କରୋନା: ୫ଟି ରାଜ୍ୟରୁ ଫେରୁଥିଲେ ହୋମ୍ ଆଇସଲେସନରେ ରହିବେ; ସରପଞ୍ଚ ଚିହ୍ନଟ କରିବେ

ବାହାର ରାଜ୍ୟରୁ ଫେରି କେହି ସାତ-ଦିନିଆ ସଙ୍ଗରୋଧରେ ଥିବା ସମୟରେ କୌଣସି ଲକ୍ଷଣ ଦେଖାଗଲେ ତାଙ୍କର RT-PCR ଟେଷ୍ଟ କରାଯିବ । ୭୨ ଘଣ୍ଟା ମଧ୍ୟରେ କୋଭିଡ ରିପୋର୍ଟ ନେଗେଟିଭ ଥିଲେ ଆବଶ୍ୟକ ପଡି଼ବନି ହୋମ୍ ଆଇସୋଲେସନ ।

କରୋନା: ୫ଟି ରାଜ୍ୟରୁ ଫେରୁଥିଲେ ହୋମ୍ ଆଇସଲେସନରେ ରହିବେ; ସରପଞ୍ଚ ଚିହ୍ନଟ କରିବେ
ନୂଆ କରୋନା ଭାଇରସ ଆଣ୍ଟିବଡି ସୃଷ୍ଟି ହୋଇଥିବା ବ୍ୟକ୍ତିଙ୍କୁ ବି ସଂକ୍ରମିତ କରିବାର କ୍ଷମତା ରଖୁଛି ।
  • News18 Odia
  • Last Updated: February 28, 2021, 6:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ଭୟ ବଢ଼ିଛି । ପାଞ୍ଚଟି ରାଜ୍ୟରେ ସ୍ଥିତି ବିଗିଡି଼ବା ପରେ ଆଗୁଆ ସଜାଗ ହେଲେଣି ସରକାର । ବିମାନ ବନ୍ଦରଠୁ ରେଳ ଷ୍ଟେସନ ସବୁଠି ଯାଞ୍ଚ କଡ଼ାକଡି଼ କରାଯାଇଛି । ବିଶେଷ କରି ପାଞ୍ଚଟି ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସାତ-ଦିନିଆ ହୋମ୍‌ ଆଇସଲେସନ୍‌ ବାଧ୍ୟତାମୂଳକ କରାଯାଇଛି ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସରପଞ୍ଚ ଓ ଜନ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସରକାରଙ୍କ ନୂଆ ନିୟମ ଅନୁସାରେ ମହାରାଷ୍ଟ୍ର, ପଞ୍ଜାବ, କେରଳ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରୁ ଫେରିଲେ ରହିବାକୁ ପଡିବ ସାତ-ଦିନିଆ ସଙ୍ଗରୋଧରେ । ଏହି ସମୟରେ କୌଣସି ଲକ୍ଷଣ ଦେଖାଗଲେ RT-PCR ଟେଷ୍ଟ କରାଯିବ । ୭୨ ଘଣ୍ଟା ମଧ୍ୟରେ କୋଭିଡ ରିପୋର୍ଟ ନେଗେଟିଭ ଥିଲେ ଆବଶ୍ୟକ ପଡିବନି ହୋମ୍‌ ଆଇସୋଲେସନ ।

ଏହା ବି ପଢ଼ନ୍ତୁ | India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ

ଷ୍ଟେସନ ଓ ବିମାନବନ୍ଦରରେ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ କୋଭିଡ ସ୍ଥିତିର ସମୀକ୍ଷା କରି ଜନଗହଳି ସ୍ଥାନରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡି଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି  ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ, ପରୀକ୍ଷା ଓ ପୃଥକବାସରେ ରଖିବା କାର୍ଯ୍ୟରେ ସରପଞ୍ଚ ଓ ଜନ ପ୍ରତିନିଧିଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଏସ୍‌.ଆର୍‌.ସି. । ପ୍ରତି ଗାଁ ଓ ସହରରେ ମାଇକ୍‌ ଯୋଗେ ପ୍ରଚାର ସହ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?

‘‘ରାଜ୍ୟରେ କରୋନା ସ୍ଥିତି ଏ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଛି । କିନ୍ତୁ ଆମକୁ ଅଧିକ ସତର୍କ ରହିବାକୁ ପଡି଼ବ ।ପାଞ୍ଚଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର, ଛତିଶଗଡ଼, କେରଳ, ପଞ୍ଜାବ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ ହେବ । ଲକ୍ଷଣ ଥିଲେ ଟେଷ୍ଟ କରାଯିବ । ଏହି ପାଞ୍ଚଟି ରାଜ୍ୟରୁ ଆସିଥିବା ଲୋକଙ୍କୁ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ,’’ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଏହା ବି ପଢ଼ନ୍ତୁ | ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ

ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁସାରେ ସବୁ କଟକଣା ପାଳନ କରାଯିବ । ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ‘‘ବର୍ତ୍ତମାନ କୋଭିଡ ସ୍ଥିତି ନୂଆ ରୂପ ନେଉଥିବାରୁ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପଡିବ । ନୂଆ ନୂଆ ଷ୍ଟ୍ରେନ ବାହାର ରାଜ୍ୟରେ ସ୍ଥିତି ବିଗାଡିଥିବାରୁ ସରକାର ଅଧିକ କଠୋର ହେବା ଆବଶ୍ୟକ ।’’



ପୂର୍ବ ଭାଇରସ ଅପେକ୍ଷା ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ଦେଖାଦେଥିବା ଭାଇରସ ଆଣ୍ଟିବଡି ସୃଷ୍ଟି ହୋଇଥିବା ବ୍ୟକ୍ତିଙ୍କୁ ବି ସଂକ୍ରମିତ କରିବାର କ୍ଷମତା ରଖୁଛି । ତେଣୁ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ସହ ଇନଡୋର୍‌ ହଲ୍‌ କାର୍ଯ୍ୟକ୍ରମ ଉପରେ କଟକଣା କରାଯିବା ଆବଶ୍ୟକ ବୋଲି କହିଛନ୍ତି ଡଃ ମିଶ୍ର ।
Published by: Anand Shankar Thankur Das
First published: February 28, 2021, 6:16 PM IST