ଲକଡାଉନ୍ ବଢ଼ିବା ପରେ କେନ୍ଦ୍ରର ଗାଇଡଲାଇନ ଜାରି ହେଲା: କିଛି କୋହଳତା, ଢେର୍ କଡ଼ାପଣ

ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ଜୋରିମାନା ଲାଗିବ । ମଦ, ଗୁଟ୍‌ଖା ଓ ତମାଖୁ ବିକ୍ରି ଉପରେ ରୋକ୍‌ ଲାଗିଛି । କରୋନା ଭାଇରସ୍ ସଂକ୍ରମଣର ହଟ୍‌ ସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ଅଞ୍ଚଳରେ ଆହୁରି କଡ଼ା ହେବ ଲକଡାଉନ୍‌ ।

ଲକଡାଉନ୍ ବଢ଼ିବା ପରେ କେନ୍ଦ୍ରର ଗାଇଡଲାଇନ ଜାରି ହେଲା: କିଛି କୋହଳତା, ଢେର୍ କଡ଼ାପଣ
ଗୃହ ମନ୍ତ୍ରାଳୟର ଗାଇଡଲାଇନ୍ ଓ (ଡାହାଣ) ଅହମଦାବାଦରେ ଲୋକେ ମାସ୍କ ପିନ୍ଧି ଯିବାଆସିବା କରୁଛନ୍ତି । (ଏଏଫପି ଫଟୋ)
  • News18 Odia
  • Last Updated: April 15, 2020, 11:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲକଡାଉନର ଅବଧି ବଢ଼ିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହାର ଅନୁପାଳନ ଉପରେ ବିସ୍ତୃତ ନୂଆ ଗାଇଡଲାଇନ୍ ଜାରି କରିଛି । ମଇ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବାକୁ ଥିବା ଏହି ଲକଡାଉନ ସମୟରେ କେତେକ କ୍ଷେତ୍ରରେ କିଛି କୋହଳତା ଦିଆଯାଇଥିବା ବେଳେ ଅନ୍ୟ ଅନେକ କ୍ଷେତ୍ରରେ ନିୟମକୁ କଡ଼ା କରାଯାଇଛି ।

ମଇ ୩ ତାରିଖ ପର୍ଯ୍ୟନ୍ତ ଦେଶରେ ସମସ୍ତ ବିମାନ, ରେଳ, ବସ୍‌, ଟ୍ୟାକ୍ସି ଓ ଅଟୋ ସେବା ବନ୍ଦ ରହିବ । ହସ୍ପିଟାଲ, ତେଜରାତି ଦୋକାନ ଓ କୃଷି ପାଇଁ କୋହଳ ହୋଇଛି କଟକଣା । ତେବେ ଜରୁରୀ ସେବା ସହ ଜଡ଼ିତ ଲୋକଙ୍କ ଯାତାୟତ ଉପରେ କୌଣସି ରୋକ ନାହିଁ । ଏହି ସମୟରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ରହିବ ।

କରୋନା ଭାଇରସ୍‌ ସଂକ୍ରମଣର ହଟ୍‌ ସ୍ପଟ୍‌ ଭାବେ ଚିହ୍ନଟ ହୋଇଥିବା ଅଞ୍ଚଳରେ ଆହୁରି କଡ଼ା ହେବ ଲକଡାଉନ୍‌ । ଏହି ସବୁ ଅଞ୍ଚଳରେ କୌଣସି ପ୍ରକାରର ଛାଡ଼ ମିଳିବ ନାହିଁ । ଅଫିସ ଓ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ଜୋରିମାନା ଲାଗିବ । ମଦ, ଗୁଟ୍‌ଖା ଓ ତମାଖୁ ବିକ୍ରି ଉପରେ ରୋକ୍‌ ଲାଗିଛି ।

ଲକଡାଉନ୍‌ ବଢ଼େଇବା ନେଇ ଦେଶକୁ ମଙ୍ଗଳବାର ସମ୍ବୋଧନ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।


ସମସ୍ତ ଧାର୍ମିକ ସ୍ଥଳ ଓ ଜିମ୍‌ ପୂର୍ବ ଭଳି ବନ୍ଦ ରହିବ । ଏହ ସମୟ ମଧ୍ୟରେ କୌଣସି ପ୍ରକାରର ଖେଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ । ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଓ କେତେକ ଅନ୍ୟ ମାନୁଫ୍ୟାକଚୁରିଂ ୟୁନିଟ୍ ଖୋଲା ରହିବ । ଗ୍ରାମାଞ୍ଚଳରେ ନିର୍ମାଣ କାମ ଲାଗି ମଧ୍ୟ କଟକଣା କୋହଳ କରାଯିବ । ସହରାଞ୍ଚଳରେ ନିର୍ମାଣ ସ୍ଥଳୀରେ ଶ୍ରମିକମାନେ ରହୁଥିଲେ ସେଠାରେ ମଧ୍ୟ ନିର୍ମାଣ କାମ କରାଯାଇ ପାରିବ । ସାମାଜିକ ଦୂରତାକୁ ବଜାୟ ରଖି ଏହି ସବୁ କାର୍ଯ୍ୟ କରାଯାଇପାରିବ ।

ଔଷଧ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ତିଆରିକୁ କଟକଣାମୁକ୍ତ କରାଯାଇଛି । ନରେଗା କାମ ଚାଲୁ ରହିବା ସହ ଜଳସେଚନ ଓ ଜଳ ସଂରକ୍ଷଣ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦିଆଯିବ । ଏପ୍ରିଲ ୨୦ ତାରିଖ ପରେ ଏ ସବୁ କ୍ଷେତ୍ରରେ କଟକଣାକୁ କୋହଳ କରାଯିବ ।

ହଟ୍‌ ସ୍ପଟ୍‌ ଅଞ୍ଚଳରେ କୌଣସି କଟକଣା କୋହଳ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ମଇ ୩ରେ ଲକଡାଉନ୍‌ ଉଠିବା ପର୍ଯ୍ୟନ୍ତ ସବୁ ସିନେମା ହଲ୍‌, ମଲ୍‌ ଓ ସ୍ୱିମିଙ୍ଗ ପୁଲ୍‌ ବନ୍ଦ ରହିବ । ରାଜ୍ୟ ରାଜ୍ୟ ଓ ଜିଲ୍ଲା ଜିଲ୍ଲା ମଧ୍ୟରେ ଯାତାୟତ ମଧ୍ୟ ବନ୍ଦ ରହିବ । ତେବେ କୃଷି ଓ ଉଦ୍ୟାନ କୃଷି ବିନା କୌଣସି କଟକଣାରେ ଜାରି ରହିବ ।
First published: April 15, 2020, 11:37 AM IST
corona virus btn
corona virus btn
Loading