ଗୃହ ମନ୍ତ୍ରୀ ଅମିତ ଶାହା କରୋନା ଭାଇରସ୍‌ରେ ସଂକ୍ରମିତ ହେଲେ, ହସପିଟାଲରେ ଭର୍ତ୍ତି ହେଲେ

ଅମିତ ଶାହା କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ଏବେ ତାଙ୍କର ଭାଗ ନେବା ଉପରେ ସଂଶୟ ଦେଖାଦେଇଛି ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି। ଗୃହ ମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି ଯେ ସେ ନିଜ ଠାରେ କରୋନାର ପ୍ରାଥମିକ ଲକ୍ଷଣ ଦେଖିବା ପରେ ଏକ ଟେଷ୍ଟ୍‌ କରାଇଥିଲେ । ଟେଷ୍ଟ୍‌ ରିପୋର୍ଟରେ ସେ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି (Amit Shah Corona Positive) ।

ଅମିତ ଶାହା କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ନିକଟରେ ତାଙ୍କ ସହ ଯୋଗାଯୋଗ କରିଥିବା ସବୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି ଯେ ସେମାନେ ନିଜକୁ ଅଲଗା କରି (ଆଇସୋଲେଟ୍‌) ରଖନ୍ତୁ ଏବଂ ନିଜର କରୋନା ପରୀକ୍ଷା କରାନ୍ତୁ ।

ଅଗଷ୍ଟ ୫ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ଏବେ ଅମିତ ଶାହଙ୍କ ଭାଗ ନେବା ଉପରେ ସଂଶୟ ଦେଖାଦେଇଛି । ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଉପରେ ସମଗ୍ର ଦେଶର ନଜର ରହିଛି । ଅଗଷ୍ଟ ୫ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) କର କମଳରେ ଭୂମି ପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।



ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କିଛି ଘଣ୍ଟା ପୂର୍ବରୁ ବିବୃତ୍ତି ଦେଇ କହିଥିଲେ ଯେ ଗୃହ ମନ୍ତ୍ରୀ ଅମିତ ଶାହା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । ରାୟ କହିଥିଲେ ଯେ ଶାହ ପରବର୍ତ୍ତୀ ସମୟରେ ଅଯୋଧ୍ୟାକୁ ଆସିବେ ।

ଏହା ବି ପଢ଼ନ୍ତୁ: ଭାରତରେ ଲଞ୍ଚ୍ ହେଲା କରୋନାର ଏ ପର୍ଯ୍ୟନ୍ତ ସବୁ ଠୁ ଶସ୍ତା ଔଷଧ; କେତେ ଦାମ୍ ଜାଣନ୍ତୁ

ଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ



ରାମ ମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି ଓ ସାଧୁସନ୍ଥମାନଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ରାୟ । ସେ କହିଥିଲେ ଯେ ଏହି ସମାରୋହକୁ ନିମନ୍ତ୍ରଣ ପାଇଥିବା ଅତିଥିମାନଙ୍କୁ ଏକ ସୁରକ୍ଷା କୋଡ୍ ମିଳିବ । ଯିଏ ଥରେ ସମାରୋହ ସ୍ଥଳରୁ ବାହାରକୁ ଆସିବେ, ତାଙ୍କୁ ଆଉ ପ୍ରବେଶ ମିଳିବ ନାହିଁ ବୋଲି ସେ କହିଥିଲେ ।
Published by:Anand Shankar Thankur Das
First published: