କରୋନାଗ୍ରସ୍ତ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କଲେ ଦଣ୍ଡ ମିଳିବ: ହସପିଟାଲଙ୍କୁ ସରକାର

କରୋନା ଭାଇରସ୍ ସଙ୍କଟ କାରଣରୁ ଅନେକ ହସ୍ପିଟାଲରେ ଆଉଟଡୋର ବନ୍ଦ କରିଦିଆଯାଇଛି, ହେଲେ ରୋଗୀମାନଙ୍କ ସୁବିଧା ପାଇଁ ଟେଲିମେଡିସିନ ସେବା ଆରମ୍ଭ କରାଯାଇଛି । ଭୁବନେଶ୍ୱର ଏମ୍ସ ପକ୍ଷରୁ ଏହି ସେବାର ଫୋନ୍ ନମ୍ବରଗୁଡ଼ିକ ସାର୍ବଜନୀନ କରାଯାଇଛି ।

କରୋନାଗ୍ରସ୍ତ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କଲେ ଦଣ୍ଡ ମିଳିବ: ହସପିଟାଲଙ୍କୁ ସରକାର
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ହଟସ୍ପଟ୍‌ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଚିକତ୍ସାରେ କେତେକ ଘରୋଇ ହସ୍ପିଟାଲ କୁଣ୍ଠା  ପ୍ରକାଶ କରୁଥିବା ଘଟଣା ସରକାରଙ୍କ ନଜରକୁ ଆସିବା ପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଯଦି ହସପିଟାଲମାନେ ସେହି ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ଆଡ଼ମିଶନ ନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ ଏକ ଟ୍ୱିଟ କରି ଅବଗତ କରାଇଛନ୍ତି ।

ଟ୍ୱିଟରେ ତ୍ରିପାଠୀ କହିଛନ୍ତି ଯେ ହସ୍ପିଟାଲ କିମ୍ବା କ୍ଲିନିକକୁ ଆସୁଥିବା ଓ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ସେ କରୋନା ହଟସ୍ପଟ ଜିଲ୍ଲାରୁ ଆସିଥିବା କାରଣରୁ ଆଡ଼ମିଶନ ନ କରାଇବା ବେଆଇନ । ଏଭଳି କଲେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

କୋଭିଡ ଦୃଷ୍ଟିରୁ ଅନେକ ହସ୍ପିଟାଲରେ ଆଉଟଡୋର ବନ୍ଦ କରିଦିଆଯାଇଥିବା ବେଳେ ରୋଗୀମାନଙ୍କ ସୁବିଧା ପାଇଁ ଟେଲିମେଡିସିନ ସେବା ଆରମ୍ଭ କରାଯାଇଛି । ଭୁବନେଶ୍ୱର ଏମ୍ସ ପକ୍ଷରୁ ଟେଲିମେଡିସିନ ସେବାର ଆରମ୍ଭ କରାଯାଇଛି । ହସ୍ପିଟାଲ ପକ୍ଷରୁ ନମ୍ବର ସାର୍ବଜନୀନ କରାଯାଇଛି । ଅତି ଜରୁରୀ ନ ଥିଲେ ହସ୍ପିଟାଲ ନ ଆସି ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଟ୍ୱିଟ୍


ମେଡିସିନ ବିଭାଗରେ ଡାକ୍ତରଙ୍କ ସହ ଯୋଗାଯୋଗ ପାଇଁ ୮୨୮୦୩୪୬୬୨୧ , ସର୍ଜରୀ ବା ଶଲ୍ୟ ବିଭାଗ ପାଇଁ ୮୨୮୦୩୪୬୬୨୬, ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ୮୨୮୦୩୪୬୬୪୨, ପେଡ଼ିଆଟ୍ରିକ ବା ଶିଶୁ ବିଭାଗ ପାଇଁ ୮୨୮୦୩୪୬୬୫୭, ଚର୍ମ ବିଭାଗ ପାଇଁ ୮୨୮୦୩୪୬୬୦୮, ଇଏନଟି ବା କାନ, ନାକ,ଗଳା ପାଇଁ ୮୨୮୦୩୪୬୬୧୩, ହୃଦରୋଗ ପାଇଁ ୮୨୮୦୩୪୬୬୮୬, ହାଡ଼ ବା ଅର୍ଥୋ ବିଭାଗ ପାଇଁ  ୮୨୮୦୩୪୬୬୪୮, ଶ୍ଵାସରୋଗ ପାଇଁ ୮୨୮୦୩୪୬୬୬୩,  ମୂତ୍ରାଶୟ ରୋଗ ବା ୟୁରୋଲୋଜି ବିଭାଗ  ପାଇଁ୮୨୮୦୩୪୬୬୭୫, ମାନସିକ ରୋଗ ପାଇଁ ୮୨୮୦୩୪୬୬୬୦ ଏବଂ କରୋନା ହେଲ୍ପଳାଇନ ପାଇଁ ୮୨୮୦୩୪୬୬୧୬ ନମ୍ବର ଜାରି କରାଯାଇଛି ।

ସୋମବାରରୁ ଶନିବାର ସକାଳ ୯ ଟାରୁ ଦିନ ଗୋଟିଏ ଯାଏ ରୋଗୀମାନେ ଏହି ସେବା ପାଇପାରିବେ । ଏହି ନମ୍ବରକୁ ଫୋନ କରି କିମ୍ବା ହ୍ଵାଟ୍ସଆପ କଲ କରି କିମ୍ବା ଭିଡିଓ କଲ କରି ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଲାକଡାଉନ ପାଇଁ ଏପ୍ରିଲ ୧୩ ରୁ ଟେଲିମେଡିସିନ ସେବା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଓପିଡ଼ି କାର୍ଯ୍ୟକ୍ଷମ ହୋଇଥିଲା, କିନ୍ତୁ ବହୁ ଡାକ୍ତର ଓ ଷ୍ଟାଫ କରୋନା ଆକ୍ରାନ୍ତ ହେବା ପରେ ଜୁଲାଇ ୯ ତାରିଖରେ ୱାର୍କିଙ୍ଗ ଓପିଡ଼ି ବନ୍ଦ କରାଯାଇ ଏହି ସେବା ଆରମ୍ଭ କରାଯାଇଛି।

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

କୋଭିଡ କଟକଣା ଯୋଗୁଁ  ସାଧାରଣ ରୋଗୀଙ୍କୁ ସିଧାସଳଖ ଡାକ୍ତରଙ୍କ ସହ ଯୋଗାଯୋଗ କରାଇବା ପାଇଁ ଜୁଲାଇ ୨୦ ରୁ ରାଜ୍ୟରେ ଟେଲି ମେଡ଼ିସିନ ସେବା ଆରମ୍ବ ହେବାକୁ ଯାଉଛି । ପ୍ରଥମେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସାତଟି ସରକାରୀ ମେଡିକାଲ କଲେଜ ସହ ୪୧ଟି ସ୍ଥାନରେ ଏହି ସେବା ଆରମ୍ଭ ହେବ । ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଟେଲିମେଡ଼ିସିନ ସେବା ଓପିଡିର ସମୟ ସକାଳ ୮ଟାରୁ ଅପରାହ୍ଣ ୫ଟା  ପର୍ଯ୍ୟନ୍ତ ହେବ । ମେଡିକାଲ କଲେଜରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ ।
Published by: Anand Shankar Thankur Das
First published: July 19, 2020, 1:29 AM IST
corona virus btn
corona virus btn
Loading