#HappyNewYear2021: ଦେଶବାସୀଙ୍କୁ କିଛି ଜରୁରୀ ପରାମର୍ଶ ଦେଲେ ପ୍ରଧାନ ମନ୍ତ୍ରୀ ମୋଦି

ଜାନୁଆରୀରେ ସାରା ଦେଶରେ ଟିକାକରଣ (vaccination) ଆରମ୍ଭ ହେବାର ସମ୍ଭାବନା ଉଜ୍ଜ୍ୱଳ ଥିବା ଦର୍ଶାଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା (Happy New Year 2021) ଦେବା ସହ କେତେକ ଜରୁରୀ ପରାମର୍ଶ ଦେଇଛନ୍ତି ।

#HappyNewYear2021: ଦେଶବାସୀଙ୍କୁ କିଛି ଜରୁରୀ ପରାମର୍ଶ ଦେଲେ ପ୍ରଧାନ ମନ୍ତ୍ରୀ ମୋଦି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜ ବାର୍ତ୍ତା ଦେଉଛନ୍ତି ।
  • News18 Odia
  • Last Updated: December 31, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଜକୋଟ: ନୂଆ ଆଶା ନେଇ ଆସିଛି ନୂଆ ବର୍ଷ ୨୦୨୧ (New Year 2021)। ଏହି ବର୍ଷ ପାଇଁ ଦେଶବାସୀଙ୍କୁ କେତେକ ଜରୁରୀ ପରାମର୍ଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଗୁଜରାଟ ରାଜକୋଟରେ ଏମ୍ସର (AIIMS Rajkot) ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ଦେଶବାସୀଙ୍କୁ ୨୦୨୧ ପାଇଁ ମନ୍ତ୍ର ଦେଇଛନ୍ତି ସେ ।

‘‘ମୁଁ ପୂର୍ବରୁ ବାରମ୍ବାର କହୁଥିଲି ଯେ ଯେ ପର୍ଯ୍ୟନ୍ତ କରୋନା ଭାଇରସ୍‌ ମହାମାରୀ (Coronavirus) ପାଇଁ ଔଷଧ ଆସିନାହିଁ, ସେ ପର୍ଯ୍ୟନ୍ତ ଆମେ କୋହଳତା ଅବଲମ୍ବନ କରିବା ନାହିଁ । ଏବେ ଔଷଧ ଆମ ସାମନାରେ ଅଛି । ଆଉ ଅଳ୍ପ କିଛି ସମୟର କଥା । ତା’ ସତ୍ତ୍ୱେ ମୁଁ କହିବି ଯେ ଏବେ ଔଷଧ ବି ନେବା ଓ କଟକଣା ବି ମାନିବା । ଔଷଧ ଆସିଗଲା ମାନେ ଯେ ସବୁ କଟକଣାରୁ ମୁକ୍ତି ମିଳିଗଲା, ଏହି ଭ୍ରମରେ ରୁହନ୍ତୁ ନାହିଁ,’’ କହିଛନ୍ତି ମୋଦି ।

ଦେଖନ୍ତୁ ଫଟୋ | Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି

ଜାନୁଆରୀରେ ଟିକାକରଣ ଆରମ୍ଭ ହେବାର ସମ୍ଭାବନା ଉଜ୍ଜ୍ୱଳ ହେଉଥିବା ବେଳେ ଲୋକେ ଢିଲା ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଟିକାର ଜରୁରିକାଳୀନ ବ୍ୟବହାର ଉପରେ ଅନୁଧ୍ୟାନ କରିବାକୁ ଶୁକ୍ରବାର ପୁଣି ଥରେ ବସୁଛି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର (DCGI) ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ । ଜାନୁଆରୀ ୨ ତାରିଖରୁ ମଧ୍ୟ ଆରମ୍ଭ ହେବାକୁ ଯାଉଛି ଦେଶବ୍ୟାପୀ ଟିକାକରଣ ଡ୍ରାଏ ରନ୍ ।

ରାଜକୋଟରେ ଏମ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ମୋଦି ।


ଟିକା ନେବା ପରେ ବି କରୋନା କଟକଣାକୁ ସତର୍କତାର ସହ ପାଳନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ‘‘ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ବିଶ୍ବବାସୀଙ୍କୁ ହୃଦବୋଧ କରାଇ ଦେଇଛି ୨୦୨୦ । ତେଣୁ ୨୦୨୧ରେ ଆମେ କୌଣସି ପ୍ରକାର ଢିଲା ନ କରିବା ଉଚିତ,’’ ସେ କହିଛନ୍ତି । ବର୍ଷର ଶେଷ ଦିନରେ ସେ କରୋନା ବିରୋଧରେ ଲଢେଇ କରି ସହିଦ୍ ହୋଇଥିବା ଯୋଦ୍ଧାଙ୍କୁ ବି ମନେ ପକାଇଛନ୍ତି ।

ଏହା ବି ପଢ଼ନ୍ତୁ | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ନିଆଁ ଲଗାଇଲେ; ୨୬ ଜଣ ଗିରଫ ହେଲେ

ଦେଶରେ ଟିକାକରଣ ପାଇଁ ଡ୍ରାଏ ରନ୍ ସରିଥିବା ବେଳେ ଗୁରୁବାର କରୋନା ପ୍ରତିଷେଧକ କୋଭିସିଲ୍ଡ, କୋଭାକ୍ସିନ୍ ଓ ଫାଇଜରର ତଥ୍ୟ ଉପରେ ଅନୁଧ୍ୟାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ବ୍ରିଟେନରେ ଅନୁମତି ମିଳିବା ପରେ ଭାରତ ସରକାର ତତ୍ପରତା ଦେଖାଇଛନ୍ତି  । ଶୁକ୍ରବାର ପୁଣି ଥରେ ବସିବାକୁ ଯାଉଛି DCGIର ସବଜେକ୍ଟ ଏକ୍ସପର୍ଟ କମିଟି  । ସେଠାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି ସରକାର  ।

ଏହା ବି ପଢ଼ନ୍ତୁ | ବାଇକ୍ ଆରୋହୀ ଜାଣି ରଖନ୍ତୁ: ବାଇକ୍ ପଛରେ ବସିଥିବା ଲୋକ ପାଇଁ ବି ହେଲମେଟ୍ ବାଧ୍ୟତାମୂଳକ ହେଲା

ବ୍ରିଟେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ମିଳିବା ପରେ ଭାରତରେ ଟିକାକରଣ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶା ସଞ୍ଚାର ହୋଇଛି  । ବ୍ରିଟେନର ନିଷ୍ପତ୍ତିକୁ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (AIIMS director Randeep Guleria) ଏକ ଭଲ ସଙ୍କେତ ବୋଲି କହିବା ସହ ଭାରତରେ ଖୁବ୍ ଶୀଘ୍ର ଟିକାକରଣ କରାଯିବ ବୋଲି ଆଶା ପ୍ରକଟ କରିଛନ୍ତି  ।

ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ

ସରକାରଙ୍କ ତତ୍ପରତା ଦେଖି ଚଳଚଞ୍ଚଳ ହୋଇ ଉଠିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ  । ବର୍ତ୍ତମାନ ସୁଦ୍ଧା ସେରମ୍ ଇନଷ୍ଟିଚ୍ୟୁଟ୍ ଟିକାର ୭୫ ନିୟୂତ ଡୋଜ୍ ପ୍ରସ୍ତୁତ କରି ରଖିଛି । ଆସନ୍ତା ସପ୍ତାହକୁ ତାହା ଶହେ ନିୟୂତ ହୋଇଯିବ ବୋଲି କହିଛନ୍ତି କମ୍ପାନିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଦାର ପୁନାୱାଲା (Serum Institute of India CEO Adaar Poonawala)।



ଟିକାକରଣ ପାଇଁ ଚାରିଟି ରାଜ୍ୟରେ ଶେଷ ହୋଇଛି ଡ୍ରାଏ ରନ୍ । ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ଆସାମରେ ସରିଛି ମିଛିମିଛିକା ଟିକାକରଣର ସତସତିକା ଡେମୋ । ଆସନ୍ତା ଶନିବାର ଠାରୁ ସାରା ଦେଶରେ ଆରମ୍ଭ ହେବ ଏହି ଡ୍ରାଏ ରନ୍  । ସେଇଥି ପାଇଁ ୮୩ କୋଟି ସିରିଞ୍ଜ୍‌ ଅର୍ଡ଼ର ଦିଆସରିଛି ।
Published by: Anand Shankar Thankur Das
First published: December 31, 2020, 11:59 PM IST
corona virus btn
corona virus btn
Loading