ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ବଡ଼ ଘୋଷଣା; ଜାନୁଆରୀରେ ଲଗାଯିବା ଆରମ୍ଭ ହେବ କରୋନା ଭୂତାଣୁ ଟିକା!
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଜାନୁଆରୀ ମାସର ଯକୌଣସି ସପ୍ତାହରେ ଦେଶବାସୀଙ୍କୁ କରୋନା ଭାଇରସ୍ ଟିକା ଲଗାଯିବା ଆରମ୍ଭ ହୋଇଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ (ଫାଇଲ ଫଟୋ)
- News18 Odia
- Last Updated: December 21, 2020, 12:14 PM IST
ନୂଆ ଦିଲ୍ଲୀ: ବ୍ରିଟେନ ଓ ଆମେରିକାର ଲୋକଙ୍କଠାରେ କରୋନା ଭାଇରସ୍ ଟିକା (Coronavirus Vaccine) ଲଗାଯିବା ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ଦେଶରେ କେବେ କରୋନା ଭାଇରସ ଟିକା ଲଗାଯିବ ତାକୁ ନେଇ ଭାରତୀୟମାନେ ଅପେକ୍ଷା କରିଛନ୍ତି । କାରଣ ଅନେକ ଦେଶୀ କମ୍ପାନୀର ଟିକା ମଧ୍ୟ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର କହିଛନ୍ତି ଯେ ଜାନୁଆରୀ ମାସର କୌଣସି ସପ୍ତାହରେ ଦେଶବାସୀଙ୍କୁ କରୋନା ଭାଇରସ୍ ଟିକା ଲଗାଇବା ଆରମ୍ଭ ହୋଇଯିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ "କରୋନା ଭୂତାଣୁର ୨୬୦ଟି ଟିକା ବିଭିନ୍ନ ପର୍ଯ୍ୟାୟରେ ଅଛି । ସେଥିମଧ୍ୟରୁ ଆଠଟି ଭାରତରେ ଉତ୍ପାଦିତ ହେବ । ତିନୋଟି ସ୍ୱଦେଶୀ। କିନ୍ତୁ ଟିକା ନିରାପତ୍ତା ଠାରୁ ଆରମ୍ଭ କରି ଏହାର ପ୍ରଭାବ ପର୍ଯ୍ୟନ୍ତ । ବୈଜ୍ଞାନିକ ଓ ନିୟାମକ ନିୟମ ଉପରେ କୌଣସି ଆପୋଷ ବୁଝାମଣା ହେବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ସରକାର କୋଭିଡ -୧୯ ଟିକା ଉତ୍ପାଦନ ତଥା ବିତରଣ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସ୍ଥାପନ କରୁଛନ୍ତି ଯାହା ଦ୍ୱାରା ଚାହିଦା ପୂରଣ ହୋଇପାରିବ ।
ସେ କହିଛନ୍ତି ଯେ ବିଶ୍ୱ କୋଭିଡ -୧୯ ଟିକା ବିକଶିତ କରିବାକୁ ଚେଷ୍ଟା କରୁଥିବାବେଳେ ଭାରତ ଏହି ଟିକା ବିକଶିତ କରିବାକୁ ଓ ବହୁ ପରିମାଣରେ ଏହାର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି ।