ଗୃହ ମନ୍ତ୍ରୀ ଅମିତ ଶାହା ଅସୁସ୍ଥ; ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି ହେଲେ; ହସ୍ପିଟାଲରେ ରହି କରୁଛନ୍ତି କାମ

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଗୃହ ମନ୍ତ୍ରୀ ଅମିତ ଶାହା ଭର୍ତ୍ତି ହୋଇଛନ୍ତି । ନିକଟ ଅତୀତରେ ସେ କରୋନା ଭାଇରସ୍ ପଜିଟିଭ୍ ହୋଇଥିଲେ। ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ ।

ଗୃହ ମନ୍ତ୍ରୀ ଅମିତ ଶାହା ଅସୁସ୍ଥ; ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି ହେଲେ; ହସ୍ପିଟାଲରେ ରହି କରୁଛନ୍ତି କାମ
ଗୃହ ମନ୍ତ୍ରୀ ଅମିତ ଶାହା (ଫାଇଲ୍ ଫଟୋ)
  • News18 Odia
  • Last Updated: August 18, 2020, 12:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ଜାତୀୟ ରାଜଧାନୀରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତିହୋଇଛନ୍ତି । AIIMS ସୂତ୍ରରୁ ଜଣାଯାଇଛି ଯେ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଶାହାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଡାକ୍ତର ଦଳ ତାଙ୍କୁ ତଦାରଖ କରୁଛନ୍ତି । ଅମିତ ଶାହା କିଛିଦିନ ପୂର୍ବରୁ କରୋନା ଭାଇରସରେ(Coronavirus) ପଜିଟିଭ୍ ଥିଲେ ଓ ନିକଟରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କୁହାଉଛି ଯେ ଗୃହମନ୍ତ୍ରୀ ଘରକୁ ଯିବା ପରେ ଆଇସୋଲେସନରେ ଥିଲେ ଓ ପୁନର୍ବାର ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କୁ AIIMS ରେ କେଉଁ କାରଣରୁ ଭର୍ତ୍ତି କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କୋଭିଡ଼ -୧୯ ପାଇଁ ଚିକିତ୍ସିତ ହେଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ନିଜ ଆଡୁ କହିଥିଲେ ଯେ ତାଙ୍କ କରୋନା ରିପୋର୍ଟ ନକାରାତ୍ମକ ହୋଇଛି । ୫୫ ବର୍ଷୀୟ ଶାହା ଏହା ମଧ୍ୟ କହିଥିଲେ ଯେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଗାମୀ କିଛି ଦିନ ଘରେ ଅଲଗା ରହିବେ ।

ଅମିତ ଶାହା ଅଗଷ୍ଟ ୨ ତାରିଖରେ କରୋନା ପଜିଟିଭ୍ ହୋଇଥିଲେ

କରୋନାରେ ନକାରାତ୍ମକ ରିପୋର୍ଟ ଆସିବା ପରେ ଅମିତ ଶାହା ନିଜେ ଟ୍ୱିଟ୍ କରି କହିଥିଲେ ଯେ 'ମୋର କରୋନା ରିପୋର୍ଟ ନକାରାତ୍ମକ ହୋଇଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଓ ଏହି ସମୟରେ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ ଏବଂ ମୋ ପରିବାରକୁ ଆଶୀର୍ବାଦ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଉ କିଛି ଦିନ ଘରେ ଅଲଗା ରହିବି। '

ଅମିତ ଶାହା ଗୁଡ଼ଗାଓଁ ମେଦାନ୍ତ ହସ୍ପିଟାଲର(Medanta Hospital ) ଡାକ୍ତର ଓ ପାରାମେଡ଼ିକାଲ୍ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଶାହାଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୨ ରେ ଶାହା ନିଜେ ଟ୍ୱିଟ୍ କରି କହିଥିଲେ ଯେ ସେ କରୋନା ଭୁତାଣୁରେ ସଂକ୍ରମିତ ହୋଇଛନ୍ତି ।
Published by: Jagdish Barik
First published: August 18, 2020, 11:40 AM IST
corona virus btn
corona virus btn
Loading