News18 Odia Digital
ଭୁବନେଶ୍ୱର: ଗୁଜରାଟରେ କରୋନା ସଂକ୍ରମଣର ସ୍ଥିତି ଭୟାବହ ହେଉଥିବା ବେଳେ ସୁରତରେ ୧୫ ଦିନ ଲାଗି ସବୁ ସୂତା କଳ ବନ୍ଦ ହୋଇଯିବାରୁ ସେଠାରେ କାମ କରୁଥିବା ଲକ୍ଷ ଲକ୍ଷ ଓଡ଼ିଆ ରୋଜଗାର ହରାଇ ଏବେ ଘର ମୁହାଁ ହେଉଛନ୍ତି । ସେମାନଙ୍କ ସହାୟତା ପାଇଁ ସରକାରଙ୍କ ଶ୍ରମ ଆୟୋଗ ଏକ ଚବିଶ-ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ ନମ୍ବର ଜାରି କରିଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । ଏକ ତାଜା ଆକଳନ ଅନୁସାରେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ୭୦ ଲକ୍ଷ ଲୋକ ଚାକିରି ହରାଇଛନ୍ତି।
ସୁରତରେ ସୂତା କଳଗୁଡ଼ିକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ସୁରତ ବୁଣାକାର ସଙ୍ଘର ନିଷ୍ପତ୍ତି ପରେ ସେଠାରେ କାମ କରୁଥିବା ଓଡ଼ିଆମାନଙ୍କ ବୃତ୍ତିରେ ତାଲା ଲାଗିଛି । ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ ଥିଲେ ବି ଟ୍ରେନ୍ ସେବା ଜାରି ରହିଥିବାରୁ ଜୀବିକା ହରାଇ ଘର ମୁହାଁ ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀଓଡ଼ିଶାର କୌଣସି ଶ୍ରମିକ ବା ପ୍ରବାସୀ ଓଡ଼ିଆ ଶ୍ରମିକ ଯେଉଁମାନେ ଅନ୍ୟ ଦେଶ ବା ରାଜ୍ୟରେ ଅସୁବିଧାରେ ଅଛନ୍ତି ସେମାନଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ଶ୍ରମ ଆୟୋଗ ଚବିଶ-ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ ନମ୍ବର ୧୮୦୦୩୪୫୬୭୦୩ ଜାରି କରିଛି ।
ଏହା ବି ପଢ଼ନ୍ତୁ | ମଣିଷ ନା ରାକ୍ଷସ? ନିଜ ମା’କୁ ମାରି ମୃତ ଦେହକୁ ୧,୦୦୦ ଖଣ୍ଡ କରି କାଟିଥିଲା ଓ ଖାଇଥିଲା ଏହି ଯୁବକପ୍ରବାସୀ ଶ୍ରମିକମାନଙ୍କ ଏହି ଦୟନୀୟ ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, ‘‘ଆମେ ସମସ୍ତେ ଶ୍ରମିକ ଦିବସ ପାଳନ କଲୁ । କିନ୍ତୁ ଭାବନ୍ତୁ କରୋନାର ପ୍ରଥମ ଲହରରେ ସେମାନେ ଏତେ କଷ୍ଟ ପାଇବା ପରେ ମଧ୍ୟ ତାଙ୍କ ପାଇଁ କୌଣସି ନୂଆ ପଦକ୍ଷେପ ନିଆଯାଇ ନାହିଁ । ନା ଘର ନା ସ୍ୱାସ୍ଥ୍ୟ ସୁବିଧା, ନା ସାମାଜିକ ସୁରକ୍ଷା । ଦୁଃଖର ବିଷୟ ଆମେ ସେମାନଙ୍କୁ ଦ୍ୱିତୀୟ ଲହରରକୁ ସାମ୍ନା କରିବାକୁ ପୁଣି ଥରେ ଛାଡି଼ଦେଇଛୁ ।’’
ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ
ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର
‘‘କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ରାଜ୍ୟରେ କାମ ଯୋଗାଇବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ ଯେ ପ୍ରବାସୀମାନେ ଯେଉଁଠି ଅଛନ୍ତି ସେହି ରାଜ୍ୟରେ ସେମାନଙ୍କ ପାଇଁ ଖାଦ୍ୟ, ସୁରକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସ୍ଥା କରନ୍ତୁ,’’ କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।
ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ଦରକାର ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?ଘରୋଇ ସର୍ବେକ୍ଷଣ ସଂସ୍ଥା ଭାରତୀୟ ଅର୍ଥନୀତି ଅନୁଧ୍ୟାନ କେନ୍ଦ୍ରର (ସି.ଏମ୍.ଆଇ.ଇ.) ଆକଳନ ଅନୁସାରେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ୭୦ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଏପ୍ରିଲ ମାସରେ ଦେଶର ବେକାରି ହାର ଚାରି ମାସରେ ସର୍ବାଧିକ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅଭିନେତ୍ରୀ ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ସେ ନର୍ଭସ୍ ହେଲେ!ଏହି ଆକଳନ ଅନୁସାରେ ଦେଶରେ ବେକାରି ହାର ପ୍ରାୟ ୮% ବୃଦ୍ଧି ପାଇଛି । ଗତ ମାର୍ଚ୍ଚରେ ଏହା ୬.୫% ଥିଲା । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରି ହାର ଉତ୍କଟ ହୋଇଛି । ଶ୍ରମ କ୍ଷେତ୍ରରେ ଯୋଗଦାନ ୪୦% କମିଛି । ଓଡ଼ିଶାରେ ବି ଏପ୍ରିଲ ମାସରେ ୧.୯ ପ୍ରତିଶତ ବେକାରି ବଢି଼ଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଓ ଫିଟ୍କିରି ପୂରାଉଛନ୍ତି’‘‘ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯେହେତୁ ଦ୍ୱିତୀୟ ଲହରୀର ପ୍ରଭାବ ଅଧିକ ରହିଛି, ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଚଳିତ ମାସରେ ବି ନିଯୁକ୍ତି ନେଇ ବିଶେଷ ଭଲ ଖବର ଆସିବାର ସମ୍ଭାବନା କମ୍ ରହିଛି । ଅର୍ଥାତ୍ ଗତ ଥର ଭଳି ସ୍ଥିତି ଏଥର ବି ବେକାରୀ ସମସ୍ୟା ଉପୁଜୁଛି,’’ କହିଛନ୍ତି ବିଶେଷଜ୍ଞ ତ୍ରିନାଥ ଲେଙ୍କା ।
ଗତ ବର୍ଷ କରୋନା ମହମାରୀ ପ୍ରଭାବରେ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା, ହେଲେ କଟକଣା ହଟିବା ପରେ ଏଥିରୁ ଧୀରେ ଧୀରେ ଦେଶ ଉପରକୁ ଉଠୁଥିବା ବେଳେ କରେନାର ଦ୍ୱିତୀୟ ଲହରୀ ପୁଣି ଥରେ ଅର୍ଥନୀତି ଉପରେ ମାଡ଼ କରିଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ମେ ଓ ଜୁନ୍ ଦୁଇ ମାସ ପାଇଁ ଅତିରିକ୍ତ ଖାଦ୍ୟ ଯୋଗାଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଘୋଷଣା କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।