ଗୁଜରାଟ CMଙ୍କର ହୋଇପାରେ କୋଭିଡ ଟେଷ୍ଟ; ତାଙ୍କୁ ଭେଟିଥିବା କଂଗ୍ରେସ MLA ପଜିଟିଭ୍ ହେଲେ

ଏହି କଂଗ୍ରେସ୍ ବିଧାୟକ କରୋନା ଭାଇରସ୍ ପାଇଁ ନିଜ ନମୁନା ଦେବା ପରେ ଓ ଟେଷ୍ଟ ରେଜଲ୍ଟକୁ ଅପେକ୍ଷା କରୁଥିବା ସମୟରେ ମୁଖ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକରେ ଭାଗ ନେଇଥିଲେ ।

ଗୁଜରାଟ CMଙ୍କର ହୋଇପାରେ କୋଭିଡ ଟେଷ୍ଟ; ତାଙ୍କୁ ଭେଟିଥିବା କଂଗ୍ରେସ MLA ପଜିଟିଭ୍ ହେଲେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜୟ ରୁପାଣୀ (ଡାହାଣ) (ଫାଇଲ୍ ଫଟୋ)
  • News18 Odia
  • Last Updated: April 15, 2020, 2:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗାନ୍ଧିନଗର: ଗୁଜରାଟର ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀଙ୍କର ହୋଇପାରେ କରୋନା ଭାଇରସ ଯାଞ୍ଚ ପାଇଁ ପରୀକ୍ଷା । ଜଣେ କଂଗ୍ରେସ ବିଧାୟକ ତାଙ୍କୁ ଭେଟିବାର କିଛି ସମୟ କରୋନା ଟେଷ୍ଟରେ ପଜିଟିଭ ବୋଲି ଜଣା ପଡ଼ିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି ।

କେବଳ ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀ ନୁହଁନ୍ତି, ଗୁଜରାଟର ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କୁ ମଧ୍ୟ ଭେଟିଥିଲେ ଏହି କଂଗ୍ରେସ ବିଧାୟକ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ସକାଳେ ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀଙ୍କ ବାସଭବନରେ ଏକ ବୈଠକ ବସିଥିଲା । କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲାଙ୍କ ସମେତ ଅନ୍ୟ କିଛି ବିଧାୟକ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ତାଙ୍କୁ ଥଣ୍ଡା ଓ କାଶ ଥିଲେ ମଧ୍ୟ ସେ ବୈଠକରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ତାଙ୍କ ଟେଷ୍ଟ ପଜିଟିଭ ଆସିଥିଲା । ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କଂଗ୍ରେସ୍‌ ବିଧାୟକ ଖେଡାୱାଲା ଗତ କାଲି ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ । ତେବେ ମୁଖ୍ୟ ମନ୍ତ୍ରୀ ରୁପାଣୀଙ୍କର କୋଭିଡ ଟେଷ୍ଟ କରାଯିବ କି ନାହିଁ ତାହା ଉପରେ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ସରକାରୀ ଅଧିକାରୀ । ଏହି ବୈଠକରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ବୋଲି ଗୁଜରାଟ ସିଏମଓଙ୍କ ପକ୍ଷରୁ କୁହାଯାଇଛି ।

ସବୁ ଠୁ ବଡ଼ କଥା ହେଉଛି ଏହା ଯେ ଏହି କଂଗ୍ରେସ୍‌ ବିଧାୟକ କରୋନା ପାଇଁ ନିଜ ନମୁନା ଦେବା ପରେ ଓ ଟେଷ୍ଟ ରେଜଲ୍ଟକୁ ପ୍ରତୀକ୍ଷା କରୁଥିବା ସମୟରେ ମୁଖ୍ୟ ମନ୍ତ୍ରୀଙ୍କ ସହ ଏହି ବୈଠକରେ ଭାଗ ନେଇଥିଲେ । ଅନେକଙ୍କ ମତରେ ସେ ଟେଷ୍ଟ ରେଜଲ୍ଟ ଆସିବା ପୂର୍ବରୁ କୌଣସି ବୈଠକ ବା ସମାଗମରେ ଭାଗ ନେବା ଉଚିତ ନ ଥିଲା । ତେବେ ଅହମଦାବାଦ ସହରର ଏକ ଇଲାକାରେ କର୍ଫ୍ୟୁ ଜାରି କରିବା ଉପରେ ନିଷ୍ପତ୍ତି ପାଇଁ ଆୟୋଜିତ ଏହି ବୈଠକରେ ଭାଗ ନେଇଥିବା ନେତାଗଣ ପରସ୍ପର ଠାରୁ ୧୫ରୁ ୨୦ ଫୁଟ ଦୂରତା ରଖି ବସିଥିଲେ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟ ମନ୍ତ୍ରୀଙ୍କ ସଚିବ ଅଶ୍ୱିନୀ କୁମାର ।
First published: April 15, 2020, 2:13 PM IST
corona virus btn
corona virus btn
Loading