Dhanvantri Rath | କରୋନା ମୁକାବିଲା ପାଇଁ ଗୁଜରାଟ ସରକାର ଚଳେଇଲେ ଧନ୍ୱନ୍ତରୀ ରଥ

ପ୍ରତ୍ୟେକ 'ରଥ'ରେ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଓ ଫାର୍ମାସିଷ୍ଟ ରହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ଟି ଭ୍ୟାନ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନଗୁଡିକରେ ଦୁଇ ଘଣ୍ଟା ପାଇଁ ରଖାଯାଇଥିଲା । ପ୍ରତ୍ୟେକ ଭ୍ୟାନ୍ ଦିନକୁ ଚାରିଟି ସ୍ଥାନରେ ସେବା ଯୋଗାଉଛି ।

Dhanvantri Rath | କରୋନା ମୁକାବିଲା ପାଇଁ ଗୁଜରାଟ ସରକାର ଚଳେଇଲେ ଧନ୍ୱନ୍ତରୀ ରଥ
ଅହମଦାବାଦରେ ଗୋଟିଏ ଧନ୍ୱନ୍ତରୀ ରଥ
  • Share this:
  • Byline Facebook
  • Byline Twitter
  • Byline Linkedin
#ଅହମଦାବାଦ: କରୋନା ଭାଇରସ୍ ସଂକ୍ରମଣ ମାମଲାଗୁଡ଼ିକୁ ରୋକିବା ପାଇଁ ଗୁଜୁରାଟ ସରକାର 'ଧନ୍ୱନ୍ତରୀ ରଥ' (Dhanvantri Rath) ନାଆଁରେ ବିଶେଷ କୋଭିଡ୍-୧୯ ଭ୍ୟାନ୍ ଲୋକମାନଙ୍କୁ ଚେକ୍-ଅପ୍ କରିବା ପାଇଁ ଓ ଔଷଧ ଯୋଗାଇବା ପାଇଁ ଅମଦାବାଦ ମ୍ୟୁନିସିପାଲ୍‌ କର୍ପୋରେସନ୍ ଅଞ୍ଚଳରେ ଚଳାଉଛନ୍ତି ।

ପ୍ରତ୍ୟେକ 'ରଥ'ରେ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଓ ଫାର୍ମାସିଷ୍ଟ ରହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ଟି ଭ୍ୟାନ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନଗୁଡିକରେ ଦୁଇ ଘଣ୍ଟା ପାଇଁ ରଖାଯାଇଥିଲା । ପ୍ରତ୍ୟେକ ଭ୍ୟାନ୍‌ ଦିନକୁ ଚାରିଟି ସ୍ଥାନରେ ସେବା ଯୋଗାଉଛି ।

ପ୍ରାରମ୍ଭରେ ଅମଦାବାଦ ମ୍ୟୁନିସିପାଲ୍‌ କର୍ପୋରେସନ୍ (Ahmedabad Municipal Corporation, AMC)ର ୧୪ଟି କଣ୍ଟେନମେଣ୍ଟ ୱାର୍ଡର ୨୦୦ଟି ବିଭିନ୍ନ ସ୍ଥାନକୁ ଏହି ରଥ ଦ୍ୱାରା କଭର୍‌ କରାଯାଇଥିଲା । ପର୍ଯ୍ୟାପ୍ତ ପରିମାଣରେ ଚିକିତ୍ସା ସେବା ଯୋଗାଇବା ପାଇଁ ୩୩୬ଟି ସ୍ଥାନକୁ ଅନ୍ତର୍ଭୁକ୍ତ କରି ଭ୍ୟାନ୍ ସଂଖ୍ୟା ବର୍ତ୍ତମାନ ୮୪କୁ ବୃଦ୍ଧି କରାଯାଇଛି ।

ଯେତେବେଳେ କୌଣସି ବ୍ୟକ୍ତି ଏହି ଭ୍ୟାନ୍ ପରିଦର୍ଶନ କରନ୍ତି ତାଙ୍କ ଶରୀରର ତାପମାତ୍ରା ଏକ ଥର୍ମାଲ୍ ବନ୍ଧୁକ ମାପକ ଦ୍ୱାରା ମାପ କରାଯାଏ । ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଇତିହାସ ମଧ୍ୟ ନିଆଯାଏ ଓ ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କର ମଧୁମେହ ପରୀକ୍ଷା କରାଯାଏ ।

ରୋଗୀଙ୍କ ଅଭିଯୋଗ ଉପରେ ନିର୍ଭର କରି ତାଙ୍କର ଅମ୍ଳଜାନ ସ୍ତର ଯାଞ୍ଚ କରିବା ପାଇଁ ଅକ୍ସିମିଟର ମଧ୍ୟ ବ୍ୟବହୃତ ହୁଏ । ଏହି ରଥରେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାରାସିଟାମୋଲ, ସେଟିରିଜାଇନ୍, ଆଜିଥ୍ରୋମାଇସିନ୍ ଭଳି ଔଷଧ ଯୋଗାଇ ଦିଆଯାଉଛି ।

ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ପ୍ରତ୍ୟେକ ରୋଗୀଙ୍କୁ “ଆୟୁଷ” ଔଷଧ (Ayush medicine) ବି ଏହି ରଥରେ ଦିଆଯାଉଛି ।

ଗୁଜରାଟ ସରକାର ଦାବି କରିଛନ୍ତି ଯେ ଏହି 'ରଥ' କାରଣରୁ ଏସ୍‌.ଭି.ପି. ହସ୍ପିଟାଲ ଓ ସିଭିଲ ହସପିଟାଲରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 1:23 PM IST
corona virus btn
corona virus btn
Loading