ଭୁବନେଶ୍ୱରର ବସ୍ତିମାନଙ୍କରେ ଆରମ୍ଭ ହେଲା କୋଭିଡ-୧୯ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା

ବର୍ତ୍ତମାନ ଭୁବନେଶ୍ୱରରେ ୪୩୬ଟି ବସ୍ତି ଅଛି ଓ ସେଗୁଡ଼ିକରେ ୩,୦୧,୬୧୧ ଲୋକ ବାସ କରୁଛନ୍ତି । ମୁମ୍ବାଇର ଧରାବୀ ପରି ଏହି ବସ୍ତିମାନଙ୍କରେ କରୋନା ମହାମାରୀ ବ୍ୟାପିବା ପୂର୍ବରୁ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା ।

ଭୁବନେଶ୍ୱରର ବସ୍ତିମାନଙ୍କରେ ଆରମ୍ଭ ହେଲା କୋଭିଡ-୧୯ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା
ଭୁବନେଶ୍ୱରର ୩୭ ନମ୍ବର ୱାର୍ଡ଼ରେ ଥିବା ବସ୍ତିର ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ।
  • News18 Odia
  • Last Updated: April 14, 2020, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍‌ ସବୁଠି ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ରାଜଧାନୀରେ ଗଢ଼ିଉଠିଥିବା ବସ୍ତିଗୁଡ଼ିକରେ କିଭଳି ଏବି ମାରାତ୍ମକ ଭୂତାଣୁ ନିଜର କାୟା ବିସ୍ତାର ନ କରିବ ସେଥି ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆଜି ଠାରୁ ବିଭିନ୍ନ ବସ୍ତି ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମ ପାଇଁ ବିଏମସି ପକ୍ଷରୁ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି । ୩୭୦ଟି ଅଙ୍ଗନବାଡ଼ି କେନ୍ଦ୍ର ସହ ଏଥି ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ୧,୦୦୦ ଜଣ କର୍ମୀ ଏହି କାମରେ ନିୟୋଜିତ ହୋଇଛନ୍ତି । ଗୋଟିଏ ଟିମରେ ଜଣେ ଜଣେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମହିଳା ଆରୋଗ୍ୟ ସମିତି ସଦସ୍ୟ ଅଛନ୍ତି । ପ୍ରତି ବସ୍ତିରେ ଘର ଘର ବୁଲି ଲୋକଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଇବା ଆରମ୍ଭ କରିଛନ୍ତି ଓ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ପ୍ରତି ପରିବାରକୁ ତିନି ଥର ଲେଖାଏଁ ଯାଇ ସମସ୍ତ ପରୀକ୍ଷା କରିବା ନେଇ ନିଷ୍ପତି ହୋଇଛି ।


ପରିବାରରେ କାହାକୁ ଥଣ୍ଡା, ଜ୍ୱର, କଫ, ତଣ୍ଟି ଦରଜ ବା ଅନ୍ୟ କୌଣସି ରୋଗ ଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ଏହି ଟିମ୍‌ । ଆବଶ୍ୟକତା ଅନୁଯାୟୀ ଲୋକଙ୍କୁ ପରାମର୍ଶ ବି ଦେଉଛି । ଏହା ବ୍ୟତୀତ ଯଦି କେହି ବାହାର ରାଜ୍ୟ କିମ୍ବା ଦେଶ ବାହାରୁ ଆସିଥାଏ ତାଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି । ଏହି ରିପୋର୍ଟ ସେମାନେ ସିଡିପିଓ ଙ୍କୁ ଦାଖଲ କରୁଛନ୍ତି । ପ୍ରତି ପରିବାରକୁ ତିନି ଥର ଲେଖାଏଁ ଯାଇ ସମସ୍ତ ପରୀକ୍ଷା କରିବା ନେଇ ନିଷ୍ପତି ହୋଇଛି ।

‘‘ଏହି ଟିମର ସଦସ୍ୟମାନେ କିଭଳି ନିଜର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବେ ସେଥି ପାଇଁ ସେମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ବସ୍ତିରେ ବୁଲିବା ସମୟରେ ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ପିନ୍ଧିବେ ଆଉ ସାନିଟାଇଜର ବ୍ୟବହାର କରିବେ,’’ କହିଛନ୍ତି ବିଏମସିର ଡେପୁଟି କମିସନେର (ସାନିଟାଇଜେସନ) ଶୁଭେନ୍ଦୁ କୁମାର ସାହୁ ।

ବର୍ତ୍ତମାନ ଭୁବନେଶ୍ୱରରେ ୪୩୬ଟି ବସ୍ତି ଅଛି ଓ ସେଗୁଡ଼ିକରେ ୩,୦୧,୬୧୧ ଲୋକ ବାସ କରୁଛନ୍ତି । ବସ୍ତିରେ ଏହି ମହାମାରୀ ବ୍ୟାପିବା ପୂର୍ବରୁ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା ।

ପୂର୍ବରୁ ମୁମ୍ବାଇରେ ଅବସ୍ଥିତ ଏସିଆର ସବୁଠାରୁ ବଡ଼ ବସ୍ତି ଧରାବୀରେ ଦିନକୁ ଦିନ କରୋନା  ପିଡୀତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ତାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
First published: April 14, 2020, 7:57 PM IST
corona virus btn
corona virus btn
Loading