News18 Odia Digital
ଭୁବନେଶ୍ୱର: ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ରାଜ୍ୟର ଏମଏସଏମଇ (ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ) କ୍ଷେତ୍ରକୁ ଋଣ ପ୍ରଦାନ ଦିଗରେ ବ୍ୟାଙ୍କମାନଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ଏସଏଲବିସି (ରାଜ୍ୟ ସ୍ତରୀୟ ବ୍ୟାଙ୍କମାନଙ୍କ ସମିତି) ବୈଠକରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ତ୍ୱରିତ ସ୍ବାଭାବିକ ଅବସ୍ଥା ଫେରିବା ନେଇ ବଢ଼ିଛି ଆଶା।
ଅର୍ଥନୀତିଜ୍ଞମାନେ ଏମଏସଏମଇ କ୍ଷେତ୍ରର ପ୍ରଗତି ବର୍ତ୍ତମାନର ଆବଶ୍ୟକତା ବୋଲି ମତ ରଖିଥିବା ବେଳେ ଶିଳ୍ପ ବିଶେଷଜ୍ଞମାନେ ଏମଏସଏମଇକୁ ଉପରକୁ ଉଠିବା ପାଇଁ ବଡ଼ ବଡ଼ ଶିଳ୍ପ ଉପରେ ଗୁରୁତ୍ବ ଦେବା ଦରକାର ବୋଲି କହିଛନ୍ତି । ଉତ୍କଳ ଚାମ୍ବରଫ କମର୍ସ (ୟୁସିସିଆଇ) ଏହି ଉଦ୍ୟମରୁ କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟରେ ଶିଳ୍ପ ଉନ୍ନତିର ଅୟମାରମ୍ଭ ହେବ ବୋଲି ମତ ରଖିଛି।
ଏହା ବି ପଢ଼ନ୍ତୁ | ସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତିରାଜ୍ୟର ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦେବା ସମୟରେ ମୁଖ୍ୟତଃ ତିନୋଟି କ୍ଷେତ୍ର – କୃଷି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମ ଏମଏସଏମଇ କ୍ଷେତ୍ର – ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ବ୍ୟାଙ୍କମାନଙ୍କୁ କହିଛନ୍ତି ମୁଖ୍ୟ ମନ୍ତ୍ରୀ । ବିଶେଷ କରି କୋଭିଡ ପରବର୍ତ୍ତୀ ସ୍ଥିତିରେ ଏମଏସଏମଇ କ୍ଷେତ୍ରକୁ କ୍ରିୟାଶୀଳ କରିବା ଉପରେ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଶୁକ୍ରବାର ଏସଏଲବିସିର ତ୍ରୈମାସିକ ବୈଠକରେ ମୁଖ୍ୟ ମନ୍ତ୍ରୀଙ୍କ ଏଭଳି ଗୁରୁତ୍ବ ପରେ ଅନିଶ୍ଚିତତା ଭିତରେ ଆଗକୁ ବଢୁଥିବା ରାଜ୍ୟର ଏମଏସଏମଇ ଶିଳ୍ପର ଭବିଷ୍ୟତକୁ ନେଇ ବଢ଼ିଛି ଆଶା।
ଉତ୍କଳ ଚାମ୍ବର ଅଫ କମର୍ସ (ୟୁସିସିଆଇ) ସଭାପତି ରମେଶ ମହାପାତ୍ର କହିଛନ୍ତି, ‘‘ଏଭଳି ନିଷ୍ପତ୍ତି ଏକ ଯଥାର୍ଥ ଉଦ୍ୟମ। କୋଭିଡ ପରବର୍ତ୍ତୀ ସ୍ଥିତିରେ ଏମଏସଏମଇ କ୍ଷେତ୍ରକୁ ସରକାର ଗୁରୁତ୍ବ ଦେଉଥିବାରୁ ଏହା ରାଜ୍ୟରେ କର୍ମ ନିଯୁକ୍ତିକୁ ବ୍ୟାପକ କରିବ । ଉପକୃତ ହେବେ ରାଜ୍ୟରେ ଅନିଶ୍ଚିତତା ଭିତରେ ଆଗକୁ ବଢୁଥିବା ୧୩ ଲକ୍ଷରୁ ଅଧିକ ଏମଏସଏମଇ ଅନୁଷ୍ଠାନ ।’’
ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତଙ୍କ ବିରୋଧରେ FIR ଦାୟର କରିବାକୁ ପୋଲିସକୁ ଆଦେଶ ଦେଲେ କୋର୍ଟୟୁସିସିଆଇ ଆଶା କରିଛି ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସମନ୍ୱୟ ବୈଠକରେ ବିଭିନ୍ନ ବ୍ୟାଙ୍କର ଋଣ ପରିଚାଳନା ବ୍ୟବସ୍ଥା କାରଣରୁ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତା’ର ସମାଧାନ ଦିଗରେ ରାଜ୍ୟ ସରକାର ଅଧିକ ଯତ୍ନଶୀଳ ହେବା ଦରକାର । କାରଣ ରିପୋର୍ଟ ଅନୁସାରେ ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କଗୁଡ଼ିକରେ ଋଣ ଓ ଜମା ପରିମାଣର ଆନୁପାତିକ ହାର ୪୦ ପ୍ରତିଶତରୁ କମ୍ ରହିଛି । ଏହାକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି।
‘‘ବ୍ୟାଙ୍କର ଜମା ଓ ଋଣ ହାରରେ ବହୁ ଫରକ ରହିବା ଏକ ସମସ୍ୟା ନିଶ୍ଚୟ। ଏହାକୁ ସଜାଡ଼ିବା ଦିଗରେ ଗୁରୁତ୍ୱ ଦିଆଯିବା ଦରକାର। ଏମଏସଏମଇ ସହିତ ବଡ଼ ବଡ ଶିଳ୍ପକୁ ମଧ୍ୟ ଅଧିକ ପ୍ରୋତ୍ସାହନ ମିଳିବା ଉଚିତ। ଏହା ଦ୍ୱାରା ଅଧିକ ଏମଏସଏମଇ କ୍ଷେତ୍ରକୁ ଆଗକୁ ବଢିବାକୁ ସୁଯୋଗ ମିଳିବ,’’ କହିଛନ୍ତି ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣି ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲାଅର୍ଥନୀତିଜ୍ଞମାନେ ଏହି ନିଷ୍ପତ୍ତିକୁ ସମୟପଯୋଗୀ ବୋଲି କହିଛନ୍ତି । ବରିଷ୍ଠ ଅର୍ଥନୀତିଜ୍ଞ ଚିତ୍ତରଞ୍ଜନ ବେହେରା କହିଛନ୍ତି, ‘‘ଏସଏଲବିସି ବୈଠକରେ ନିଜେ ମୁଖ୍ୟ ମନ୍ତ୍ରୀ ଭାଗ ନେବା ନିହାତି ଭାବରେ ଏକ ବଡ଼ ଉପଲବ୍ଧି । ବୈଠକରେ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଶେଷ କରି ଏମଏସଏମଇ ଶିଳ୍ପ ପାଇଁ ମୁଖ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ଏହା ନିହାତି ଭାବେ ଆଗକୁ ଏକ ଭଲ ସ୍ଥିତିକୁ ଆମନ୍ତ୍ରଣ କରିବ ।’’
ଆଗକୁ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜନ ପାଇଁ ଯୋଜନା ଥିବାରୁ ଲଘୁ ଓ ମଧ୍ୟମ ଶିଳ୍ପର ପ୍ରଗତି ଦିଗରେ ଫଳପ୍ରଦ ପଦକ୍ଷେପ ନିଆଯିବ ବୋଲି ଅନେକ ମତ ରଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।