ମଦର ହୋମ୍ ଡେଲିଭରୀ ଆରମ୍ଭ ହୋଇପାରିଲା ନାହିଁ; ସ୍ଥିତି ଏବେ ବି ସ୍ପଷ୍ଟ ହୋଇନି

ଯାହା ଜଣାପଡ଼ୁଛି କେବଳ ଅନଲାଇନରେ ମଦ ବିକ୍ରି କରିବା ପାଇଁ ମଦ ଦୋକାନୀ ଚାହୁଁନାହାଁନ୍ତି । ସେମାନେ ଉଭୟ ଅନଲାଇନ ଓ ଅଫଲାଇନରେ ମଦ ବିକ୍ରି ପାଇଁ ସରକାରଙ୍କ ଉପରେ ଏକ ପ୍ରକାର ପ୍ରଚ୍ଛନ୍ନ ଚାପ ସୃଷ୍ଟି କରୁଛନ୍ତି ।

ମଦର ହୋମ୍ ଡେଲିଭରୀ ଆରମ୍ଭ ହୋଇପାରିଲା ନାହିଁ; ସ୍ଥିତି ଏବେ ବି ସ୍ପଷ୍ଟ ହୋଇନି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସବୁ ଆଡ଼େ ପ୍ରଚାର ହେଲା ଯେ ରବିବାର ଠାରୁ ରାଜ୍ୟରେ ମଦର ହୋମ ଡେଲିଭରି ହେବ l ସ୍ଵିଗି ଓ ଜୋମାଟୋ କମ୍ପାନିକୁ ଏଥି ପାଇଁ ଅନୁମତି ବି ମିଳିଲା l ରବିବାର ଦିନ ତମାମ ମଦ ପାଇଁ କିଛି ଲୋକ କାଉଣ୍ଟର ଆଗରେ ପଇଁତରା ମାରିଲେ, ଆଉ କିଛି ଗ୍ରାହକ ଅନଲାଇନରେ ଘାଣ୍ଟି ହେଲେ, ହେଲେ ମିଳିଲା ନାହିଁ ମଦ କି ଖୋଲିଲା ନାହିଁ କାଉଣ୍ଟର l

ଲକଡାଉନ ଯୋଗୁଁ ପ୍ରାୟ ଦୁଇ ମାସ ହେଲା ବନ୍ଦ ରହିଛି ରାଜ୍ୟର ସମସ୍ତ ମଦ କାଉଣ୍ଟର ଓ ବାର l ମଦ ନ ପାଇ ଚୋରାରେ ଓ ଚଢ଼ା ଦରରେ ଲୋକେ ମଦ ପିଉଛନ୍ତି l ଫଳରେ ସରକାର ମଦର ହୋମ ଡେଲିଭରି ପାଇଁ ନିଷ୍ପତ୍ତି ନେଲେ l ଏହା ଦ୍ଵାରା ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ଓ ଲୋକେ ଘରେ ବସି ମଦ ପାଇପାରିବେ l କିନ୍ତୁ ଏଥି ପାଇଁ ଗ୍ରାହକଙ୍କୁ ମଦର ମୂଲ୍ୟ ଯେତିକି ତା’ ଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସରକାର ଗତ କାଲି କହିଥିଲେ  l ଏହା ବିଷୟରେ ରାଜ୍ୟ ସରକାର ଶନିବାର ବିଧିବଦ୍ଧ ଘୋଷଣା ବି କରିଥିଲେ l ସମସ୍ତେ ଭାବିଥିଲେ ରବିବାର ସକାଳ ଠାରୁ ମଦର ହୋମ୍‌ ଡେଲିଭରି ଆରମ୍ଭ ହୋଇଯିବ l କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଦ ଦୋକାନ ଓ କାଉଣ୍ଟର ବନ୍ଦ ରହିଥିଲା ଓ ହୋମ୍‌ ଡେଲିଭରି ବି ହୋଇପାରି ନ ଥିଲା l

ରବିବାର ଠାରୁ ମଦ ଦୋକାନ ଖୋଲିବ ବୋଲି କିଛି ଦୋକାନୀ କାଉଣ୍ଟର ସାମନାରେ ରାତାରାତି ବାଉଁଶ ବାନ୍ଧି ବାରିକେଡ଼ କରିଥିଲେ l ସ୍ଵିଗି ଓ ଜୋମାଟୋର ଡେଲିଭରି ବୟମାନେ ବି ଅପେକ୍ଷା କରିଥିଲେ । ହେଲେ ଡେଲିଭରି ତ ଦୂରର କଥା, ମଦର ଅନଲାଇନ ବୁକିଂ ବି ହୋଇ ପାରି ନଥିଲା l

ଭୁବନେଶ୍ୱରରେ ଏକ ମଦ ଦୋକାନ ସାମନାରେ ବ୍ୟାରିକେଡ଼ କରିଛନ୍ତି ଦୋକାନ ମାଲିକ ।


ଦିନ ତମାମ ମଦ ଡେଲିଭରି ପାଇଁ ଅପେକ୍ଷା କରିଥିବା ଡେଲିଭରି ବୟମାନେ କହିଛନ୍ତି ଯେ ଗୋଟିଏ ହେଲେ ବି ମଦର ଅର୍ଡ଼ର ଆସି ନାହିଁ । ‘‘ଆମେ ଦିନ ତମାମ ଅପେକ୍ଷା କରିଥିଲୁ ଡେଲିଭରି କରିବା ପାଇଁ । ହେଲେ ଆଜି କୌଣସି ଅର୍ଡ଼ର୍‌ ମିଳି ନ ଥିଲା,’’ କହିଛନ୍ତି ସ୍ୱିଗିର ଡେଲିଭରି ବୟ ପ୍ରଶାନ୍ତ ସାହୁ l

ସରକାରୀ ଘୋଷଣା ସତ୍ତ୍ୱେ ମଦର ହୋମଡେଲି ହୋଇ ନ ପାରିବା ସମ୍ପର୍କରେ ଖୋର୍ଦ୍ଧା ଅବକାରୀ ଏସପି ପ୍ରଶାନ୍ତ ଆଚାର୍ଯ୍ୟ କହିଛନ୍ତି: ‘‘ପ୍ରଥମ ଥର ପାଇଁ ଅନଲାଇନ ସିଷ୍ଟମ ହୋଇଥିବାରୁ ସମସ୍ୟା ଦେଖା ଦେଇଛି l ଆଉ ଗୋଟେ ବଡ଼ ସମସ୍ୟା ହେଉଛି ଆକାଉଣ୍ଟ ଖୋଲିଲେ ତାହା ସାମନାରେ ଲୋକ ଭିଡ଼ ହେବାର ସମ୍ଭାବନା ରହିଛି l ତେଣୁ ମାଲିକମାନେ ଚାହୁଁଛନ୍ତି ମଦ କାଉଣ୍ଟର ସାମନାରେ ପୋଲିସ ସୁରକ୍ଷା ମିଳୁ l ’’

ଏ ସମ୍ପର୍କରେ ଆଦୌ ମୁହଁ ଖୋଲୁ ନାହାଁନ୍ତି କୌଣସି ମଦ ଦୋକାନୀ l ମଦର ହୋମ୍‌ ଡେଲିଭରି ହେବକି ନାହିଁ ତାହା ସ୍ପଷ୍ଟ ହେଉ ନାହିଁ ।

ଯାହା ଜଣାପଡ଼ୁଛି କେବଳ ଅନଲାଇନରେ ମଦ ବିକ୍ରି କରିବା ପାଇଁ ମଦ ଦୋକାନୀ ଚାହୁଁନାହାଁନ୍ତି । ସେମାନେ ଉଭୟ ଅନଲାଇନ ଓ ଅଫଲାଇନରେ ମଦ ବିକ୍ରି ପାଇଁ ସରକାରଙ୍କ ଉପରେ ଏକ ପ୍ରକାର ପ୍ରଚ୍ଛନ୍ନ ଚାପ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଏ ବିଷୟରେ ଜାଣିଥିବା ଲୋକେ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 7:49 PM IST
corona virus btn
corona virus btn
Loading