News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହରରୁ ବାହାରି ସାରା ଦେଶ ଏବେ ଅନଲକ୍ ହେଉଛି । କିନ୍ତୁ ୟା ଭିତରେ ଆସିଛି କରୋନା ସମ୍ପର୍କରେ ଆଉ ଏକ ବଡ଼ ଖବର – ଆଗକୁ ଆହୁରି ବଢ଼ିପାରେ କରୋନା ସଂକ୍ରମଣ । ଭାରତରେ ମହାମାରୀର ତୃତୀୟ ଲହର ଆରମ୍ଭ ହେବ ଓ ଅକ୍ଟୋବରରେ ତୃତୀୟ ଲହର ଶୀର୍ଷ ଛୁଇଁବ । ଏଥିରେ ପିଲାଙ୍କ ପ୍ରତି ଅଧିକ ବିପଦ ରହିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ।
କରୋନା ତୃତୀୟ ଲହର ସମ୍ପର୍କରେ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ତୃତୀୟ ଲହରରେ ବୟସ୍କମାନଙ୍କ ଭଳି ଶିଶୁମାନଙ୍କ ପ୍ରତି ମଧ୍ୟ ବିପଦ ରହିବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଏହି ରିପୋର୍ଟରେ କୁହାଯାଇଛି । ପିଲାଙ୍କ ଟିକାକରଣ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟର (NIDM) ବିଶେଷଜ୍ଞମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।
ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚଏହି ରିପୋର୍ଟ ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତୃତୀୟ ଲହରକୁ ନଜରରେ ରଖି ଦେଶରେ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ବିଶେଷ କରି ଶିଶୁମାନଙ୍କୁ ନଜରରେ ରଖି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି । କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଯଦି ତୃତୀୟ ଲହରରେ ପିଲାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୁଅନ୍ତି ତେବେ ଯେତିକି ସଂଖ୍ୟାରେ ଡାକ୍ତର, କର୍ମଚାରୀ, ଚିକିତ୍ସା ସରଞ୍ଜାମ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଆଦି ଆବଶ୍ୟକ ହେବ ସେମିତି ବ୍ୟବସ୍ଥା କେଉଁଠି ବି ନାହିଁ ।
ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନାଗୃହ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା PMOକୁ ପଠାଇଛି । ଗତ ମାସରେ ନୀତି ଆୟୋଗର ସଦସ୍ୟ ଭି.କେ. ପଲ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ତୃତୀୟ ଲହର ସମ୍ପର୍କରେ ସରକାରଙ୍କୁ ଏକ ପରାମର୍ଶ ଦେଇଥିଲେ । ଏଥିରେ କୁହାଯାଇଥିଲା ଯେ ଦେଶରେ ଭବିଷ୍ୟତରେ ପ୍ରତି ୧୦୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ସରକାରଙ୍କୁ ପ୍ରସ୍ତୁତି କରିବାକୁ ହେବ । ଏହି ସଂଖ୍ୟା ଦ୍ବିତୀୟ ଲହର ତୁଳନାରେ ଅଧିକ । ୨୦୨୦ ସେପ୍ଟେମ୍ବରରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ସମୟରେ ନୀତି ଆୟୋଗର ଏହି କମିଟି କରିଥିବା ଆକଳନଠାରୁ ଏହା ଅଧିକ । ସେତେବେଳେ ପ୍ରତି ଶହେ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୁହାଯାଇଥିଲା ।
ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହରଏହି କମିଟି କରୋନା ତୃତୀୟ ଲହର ପୂର୍ବରୁ ମଧ୍ୟ ସରକାରଙ୍କୁ ଏ ସମ୍ପର୍କିତ ପରାମର୍ଶ ଦେଇଥିଲେ । ନୀତି ଆୟୋଗର କହିବା କଥା ଯେ ଆମକୁ ସବୁଠାରୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ହେବ । ନୀତି ଆୟୋଗ ଦେଶରେ ଦୈନିକ ୪ରୁ୫ ଲକ୍ଷ କରୋନା ସଂକ୍ରମଣ ହେବାର ଅନୁମାନ କରିଛି । ଏଥି ସହ କୁହାଯାଇଛି ଯେ ଆସନ୍ତା ମାସ ସୁଦ୍ଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯିବ ଉଚିତ ।
ଏଥି ସହ ଭେଣ୍ଟିଲେଟର ସହ ୧ ଲକ୍ଷ ୨୦ ହଜାର ଆଇସିୟୁ ବେଡ୍, ଆଇସିୟୁ ବିନା ୭ ଲକ୍ଷ ହସ୍ପିଟାଲ୍ ବେଡ୍, ଏଥିରୁ ୫ ଲକ୍ଷ ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ଓ ୧୦ ଲକ୍ଷ କୋଭିଡ୍ ଆଇସୋଲେସନ୍ କେୟାର ବେଡ୍ ବ୍ୟବସ୍ଥା କରାଯିବାକୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।