କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା

ୱାର୍ଡ଼ ବୟଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇ ତାଙ୍କ ଘରେ ପହଞ୍ଚିଥିବା ସି.ଏମ୍.ଓ. ଡାକ୍ତର ଏମ୍.ସି. ଗର୍ଗ ତାଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ । ପୋଷ୍ଟ ମର୍ଟମରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା
ମୃତ ମହିପାଲ ସିଂ; (ଡାହାଣ) ତାଙ୍କ ଶୋକାତୁର ପତ୍ନୀ ଓ ଝିଅ
  • News18 Odia
  • Last Updated: January 19, 2021, 12:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: କରୋନା ଭାଇରସ୍‌ ଟିକା ନେବା ପାଇଁ ଲୋକଙ୍କ ଉତ୍ସାହକୁ ଫିକା କଲା ପରି ଏକ ଖବର ଆସିଛି ଉତ୍ତର ପ୍ରଦେଶରୁ । ମୋରାଦାବାଦ ଜିଲ୍ଲା ହସ୍ପିଟାଲରେ ୱାର୍ଡ ବୟ ଭାବେ କାର୍ଯ୍ୟ କରୁଥିବା ମହିପାଲ ସିଂ ନାମକ ଜଣେ ବ୍ୟକ୍ତି କରୋନା ଟିକା ନେବାର ପର ଦିନ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଟିକାକରଣ ପରେ ମହିପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ଓ ସେ ରବିବାର ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ ।

ଏହି ମତ୍ୟୁକୁ ନେଇ ଖବର ଓ ଗୁଜବ ବ୍ୟାପୁଥିବା ବେଳେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ (ସି.ଏମ୍‌.ଓ.) ଡାକ୍ତର ଏମ୍‌.ସି. ଗର୍ଗ କହିଛନ୍ତି ଯେ କରୋନା ଟିକାର ପ୍ରତିକ୍ରିୟା ଯୋଗୁଁ ମହିପାଲଙ୍କ ମୃତ୍ୟୁ ସମ୍ଭବ ନୁହେଁ । ନିଶ୍ୱାସ ପ୍ରଶ୍ୱାସ ଓ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର କାରଣ ନିଶ୍ଚିତ ହେବ ବୋଲି ସେ କହିଛନ୍ତି । ମୋରାଦାବାଦ ଜିଲ୍ଲାରେ କରୋନା ଟିକା ନେବା ପରେ ଜଣେ ଡାକ୍ତରଙ୍କ ସମେତ ଚାରି ଜଣ ଲୋକ ଜ୍ୱର ହୋଇଥିବା ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ

ମହିପାଲ ସିଂ ଜିଲ୍ଲା ଡାକ୍ତରଖାନାରେ ୱାର୍ଡ ବୟ ଭାବେ କାର୍ଯ୍ୟ କରୁଥିଲେ । ସେ ଶନିବାର ଦିନ ଜିଲ୍ଲା ହସ୍ପିଟାଲରେ ସ୍ଥାପିତ କରୋନା ଟିକା କେନ୍ଦ୍ରରେ ଟିକା ନେଇଥିଲେ । ଏହା ପରେ ସେ ରାତି ଡ୍ୟୁଟି ମଧ୍ୟ କରିଥିଲେ । ହେଲେ ରବିବାର ଅପରାହ୍ଣରେ ଘରକୁ ଫେରିବା ପରେ ସେ ନିଶ୍ୱାସ ନେବାରେ ଓ ଛାତିରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଇଠି ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ

ମହିପାଲଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇବା ପରେ ତାଙ୍କ ଘରେ ପହଞ୍ଚିଥିବା ସି.ଏମ୍‌.ଓ. ଡାକ୍ତର ଏମ୍‌.ସି. ଗର୍ଗ ତାଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ । ପୋଷ୍ଟ ମର୍ଟମରେ ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

‘‘ପ୍ରାଥମିକ ଅନୁସନ୍ଧାନରେ ମହିପାଲଙ୍କ ଦେହରେ କରୋନା ଟିକାର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ତାଙ୍କ ଛାତିରେ କଷ୍ଟ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ବୋଲି ତାଙ୍କ ପରିବାର ସଦସ୍ୟମାନେ କହିଛନ୍ତି । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମରୁ ସ୍ଥିତିକୁ ସ୍ପଷ୍ଟ ହେବ,’’ କହିଛନ୍ତି ଡଃ ଗର୍ଗ ।



ମୃତ ମହିପାଲଙ୍କ ପୁଅ ବିଶାଲ କହିଛନ୍ତି, ‘‘କରୋନା ଟିକା ନେବା ପରେ ହିଁ ବାପାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ଯଦିଓ ତାଙ୍କର ନିମୋନିଆର ଲକ୍ଷଣ ଥିଲା, ହେଲେ ଟିକା ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଖରାପ କରିଦେଇଥିଲା ।’’ ଜିଲ୍ଲା ମାଜିଷ୍ଟ୍ରେଟ ରାକେଶ କୁମାର ସିଂ ଏ ବାବଦରେ କହିଛନ୍ତି ଯେ ସିଏମଓ ତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ ପୋଷ୍ଟ ମର୍ଟମ୍‌ ରିପୋର୍ଟରୁ ମହିପାଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
Published by: Anand Shankar Thankur Das
First published: January 19, 2021, 12:38 PM IST