କରୋନା ସଚେତନତା: ମୁଣ୍ଡଫଟା ଖରାକୁ ଖାତିର ନ କରି କାମରେ ଲାଗିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ

ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ । ହାତରେ ବାଡ଼ି ଓ କାଗଜ କଲମ ଧରି ଗାଆଁ ଗାଆଁରେ ଜନ ସେବାରେ ଆଗେଇ ଚାଲିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ସ୍ୱାସ୍ଥ୍ୟ କର୍ମୀମାନେ ।

କରୋନା ସଚେତନତା: ମୁଣ୍ଡଫଟା ଖରାକୁ ଖାତିର ନ କରି କାମରେ ଲାଗିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ
ଶିଶୁପାଳଗଡ଼ରେ ଲୋକଙ୍କ ସେବାରେ ଲାଗିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ ।
  • News18 Odia
  • Last Updated: April 17, 2020, 7:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁଣ୍ଡ ଫଟା ଖରାକୁ ଖାତିର ନ କରି ରାଜ୍ୟରେ ଲୋକଙ୍କ ସେବାରେ ଲାଗିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ଅନେକ ସ୍ୱାସ୍ଥ୍ୟ କର୍ମୀ । କରୋନା ଭାଇରସର ସ୍ଥିତିକୁ ନେଇ ପ୍ରତ୍ୟେକ ଦିନ ଯେଉଁ ରିପୋର୍ଟ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସାମାନାରେ ରଖନ୍ତି, ତା’ର ମୂଳରେ ଥାଆନ୍ତି ଏମାନେ । ଏମାନେ ତୃଣମୂଳ ସ୍ତରରୁ ରିପୋର୍ଟ ସଂଗ୍ରହ କରିବା ପରେ ସରକାର ଏହାକୁ ନେଇ ଲୋକଙ୍କ ପାଖରେ ରଖିବା ସହ ତା’ର ଉଚିତ ପ୍ରତିକାର ବ୍ୟବସ୍ଥା କରନ୍ତି ।

ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ରେ ଏମିତି କିଛି କର୍ମୀମାନଙ୍କୁ ଲୋକଙ୍କ ସେବାରେ ଲାଗିଥିବା ଦେଖାଯାଇଥିଲା । ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ ପିନ୍ଧି ଓ ହାତରେ ବାଡ଼ି ସହ କାଗଜ କଲମ ଧରି ଆଗେଇ ଚାଲିଥିଲେ ସେମାନେ । ଅଙ୍ଗନବାଡି ଦିଦି ପ୍ରମିତା ମଳିକ, ନର୍ସ ହରସ୍ମିତା ପଟ୍ଟନାୟକ ଓ ଆଶା ଦିଦି ରୀନା ଶ୍ରୀଚନ୍ଦନ ଏହି ଟିମରେ ଥିଲେ । ପ୍ରମିତା ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ରୀନା ସଚେତନ ନେଇ ମତ ରଖିବା ସହ ହରଶ୍ମିତା କିଭଳି କରୋନାକୁ ମୁକାବିଲା କରିହେବ ସେ ସେଇ ପ୍ରତ୍ୟେକ ପରିବାରକୁ ବୁଝାଉଥିଲେ ।

‘‘ନିଜ ପରିବାରକୁ ପଛକୁ ରଖି ଏବେ ଗାଁ ଗାଁ ବୁଲିବାକୁ ପଡୁଛି । ଘରେ ବି ସଙ୍ଗରୋଧରେ ରହିବାକୁ ପଡୁଛି । ହେଲେ ଖୁସି ଲାଗୁଛି ଯେ ଲୋକେ ଏବେ କରୋନାକୁ ନେଇ ଜାରି ହୋଇଥିବା ନିୟମକୁ ପାଳନ କରୁଛନ୍ତି,’’ କହିଛନ୍ତି ନର୍ସ ହଁରସ୍ମିତା ।

ଶିଶୁପାଳଗଡ଼ରେ ମୋଟ ଜନସଂଖ୍ୟା ହେଉଛି ଚାରି ହଜାର । ଏହି ଅଞ୍ଚଳକୁ ଚାରୋଟି ଜୋନରେ ଭାଗ କରାଯାଇଛି । ଗୋଟିଏ ଜୋନରେ ଏକ ହଜାର ଲୋକ ରହୁଥିବାରୁ ସେଇ ଆଧାରରେ ସ୍ୱାସ୍ଥ୍ୟ କର୍ମୀ ଯାଇ ଘରକୁ ଘର ବୁଲୁଛନ୍ତି । ଦୁଇ ଜଣ ଯୁବକ ରାଜ୍ୟ ବାହାରୁ ନିଜ ଗ୍ରାମକୁ ଆସିଥିବାରୁ ସେମାନେ ସଙ୍ଗରୋଧରେ ଅଛନ୍ତି । କାହାକୁ କାଶ, ଥଣ୍ଡା ଓ ଜ୍ୱର ସହ ତଣ୍ଟି ଦରଜ ହେଉଛି ତା’ର ମଧ୍ୟ ଟେଷ୍ଟ କରିବା ସହ ଭୟଭୀତ ନ ହେବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କୁ ବୁଝାଉଛନ୍ତି ।

‘‘କରୋନା ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ଯୋଦ୍ଧା ଭଳି କାମ କରୁଛନ୍ତି ଏମାନେ । ଆମେ ଘରେ ରହୁଛୁ। ଆମେ ବାହାରକୁ ବାହାରୁ ନ ଥିବା ବେଳେ ଏହି ଆଶା ଓ ଅଙ୍ଗନବାଡି ଓ ନର୍ସ ଦିଦିଙ୍କ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ,’’ କହିଛନ୍ତି ଶିଶୁପାଳଗଡ଼ର ବାସିନ୍ଦା ସଖି ସୁବୁଦ୍ଧି ।
First published: April 17, 2020, 7:37 PM IST
corona virus btn
corona virus btn
Loading