କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ନିୟମ ବଦଳିଲା; ଜଣାନ୍ତୁ ନୂଆ ନିର୍ଦ୍ଦେଶାବଳୀ

National policy for admission of Covid patients: ନୂତନ ନୀତି ଅନୁଯାୟୀ ସହରରେ ଥିବା ହସ୍ପିଟାଲ ବୈଧ ପରିଚୟ ପତ୍ର ପ୍ରଦାନ କରିପାରୁ ନ ଥିବା କୌଣସି ରୋଗୀଙ୍କୁ ଆଡମିଶନ ପାଇଁ ବାରଣ କରିପାରିବେ ନାହିଁ । ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିଶନ ଦିଆଯିବ ।

କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ନିୟମ ବଦଳିଲା; ଜଣାନ୍ତୁ ନୂଆ ନିର୍ଦ୍ଦେଶାବଳୀ
କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ନିୟମ ବଦଳିଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଜାତୀୟ ନୀତିରେ ପରିବର୍ତ୍ତନ କରିଛି । ନୂତନ ନୀତି ଅନୁଯାୟୀ କରୋନା ସଂକ୍ରମିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ । ମାମଲାର ଗମ୍ଭୀରତା ଅନୁଯାୟୀ, କୋଭିଡ -୧୯ ର ସନ୍ଦିଗ୍ଧ ମାମଲା ଥିବା ରୋଗୀଙ୍କୁ ସନ୍ଦିଗ୍ଧ ୱାର୍ଡ CCC, DCHC ଓ DHC ରେ ଭର୍ତ୍ତି କରାଯିବ । କୌଣସି ରୋଗୀଙ୍କୁ କୌଣସି କାରଣରୁ ସେବା ପ୍ରତ୍ୟାଖ୍ୟାନ କରାଯିବ ନାହିଁ । ଏଥିରେ ଅକ୍ସିଜେନ କିମ୍ବା ଅତ୍ୟାବଶ୍ୟକ ଔଷଧ ମଧ୍ୟ ସାମିଲ ରହିଛି ।

ନୂତନ ନୀତି ଅନୁଯାୟୀ ସହରରେ ଥିବା ହସ୍ପିଟାଲ ବୈଧ ପରିଚୟ ପତ୍ର ପ୍ରଦାନ କରିପାରୁ ନ ଥିବା କୌଣସି ରୋଗୀଙ୍କୁ ଆଡମିଶନ ପାଇଁ ବାରଣ କରାଯିବ ନାହିଁ । ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିଶନ ଦିଆଯିବ । ଉଲ୍ଲେଖନୀୟ ବିଷୟ ହେଉଛି ଦେଶରେ କୋଭିଡ -୧୯ ରେ ୪,୧୮୭ ରେକର୍ଡ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୨,୩୮,୨୭୦ ରେ ପହଞ୍ଚିଥିବାବେଳେ ୪,୦୧,୦୭୮ ନୂତନ ମାମଲା ରିପୋର୍ଟ ହେବା ପରେ ମୋଟ ସଂକ୍ରମଣ ସଂଖ୍ୟା ୨,୧୮,୯୨,୬୭୬ କୁ ବୃଦ୍ଧି ପାଇଛି ।

ପୁନରୁଦ୍ଧାର ହାର ୮୧.୯୦ ପ୍ରତିଶତକୁ ହ୍ରାସ ପାଇଛି
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାଟା ଅନୁଯାୟୀ ସକାଳ ଆଠଟା ପର୍ଯ୍ୟନ୍ତ ଦେଶରେ ୩୭,୨୩,୪୪୬ ରୋଗୀ ଚିକିତ୍ସିତ ହେଉଛନ୍ତି । ଯାହାକି ମୋଟ ମାମଲାର ୧୭.୦୧ ପ୍ରତିଶତ ହୋଇଥିବାବେଳେ କୋଭିଡ -୧୯ ରୁ ଜାତୀୟ ପୁନରୁଦ୍ଧାର ହାର ୮୧.୯୦ ପ୍ରତିଶତକୁ ଖସି ଆସିଛି ।

ଡାଟା ଅନୁଯାୟୀ ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୧,୭୯,୩୦,୯୬୦ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର ୧.୦୯ ପ୍ରତିଶତ ରେକର୍ଡ କରାଯାଇଛି ।

ଗତ ବର୍ଷ ଅଗଷ୍ଟ ୭ ରେ ଦେଶରେ କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା । ଅନ୍ୟପକ୍ଷରେ କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ୨୩ ଅଗଷ୍ଟରେ ୩୦ ଲକ୍ଷ, ୫ ସେପ୍ଟେମ୍ବରରେ ୪୦ ଲକ୍ଷ ଓ ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ ଅତିକ୍ରମ କରିଛି ।

ଏହା ପରେ ସେପ୍ଟେମ୍ବର ୨୮ ରେ, କୋଭିଡ -୧୯ ମାମଲା ୬୦ ଲକ୍ଷ, ୧୧ ଅକ୍ଟୋବରରେ ୭୦ ଲକ୍ଷ, ୨୯ ଅକ୍ଟୋବରରେ ୮୦ ଲକ୍ଷ, ୨୦ ନଭେମ୍ବରରେ ୯୦ ଲକ୍ଷ ଓ ୧୯ ଡିସେମ୍ବରରେ ଏକ କୋଟି ଅତିକ୍ରମ କରିଥିଲା । ମେ ୪ ରେ ଭାରତ ଦୁଇ କୋଟି ମାର୍କ ଅତିକ୍ରମ କରି ଏକ ଗୁରୁତର ଅବସ୍ଥାରେ ପହଞ୍ଚିଥିଲା ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ମେ ୭ ପର୍ଯ୍ୟନ୍ତ ୩୦,୦୪,୧୦,୦୪୩ ନମୁନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଶୁକ୍ରବାର ଦିନ ୧୮,୦୮,୩୪୪ ନମୁନା ଟେଷ୍ଟ କରାଯାଇଛି ।

ମୃତ୍ୟୁର ନୂତନ ମାମଲାରେ ମହାରାଷ୍ଟ୍ରରେ ସର୍ବାଧିକ ୮୯୮ ମୃତ୍ୟୁ, କର୍ଣ୍ଣାଟକରେ ୫୯୨, ଉତ୍ତର ପ୍ରଦେଶରେ ୩୭୨, ଦିଲ୍ଲୀରେ ୩୪୧, ଛତିଶଗଡରେ ୨୦୮, ତାମିଲନାଡୁରେ ୧୯୭, ପଞ୍ଜାବରେ ୧୬୫, ରାଜସ୍ଥାନରେ ୧୬୪, ହରିୟାଣାରେ ୧୬୭, ଝାଡ଼ଖଣ୍ଡରେ ୧୩୬, ଗୁଜୁରାଟରେ ୧୧୯ ଓ ପଶ୍ଚିମ ବଙ୍ଗରେ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ଏପର୍ଯ୍ୟନ୍ତ ୨,୩୮,୨୭୦ ମୃତ୍ୟୁ ମଧ୍ୟରୁ ମହାରାଷ୍ଟ୍ରରେ ୭୪,୪୧୩, ଦିଲ୍ଲୀରେ ୮,୭୩୯, କର୍ଣ୍ଣାଟକରେ ୧୭,୮୦୪, ତାମିଲନାଡୁରେ ୧୫,୧୭୧, ଉତ୍ତର ପ୍ରଦେଶରେ ୧୪,୮୭୩, ପଶ୍ଚିମ ବଙ୍ଗରେ ୧୨,୦୭୬, ପଞ୍ଜାବରେ ୧୦,୧୫୮ ଓ ଛତିଶଗଡରେ ୧୦,୧୪୪ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୭୦% ରୁ ଅଧିକ ରୋଗୀ ଅନ୍ୟ ଗୁରୁତର ରୋଗ ହେତୁ ମୃତ୍ୟୁ ବରଣ କରିଛନ୍ତି ।
Published by: Jagdish Barik
First published: May 8, 2021, 4:58 PM IST