ଏବେ ଘର ଭଡ଼ା, ଲୋନ୍ କିସ୍ତି ଓ ଷ୍ଟାଫ୍ ପେମେଣ୍ଟ୍ କଷ୍ଟ ଲାଘବ ହେବ: ଜିମ୍ ଓ ପାର୍ଲର୍ ମାଲିକମାନଙ୍କ ଆଶା

ସାରା ରାଜ୍ୟରେ ଜିମ୍ ଖୋଲିବା ପରେ ଭୁବନେଶ୍ୱରର ସମେତ ବିଭିନ୍ନ ସହରରେ ଜିମର ପରିବେଶ ଥିଲା ବେଶ୍ ଚଳଚଞ୍ଚଳ । ଜିମଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା । ଲମ୍ବା ବ୍ୟବଧାନ ପରେ ଜିମ୍ ଖୋଲିଥିବାରୁ ସମସ୍ତଙ୍କ ଭିତରେ ଉତ୍ସାହ ଥିଲା ।

ଭୁବନେଶ୍ୱରରେ ଗୋଟିଏ ଜିମରେ ବ୍ୟାୟାମ କରୁଥିବା ଜଣେ ଯୁବକ

ଭୁବନେଶ୍ୱରରେ ଗୋଟିଏ ଜିମରେ ବ୍ୟାୟାମ କରୁଥିବା ଜଣେ ଯୁବକ

  • Share this:
News18 Odia Digital

ଭୁବନେଶ୍ୱର: ଦୀର୍ଘ ତିନି ମାସର ବ୍ୟବଧାନ ପରେ ସାରା ରାଜ୍ୟରେ ଜିମ୍‌, ବ୍ୟୁଟି ପାର୍ଲର, ସେଲୁନ୍‌ ଓ ସ୍ପା ଶୁକ୍ରବାର ଦିନ ଖୋଲିଛନ୍ତି । ଅନଲକ୍‌ର ପ୍ରଥମ ଦିନରେ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ଜିମ୍‌, ସ୍ପା ଓ ବ୍ୟୁଟି ପାର୍ଲରଗୁଡ଼ିକୁ ମାଲିକମାନେ ସଜାଡ଼ିବାରେ ବ୍ୟସ୍ତ ଥିବା ଦେଖାଯାଇଥିଲା । କିଛି ବ୍ୟବସାୟୀ ପୂର୍ବ ପ୍ରସ୍ତୁତି କାରଣରୁ ପ୍ରଥମ ଦିନରୁ ହିଁ ଗ୍ରାହକମାନଙ୍କ ଆଗ୍ରହ ପୂରଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ଅନୁମତି ମିଳି ନ ଥିବାରୁ ହତାଶ ହୋଇଥିଲେ ହଲ୍‌ ଓ ମଲ୍‌ ସହ ଜଡିତ ଲୋକେ । ଲକଡାଉନ୍‌ କଟକଣା ଯୋଗୁଁ ମଲ୍‌ ଓ ସିନେମା ହଲ୍‌ ଖୋଲିନାହାନ୍ତି ।

ସାରା ରାଜ୍ୟରେ ଜିମ୍ ଖୋଲିବା ପରେ ଭୁବନେଶ୍ୱରର ସମେତ ବିଭିନ୍ନ ସହରରେ ଜିମର ପରିବେଶ ଥିଲା ବେଶ୍‌ ଚଳଚଞ୍ଚଳ । ଜିମଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା । କୋଭିଡ୍‌ ଗାଇଡ଼୍‌ଲାଇନ ମାନି ଜିମରେ ବ୍ୟାୟାମ ଅଭ୍ୟାସ କରିବାକୁ ଆସିଥିବା ଲୋକେ ମାସ୍କ ପିନ୍ଧିଥିବା ଓ ହାତ ସାନିଟାଇଜିଂ କରୁଥିବା ଦେଖିବାକୁ ମିଳିଥିଲା । ଲମ୍ବା ବ୍ୟବଧାନ ପରେ ଜିମ୍ ଖୋଲିଥିବାରୁ ସମସ୍ତଙ୍କ ଭିତରେ ଉତ୍ସାହ ସ୍ପଷ୍ଟ ଦିଶୁଥିଲା ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

‘‘ଘରେ ବସି ବସି ସମୟ ସରୁ ନ ଥିଲା । ଅପେକ୍ଷା ଥିଲା କେବେ ଖୋଲିବ ଜିମ୍‌ । ଯାହା ହେଉ ଶେଷରେ ଖୋଲିଗଲା । ଆମେ ବହୁତ ଖୁସି । ଦୀର୍ଘ ତିନି ମାସର ବ୍ୟବଧାନ ପରେ ଏବେ ଟିକେ ଆଶ୍ୱସ୍ତି ଲାଗୁଛି,’’ କହିଛନ୍ତି ଜିମ୍‌ ପ୍ରଶିକ୍ଷାର୍ଥୀ  ସୀତା ମଣ୍ଡଳ ।

ଭୁବନେଶ୍ୱରରେ ଗୋଟିଏ ପାର୍ଲର୍ ଭିତରର ଦୃଶ୍ୟ


ମହାବୀର ମଲଟି ଜିମର ପରିଚାଳକ ଅକ୍ଷୟ ସ୍ୱାଇଁ କହିଛନ୍ତି, ‘‘ଘର ଭଡା, ସରକାରୀ ଲୋନ୍‌ କିସ୍ତି ଓ ଷ୍ଟାଫ ପେମେଣ୍ଟ୍‌ ଦେଇ ଦେଇ ଆମେ ହତାଶ ହେଉଥିଲୁ । କିନ୍ତୁ ଏବେ ବିଳମ୍ବରେ ହେଲେ ବି ଆମେ ଖୁସି ।’’

ଏହା ବି ପଢ଼ନ୍ତୁ | ବାବା କା ଢାବା ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି

ଜିମ୍ ଭଳି ଅନଲକ୍‌ କ୍ୟାଟେଗୋରି ଭିତରେ ଆସୁଥିବା ବ୍ୟୁଟି ପାର୍ଲର ଓ ସ୍ପାଗୁଡ଼ି଼କୁ ଖୋଲିବାକୁ ସରକାରୀ ଅନୁମତି ମିଳିଥିବାରୁ ପ୍ରଥମ ଦିନରେ ସମସ୍ତେ ଉତ୍ସାହିତ ଥିଲେ । ବନ୍ଦ ପଡ଼ିଥିବା ବ୍ୟବସାୟକୁ ପୁଣି ଥରେ ଠିଆ କରିବା ପାଇଁ ଲାଗି ପଡ଼ିଥିଲେ ମାଲିକ ଓ କର୍ମଚାରୀମାନେ । ବ୍ୟାଙ୍କ୍‌ ଲୋନ୍ କରି ଲକ୍ଷ ଲକ୍ଷ ଟଙ୍କା ଖଟାଇଥିବା ବ୍ୟବସାୟୀମାନେ ଏବେ ଆଶା ରଖିଛନ୍ତି ଯେ ପୂର୍ବ ସମସ୍ୟା ସରିବ ଓ ନୂଆ କରି ସେମାନେ ବ୍ୟବସାୟ ଆରମ୍ଭ କରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍

‘‘ବ୍ୟାଙ୍କ ଲୋନ୍‌ ଶୁଝିବା କଷ୍ଟ ବଢ଼ିଚାଲିଥିଲା । ଗତ ତିନି ମାସ ହେଲା ବିନା ଆୟରେ ଆମେ ଘର ଭଡ଼ା ଓ କିଛି କିଛି ଷ୍ଟାଫଙ୍କୁ ବିନା କାମରେ ଦରମା ଦେଉଥିଲୁ । ଏଣିକି ଆମ ସଂସ୍ଥା ନିୟମିତ ଖୋଲା ରହିଲେ ଆମ ବ୍ୟବସାୟ ଠିକ୍ ଚାଲିବ ବୋଲି ଆଶା କରୁଛୁ,’’ କହିଛନ୍ତି ଭୁବନେଶ୍ୱର ସତ୍ୟନଗରରେ ଥିବା ଏକ ଘରୋଇ ସ୍ପା, ୟୁନିସେକ୍ସ ସେଲୁନ୍‌ ତଥା ବ୍ୟୁଟି ପାର୍ଲରର ପରିଚାଳିକା ବୈଶାଳୀ ମହାପାତ୍ର ।

ଏହା ବି ପଢ଼ନ୍ତୁ | SSR: ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅତି ଭାବପ୍ରବଣ ପୋଷ୍ଟ ଲେଖିଲେ ତାଙ୍କୁ ଝୁରୁଥିବା ଗର୍ଲଫ୍ରେଣ୍ଡ୍ ରିୟା

ସରକାରୀ ନିର୍ଦ୍ଦେଶନାମା କାରଣରୁ ମଲ୍‌ ଓ ସିନେମା ହଲ୍‌ ବନ୍ଦ ରହିଥିବାରୁ ଏହାର ପରିଚାଳକ ଓ ଏଥି ସହ ସମ୍ପୃକ୍ତ ଲୋକେ ହତାଶା ପ୍ରକାଶ କରିଛନ୍ତି । କେଶରୀ ସିନେମା ହଲର ପରିଚାଳକ ରବି ମହାନ୍ତି କହିଛନ୍ତି, ‘‘ବିଳମ୍ବ ହେଉଛି । ତଥାପି ସରକାରଙ୍କ ଉପରେ ଆମର ଭରସା ଅଛି । ଆଶା କରୁଛୁ ଠିକ୍‌ ସମୟରେ ସିନେମା ହଲ୍‌ ଓ ମଲ୍‌ ଖୋଲିବ ।’’



ବସ୍‌ ସେବାକୁ ସରକାରୀ ଗ୍ରୀନ୍ ସିଗ୍‌ନାଲ୍‌ ମିଳିଥିଲେ ମଧ୍ୟ ପ୍ରଥମ ଦିନରେ ଭୁବନେଶ୍ୱର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇ ପାରି ନ ଥିବା ଦେଖିବାକୁ ମିଳିଥିଲା ।
Published by:Anand S.T. Das
First published: