News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲାଭଦାୟକ ହେଉଛି ହୋମ ଆଇସୋଲେସନ ବ୍ୟବସ୍ଥା। ହସ୍ପିଟାଲ ନ ଯାଇ ଘରେ ରହି ରୋଗୀ ସୁସ୍ଥ ହେଉଛନ୍ତି। ଘରୋଇ ପରିବେଶ ଓ ଘରୋଇ ଖାଦ୍ୟ ସହ ମାନସିକ ସ୍ତରରେ ପରିବାରର ସହଯୋଗ ଓ ପ୍ରେରଣା ରୋଗୀଙ୍କୁ ଜଲଦି ସୁସ୍ଥ କରାଇବାରେ ସହାୟତା ହୋଇଛି।
ସରକାରଙ୍କ ନୂଆ ନିୟମ ଅନୁଯାୟୀ ସାମାନ୍ୟ ଲକ୍ଷଣ ଥିବା କୋଭିଡ-୧୯ ରୋଗୀ ହସ୍ପିଟାଲ ନ ଯାଇ ଘରେ ରହି ଚିକିତ୍ସିତ ହୋଇ ପାରିବେ । କିନ୍ତୁ ସେମାନଙ୍କୁ କୋଭିଡ-୧୯ ଗାଇଡ଼ଲାଇନ ଅନୁସାରେ ରହିବାକୁ ହେବ। ପ୍ରଶାସନର ଏହି ବ୍ୟବସ୍ଥା ପରେ ରାଜଧାନୀରେ ଅନେକ ଲୋକ, ଅନେକ ସୋସାଇଟି ଓ ଘରୋଇ ଅନୁଷ୍ଠାନ ହୋମ ଆଇସୋଲେସନ ପାଇଁ ଆବେଦନ କରିଥିଲେ। ବିଏମସିର ଅନୁମତି ପାଇ ୧୬୭ ଜଣ ହୋମ ଆଇସୋଲେସନରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଲେଣି।
ବର୍ତ୍ତମାନ ସହରରେ ବଢୁଥିବା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ବେଡ଼ର ଅଭାବ ହେବ ବୋଲି ଆକଳନ କରାଯାଇଛି । ବିନା ଲକ୍ଷଣରେ ରୋଗୀ ଅଯଥା ହସ୍ପିଟାଲରେ ପଡ଼ିରହିବେ। ତେଣୁ ହୋମ୍ ଆଇସୋଲେସନ୍ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସହାୟକ ହୋଇଛି।
‘‘ନିୟମିତ ଭାବେ ଡାକ୍ତର ହୋମ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ସେମାନଙ୍କ ରହିବା, ଖାଇବା ଓ ମାନସିକ ସ୍ଥିତି ସହ ପରିବାରର ସହଯୋଗ ଓ ପରିବେଶ ବିଷୟରେ ତଥ୍ୟ ରଖୁଛନ୍ତି। ଏ ଭଳି ବ୍ୟବସ୍ଥାରେ ସାମାନ୍ୟ ଲକ୍ଷଣ ଥିବା ରୋଗୀ ଖୁବ୍ ଶୀଘ୍ର ଭଲ ହେଉଛନ୍ତି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଭୁବନେଶ୍ୱରରେ ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କ ସ୍ୱାସ୍ଥ୍ୟ ସର୍ଭେ କରୁଛନ୍ତି ।
ଏମିତି ଜଣେ ରୋଗୀ ହେଉଛନ୍ତି ଭୁବନେଶ୍ୱର କଳିଙ୍ଗନଗର ବାସିନ୍ଦା ତାପସ କୁମାର ପ୍ରଧାନ। ସେ ଭୁବନେଶ୍ୱର ଏମସ ରେ ଫର୍ମାସିଷ୍ଟ ଭାବେ ସେ କାମ କରନ୍ତି । ଜୁଲାଇ ୭ ତାରିଖରେ ତାଙ୍କ ଦେହରେ କରୋନାର ସାମାନ୍ୟ ଲକ୍ଷଣ ଥିବା ଜାଣିବା ପରେ ହୋମ ଆଇସୋଲେସନ ପାଇଁ ସେ ଆବେଦନ କରିଥିଲେ । ଏବେ ୧୪ ଦିନ ହୋମ ଆଇସୋଲେସନରେ ରହିବା ପରେ ସେ ସୁସ୍ଥ ହୋଇଛନ୍ତି।
‘‘ହୋମ ଆଇସୋଲେସନ ସମୟରେ କେବଳ କିଛି ସାଧାରଣ ମେଡ଼ିସିନ ସହ ଭିଟାମିନ ସି ଗ୍ରହଣ କରିବା, କାଢ଼ା ପିଇବା ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇ ମୁଁ ସୁସ୍ଥ ହୋଇଛି। ସାମାନ୍ୟ ଲକ୍ଷଣ ଥିବା ପରିସ୍ଥିତିରେ ଅଯଥା ହସ୍ପିଟାଲ ନ ଯାଇ ହୋମ ଆଇସୋଲେସନରେ ରହି ସୁସ୍ଥ ହେବାର ଏହି ବ୍ୟବସ୍ଥାକୁ ମୁଁ ସ୍ୱାଗତ କରୁଛି,’’ କହିଛନ୍ତି ତାପସ ।
ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେଏହା ବି ପଢ଼ନ୍ତୁ: ମୋବାଇଲର ଗୋଟେ କ୍ଲିକରେ ମିଳିବ ସବୁ ସାମଗ୍ରୀ; JioMart ଏବେ ଗୁଗଲ୍ ପ୍ଲେ ଷ୍ଟୋର୍ ଓ iOSରେଲୋକଙ୍କ ଆଖପାଖରେ ଯଦି କେହି ଏଭଳି କରୋନା ରୋଗୀ ଅଛନ୍ତି ସେମାନଙ୍କୁ ଖରାପ ବ୍ୟବହାର ନ କରି ଲୋକେ ସହଯୋଗ କରିବା ଉଚିତ ବୋଲି କହିଛନ୍ତି ଫର୍ମାସିଷ୍ଟ ତାପସ ପ୍ରଧାନ। ‘‘ଏକ ସୁସ୍ଥ ପରିବେଶ ଓ ସୁସ୍ଥ ମାନସିକତାରେ ଯେକୌଣସି ରୋଗୀ ତୁରନ୍ତ ଠିକ ହୋଇପାରିବେ । ଯଦି ହୋମ ଆଇସୋଲେସନ ପାଇଁ ସୁବିଧା ଅଛି ତେବେ ରାଜଧାନୀବାସୀ ଏହି ବ୍ୟବସ୍ଥା ଆପଣାଇଲେ ଭଲ,’’ ସେ କହିଛନ୍ତି।
ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।