କରୋନା ମୁକାବିଲାର କରୁଣ କାହାଣୀ: ନର୍ସଙ୍କ ମାସ୍କ ତଳେ ଲୁହ, ସାମନାରେ ତିନି ବର୍ଷର ଝିଅ

ନିଜ ଘରକୁ ଗତ ୧୫ ଦିନ ହେଲା ନ ଯାଇ କାମରେ ଲାଗିଥିବା ଜଣେ ନର୍ସଙ୍କ ତିନି ବର୍ଷର ଝିଅ ତା‘ ମା’ ପାଖକୁ ଆସିବ ବୋଲି ଜିଦ୍ କରି ବହୁତ କାନ୍ଦୁଛି । ତା’ ପାଖକୁ ଆସି ନ ପାରି ନର୍ସ ଜଣକ ଦୂରରେ ରହି ନିଜ ମାସ୍କ ତଳେ ଆଖିରୁ ଲୁହ ଗଡ଼ାଉଛନ୍ତି ।

କରୋନା ମୁକାବିଲାର କରୁଣ କାହାଣୀ: ନର୍ସଙ୍କ ମାସ୍କ ତଳେ ଲୁହ, ସାମନାରେ ତିନି ବର୍ଷର ଝିଅ
ବେଲଗାମରେ ନର୍ସଙ୍କ ପତି ତାଙ୍କ ତିନି ବର୍ଷର ଝିଅକୁ ତାଙ୍କୁ ଦେଖାଇବା ପାଇଁ ଆଣିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: କରୋନା ଭାଇରସ୍‌ ମୁକାବିଲାରେ ଲାଗିପଡ଼ିଛନ୍ତି ଦେଶର ଡାକ୍ତର ଓ ନର୍ସମାନେ । ସନ୍ଦିଗ୍ଧ ଲୋକଙ୍କ ପରୀକ୍ଷା ଠାରୁ ଆରମ୍ଭ କରି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ପର୍ଯ୍ୟନ୍ତ କାମରେ ଦିନ ରାତି ଏକ କରିଦେଇଥିବା ଏହି ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ଯେ କେତେ ପ୍ରଭାବିତ ହୋଇଛି ତା’ର ଏକ ମାର୍ମିକ ଛବି ଆସିଛି କର୍ଣ୍ଣାଟକର ବେଲଗାମରୁ ।

ନିଜ ଘରକୁ ଗତ ୧୫ ଦିନ ହେଲା ନ ଯାଇ କାମରେ ଲାଗିଥିବା ଜଣେ ନର୍ସଙ୍କ ତିନି ବର୍ଷର ଝିଅ ତା‘ ମା’ ପାଖକୁ ଆସି ନ ପାରି କେତେ କାନ୍ଦୁଛି ଓ ତା’ ପାଖକୁ ଆସି ନ ପାରି ନର୍ସ ଜଣକ ଦୂରରେ ରହି ନିଜ ମାସ୍କ ତଳେ ଆଖିରୁ ଲୁହ ଗଡ଼ାଉଛନ୍ତି । ଏହି ହୃଦୟବିଦାରକ ଦୃଶ୍ୟ ଭିଡିଓ କ୍ୟାମେରାରେ କୈଦ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି ।

ମଙ୍ଗଳବାର ଦିନ ବେଲଗାମରେ ଥିବା ଏକ ସରକାରୀ ଡାକ୍ତରଖାନା ବାହାରେ ଏକ ତିନି ବର୍ଷର ଶିଶୁ ଐଶ୍ୱର୍ଯ୍ୟା ଲଗାତର କାନ୍ଦୁଥିବା ଦେଖିବାକୁ ମିଳିଥିଲା । ତା‘ ବାପା ଶ୍ରୀକାନ୍ତ କାନ୍ଦୁଥିବା ଛୋଟ ଝିଅକୁ ଶାନ୍ତ୍ୱନା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିଲେ ।

ଦୂରରୁ ଆଖିରୁ ଲୁହ ଗଡ଼ାଉଛନ୍ତି ସୁନନ୍ଦା କୋରେପୁର୍‌ ।


ଏଇ ଝିଅଟିର ମା’ ସୁନନ୍ଦା କୋରେପୁର୍‌ ଜଣେ ନର୍ସ । ସେ ଗତ ଦୁଇ ସପ୍ତାହ ଧରି ଏକ ବିଚ୍ଛିନ୍ନତା ୱାର୍ଡରେ (isolation ward) କାର୍ଯ୍ୟ କରୁଛନ୍ତି । ମାରାତ୍ମକ କରୋନା ଭାଇରସ୍ ନିଜଘର ଲୋକଙ୍କୁ ବ୍ୟାପିବା ଭୟରେ ସେ ଏହି ହସପିଟାଲ୍‌ ବାହାରକୁ ଯାଇ ନାହାଁନ୍ତି ।

ଛୋଟ ଝିଅଟିକୁ ଶାନ୍ତ୍ୱନା ଦେବାରେ ଅସମର୍ଥ ହୋଇ ତା’ ବାପା ୧୫ ଦିନ ପରେ ତା’ ମା’କୁ ଦେଖାଇବା ପାଇଁ ତାକୁ ଡାକ୍ତରଖାନା ସାମନାକୁ ଆଣିଥିଲେ । ସେ ତାକୁ ସେହି ହୋଟେଲକୁ ନେଇଯାଇଥିଲେ ଯେଉଁଠି ତା’ ମାଆ ୱାର୍ଡରେ ଡ୍ୟୁଟି ପରେ ରହୁଥିଲେ । ପରସ୍ପରକୁ ଦୂରରୁ ଭେଟିବା ପରେ ଉଭୟ ମା’ ଓ କୁନି ଝିଅ ଦୀର୍ଘ ସମୟ ଧରି ଅସହ୍ୟ କାନ୍ଦୁଥିଲେ ।

ଐଶ୍ୱର୍ଯ୍ୟା ବଡ଼ ପାଟିରେ କାନ୍ଦି ମାଆ ପାଖକୁ ଯିବାକୁ ଜିଦ୍‌ କରୁଛି ।


ତିନି ବର୍ଷର ଐଶ୍ୱର୍ଯ୍ୟା ବଡ଼ ପାଟି କରି କାନ୍ଦୁଥିଲା ଓ ବାପାଙ୍କ ବାଇକରେ ବସି ଦୂରରୁ ନିଜ ମା’କୁ ଡାକୁଥିଲା । ସେ ମା’ ପାଖକୁ ଯିବାକୁ ଜିଦ୍‌ କରୁଥିଲା, ହେଲେ ତା’ ବାପା ଓ ମାଆ ସଂକ୍ରମଣ ଭୟରେ ଏହା କରାଇ ଦେଉ ନ ଥିଲେ । ନର୍ସ ସୁନନ୍ଦାଙ୍କ ଆଖିରୁ ଲୁହ ଗଡ଼ି ଚାଲିଥିଲା ଓ ତାଙ୍କ ମାସ୍କ ଭିଜୁଥିଲା । ସେ ନିଜ ମାତୃତ୍ୱର ଆହ୍ୱାନକୁ ବଡ଼ କଷ୍ଟରେ ଛପେଇ ରଖି ଧୈର୍ଯ୍ୟ ଧରି ବାପ ଓ ଝିଅଙ୍କୁ ସେଠୁ ଚାଲିଯିବାକୁ ହାତ ହଲେଇ କହୁଥିବାର ଦେଖାଯାଇଥିଲା ।

ଏହି ହୃଦୟବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନର୍ସମାନଙ୍କ ବଳିଦାନ ପ୍ରତି ବହୁତ ଲୋକଙ୍କ ପ୍ରଶଂସା ଆଣିଥିଲା ।

ଝିଅ ଓ ପତି ପାଖକୁ ଆସି ନ ପାରି ଆଖିରୁ ଲୁହ ଗଡ଼ାଉଛନ୍ତି ନର୍ସ୍‌ ସୁନନ୍ଦା ।


ଏହି ଭିଡିଓଟି କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ବି.ଏସ୍‌. ୟେଦ୍ୟୁରପ୍ପାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ନିଜେ ତିନି ଝିଅଙ୍କ ସମେତ ପାଞ୍ଚଟି ସନ୍ତାନର ପିତା ୟେଦ୍ୟୁରପ୍ପା ଏହି ଭିଡିଓ ଦେଖି କାନ୍ଦି ପକାଇଥିଲେ ।

ନିଃସ୍ୱାର୍ଥ ସେବା ପ୍ରଦାନ କରୁଥିବା ଯୋଗୁଁ ଏହି ନର୍ସଙ୍କୁ ଧନ୍ୟବାଦ ଦେବା ପାଇଁ ସେ ବୁଧବାର ସକାଳେ ତାଙ୍କୁ ଡାକିଥିଲେ । ସେ ତାଙ୍କୁ କହିଥିଲେ ଯେ ତାଙ୍କ ଝିଅ ମା’କୁ ପାଖରେ ନ ପାଇ ଖାଇବାକୁ ମନା କରି କାନ୍ଦୁଥିବାର ଦେଖି ସେ ଅତ୍ୟନ୍ତ ଦୁଃଖିତ ଅନୁଭବ କରୁଛନ୍ତି । ୟେଦ୍ୟୁରପ୍ପା ଏହି ନର୍ସ ଓ ତାଙ୍କ ପରି ନିଜ ଜୀବନକୁ ବିପଦରେ ପକାଇ କାର୍ଯ୍ୟ କରୁଥିବା ଅନ୍ୟ ନର୍ସମାନଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସୁନନ୍ଦା କୋରେପୁର୍‌ ଗତ ଚାରି ବର୍ଷ ଧରି ରାଜ୍ୟ ସରକାରଙ୍କ ଅଧୀନସ୍ଥ ବେଲଗାମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ବି.ଏମ୍.ଏସ୍.) ରେ ଜଣଏ ସ୍ଟାଫ୍‌ ନର୍ସ ଭାବରେ କାର୍ଯ୍ୟ କରିଆସୁଛନ୍ତି ।

କର୍ଣ୍ଣାଟକର ବେଲଗାମରେ ଏ ପର୍ଯ୍ୟନ୍ତ ସାତ ଜଣ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।
First published: April 8, 2020, 8:21 PM IST
corona virus btn
corona virus btn
Loading