟରେ ଆସିବେ ନାହିଁ ବୋଲି ହଲ ମାଲିକମାନେ କହିଛନ୍ତି । ନୂଆ ଫିଲ୍ମ ବି ବଜାରକୁ ଆସୁ ନାହିଁ। ଅନେକ କ୍ଷତି ହେଉଥିବାବେଳେ କିଭଳି ପୁଣି ଆରମ୍ଭ ହୋଇପାରିବ ହଲ ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ମାଲିକମାନେ ।

‘‘ଏ ବର୍ଷଟି ସାରା ଫିଲ୍ମ ହଲ ଆଉ ଚାଲିବ ବୋଲି ଆଶା ନାହିଁ । ହିନ୍ଦୀ ସିନେମା ଉପରେ ଆମ ହଲ ନିର୍ଭର କରୁଥିବାରୁ ବମ୍ବେ ଅବସ୍ଥା ଦେଖି ଆଶା ମଉଳିଛି,’’ କହିଛନ୍ତି କେଶରୀ ହଲ ମାନେଜର ରବି ମହାନ୍ତି ।

ଗୋଟିଏ ପଟେ ବ୍ୟବସାୟ ଚିନ୍ତା ଓ ଅନ୍ୟ ପଟେ ଜୀବନ ରକ୍ଷାର ଚିନ୍ତା । ତା’ରି ଭିତରେ ସାମାଜିକ ଦୂରତା ଓ ସ୍ଵଚ୍ଛତା ରକ୍ଷା କରି କିଭଳି ଜୀବନ ଜୀବିକା ପୁଣି ଥରେ ଆରମ୍ଭ ହେବ ସେ ନେଇ ସମସ୍ତେ ଚିନ୍ତିତ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 11:50 PM IST
corona virus btn
corona virus btn
Loading