ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳି

ଅଲିମ୍ପିକ୍ସର ପରମ୍ପରା ଅନୁଯାୟୀ ଇଭେଣ୍ଟ ସମୟରେ ବିଶ୍ୱର ସବୁ ଦେଶରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ମାଗଣା କଣ୍ଡୋମ୍ ବଣ୍ଟନ କରାଯାଇଥାଏ, ଯାହା ଦ୍ୱାରା ସେମାନେ ଏଚ୍.ଆଇ.ଭି. (HIV) ଓ ଅନ୍ୟ ଯୌନ ରୋଗରୁ ରକ୍ଷା ପାଇପାରିବେ ।

ଅଲିମ୍ପିକ୍ସ ଭିଲେଜରେ ଥିବା ବେଡସବୁ; (ଡାହାଣ) ଭିଡିଓରେ ଜିମ୍ନାଷ୍ଟ୍

ଅଲିମ୍ପିକ୍ସ ଭିଲେଜରେ ଥିବା ବେଡସବୁ; (ଡାହାଣ) ଭିଡିଓରେ ଜିମ୍ନାଷ୍ଟ୍

  • Share this:
News18 Odia Digital

ଟୋକିଓ: ଟୋକିଓ ଅଲିମ୍ପିକ୍ସ ୨୦୨୧ରେ (Tokyo Olympics 2021) ଭାଗନେବା ପାଇଁ ଖେଳାଳିମାନେ ଆସିବା ଆରମ୍ଭ କରିବା ସମୟରୁ ସେଠାରେ ସେମାନଙ୍କ ପାଇଁ ଥିବା ବିଛଣା (bed) ବିଷୟରେ ବିଭିନ୍ନ କଥା ବାହାରକୁ ଆସିଥିଲା ।ଅଲିମ୍ପିକ୍ସ ଗେମ୍ସରେ ଏଥର ବଡ଼ ପ୍ରସଙ୍ଗ ହେଉଛି ବିଛଣା, ଯାହାକୁ ‘‘ଆଣ୍ଟି-ସେକ୍ସ ବେଡ୍’’ (anti-sex bed) ବୋଲି କୁହାଯାଇଥିଲା, ଅର୍ଥାତ ସେହି ବିଛଣାରେ ସେକ୍ସ କରିବା ଅସମ୍ଭବ ବା କଷ୍ଟକର । ଅନେକ ଖେଳାଳି ଅଭିଯୋଗ କରିଥିଲେ ଯେ ସେହି ଶଯ୍ୟା କାର୍ଡବୋର୍ଡରେ ତିଆରି ହୋଇଛି, ତେଣୁ ଜଣଙ୍କ ଓଜନ ସହି ପାରିବ ନାହିଁ ଓ ସାମାନ୍ୟ ଝଟକା ହେଲେ ଭାଙ୍ଗିଯାଇପାରେ । ହେଲେ ଏବେ ଜଣେ ଜିମ୍ନାଷ୍ଟ ସେହି ଖବରକୁ ପ୍ରମାଣ ସହିତ ଏକ ଗୁଜବ ବୋଲି ଦର୍ଶାଇଛନ୍ତି ।

ଆୟରଲ୍ୟାଣ୍ଡର ଜିମ୍ନାଷ୍ଟ ରାଇସ୍‌ ମ୍ୟାକ୍ଲେନାଗାନ୍  (Irish gymnast Rhys McClenaghan ) କହିଛନ୍ତି ଯେ ଅଲିମ୍ପିକ୍ସ ଭିଲେଜରେ ଖେଳାଳିମାନଙ୍କ ପାଇଁ ଥିବା ଶଯ୍ୟାଗୁଡ଼ିକ ଦୁର୍ବଳ ବୋଲି ଆସିଥିବା ଖବର ସମ୍ପୂର୍ଣ୍ଣ ଗୁଜବ । ନିଜର ମତକୁ ପ୍ରମାଣ କରିବାକୁ ସେ ଏକ ଭିଡିଓ ବି ଶେୟାର୍‌ କରିଛନ୍ତି । ସେହି ଭିଡିଓରେ ସେ ଦର୍ଶାଇଛନ୍ତି ଯେ ଶଯ୍ୟାରେ କିଛି ଅସୁବିଧା ନାହିଁ (Olympic Beds are not anti sex) ।କାର୍ଡ଼ବୋର୍ଡରେ ତିଆରି ହୋଇଥିଲେ ବି ସେହି ବିଛଣାଗୁଡ଼ିକ ସବୁ ପ୍ରକାର ଝଟକା ସହିପାରେ ଓ ଭାଙ୍ଗେ ନାହିଁ ବୋଲି ସେ ନିଜ ଭିଡିଓରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ମୁଁ ଗଲି ଭାତ ବାଢ଼ିବାକୁ, ଆସିଲା ବେଳକୁ ସେ ଜଳୁଛନ୍ତି’’: ଏତେ ସରଳ ଥିଲା କି ACF ସୌମ୍ୟଙ୍କ ମୃତ୍ୟୁ?

ଅଲିମ୍ପିକ୍ ଗେମ୍ସ  (Olympic Games) ଅନେକ କାରଣରୁ କୁଖ୍ୟାତ ବୋଲି ବିବେଚନା କରାଯାଏ ।ସେଥି ମଧ୍ୟରୁ ଗୋଟିଏ କାରଣ ଏହା ଯେ ଖେଳାଳିମାନେ ଇଭେଣ୍ଟ ସମୟରେ ଏଠାରେ ଯୌନ ପର୍ଯ୍ୟଟନ (sex tourism) ମଧ୍ୟ କରନ୍ତି ।ଜାପାନରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସ ପାଇଁ ତିଆରି ହୋଇଥିବା ଅଲିମ୍ପିକ୍ ଭିଲେଜରେ ରୁମଗୁଡ଼ିକ ମଧ୍ୟରେ ରହିଛି କାର୍ଡବୋର୍ଡରେ ତିଆରି ବେଡ୍‌ । କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ସେଥିରେ ଶୋଇବାର ଜାଗା ଅଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

ଏହି ଶଯ୍ୟା ଦେଖିବା ପରେ ଖେଳାଳିମାନେ ଏହାକୁ ଆଣ୍ଟି-ସେକ୍ସ ବେଡ୍ (Olympics anti-sex bed) ନାମ ଦେଇଥିଲେ ।ସେମାନେ କହିଥିଲେ ଯେ ଯଦି ଦୁଇ ଜଣ ଏହି ଶଯ୍ୟା ଉପରେ ଏକାଠି ଚଢ଼ନ୍ତି, ତାହେଲେ ଏହା ଭାଙ୍ଗିଯିବ ଓ ଏହା କୌଣସି ଆଘାତକୁ ସହ୍ୟ କରିପାରିବ ନୁହେଁ । ସେମାନେ କହିଥିଲେ ଯେ ଯଦି ସେମାନେ ରାତିରେ ଭଲରେ ନ ଶୋଇବେ, ତାହେଲେ ସେମାନେ ସକାଳେ ଖେଳରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ।

ଏଇଠି ଦେଖନ୍ତୁ ସେହି ଭିଡିଓ:



ଅଲିମ୍ପିକ୍ସର ପରମ୍ପରା ଅନୁଯାୟୀ ୧୯୮୮ ପରଠାରୁ ଇଭେଣ୍ଟ ସମୟରେ ବିଶ୍ୱର ସବୁ ଦେଶରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ମାଗଣା କଣ୍ଡୋମ୍‌ ବଣ୍ଟନ କରାଯାଇଥାଏ, ଯାହା ଦ୍ୱାରା ସେମାନେ ଏଚ୍.ଆଇ.ଭି. (HIV) ଓ ଅନ୍ୟାନ୍ୟ ସେକ୍ସୁଆଲ୍‌ ରୋଗରୁ ରକ୍ଷା ପାଇପାରିବେ । ତେବେ ଏଥର କରୋନାଭାଇରସ୍ (Coronavirus) ମହାମାରୀର ପ୍ରକୋପ ଯୋଗୁଁ ହେତୁ ଆୟୋଜକମାନେ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ଯେ କଣ୍ଡୋମ ବଣ୍ଟନ କରିବା କେତେ ସୁରକ୍ଷିତ ରହିବ ।



ବର୍ତ୍ତମାନ ଖବର ଏମିତି ବି ଆସୁଛି ଯେ ଅଲିମ୍ପିକ୍ ଗେମ୍ସ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିମାନଙ୍କୁ କଣ୍ଡୋମ୍‌ ବଣ୍ଟନ କରାଯିବ ନାହିଁ, ଯାହା ଦ୍ୱାରା ଇଭେଣ୍ଟ ସମୟରେ କରୋନା ଭାଇରସ୍‌ ବ୍ୟାପିବ ନାହିଁ । ଯଦିଓ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ ଖେଳାଳିମାନେ ଅଲିମ୍ପିକ୍ ଭିଲେଜକୁ ନିଜ ସହିତ କଣ୍ଡୋମ୍‌ ଆଣିପାରିବେ କି ନାହିଁ ।
Published by:Anand ST Das
First published: