GST ନିର୍ଣ୍ଣୟ: ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସହମତି ହେଲାନି; ଜୀବନରକ୍ଷକ ଔଷଧ ଶସ୍ତା ହେଲା

GST council meeting decisions on petrol, diesel and lifesaving medicines | ଜି.ଏସ୍.ଟି. ହାରରେ ଏହି ହ୍ରାସ କେବଳ ରେମଡେସିଭର୍ ପରି ଔଷଧ ପାଇଁ ଉଦ୍ଦିଷ୍ଟ । ପୂର୍ବରୁ କରୋନା ଚିକିତ୍ସାରେ ଲାଗୁଥିବା ଔଷଧ ଉପରେ ଜି.ଏସ୍.ଟି. ହାର ଛାଡ କରାଯାଇଥିବା ବେଳେ ସେହି ତାଲିକାରେ ବିଭିନ୍ନ ଉପକରଣ ବି ଅନ୍ତର୍ଭୁକ୍ତ କରାଯାଇଥିଲା ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (ଫାଇଲ୍ ଫଟୋ)

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (ଫାଇଲ୍ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ଦ୍ରବ୍ୟ ଓ ସେବା କର (ଜି.ଏସ୍‌.ଟୁ.) ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ଅନେକ ଜୀବନ ରକ୍ଷାକାରୀ ଔଷଧକୁ ଜି.ଏସ୍‌.ଟି.ରୁ (GST) ମୁକ୍ତ କରାଯାଇଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଏହା ବି ଘୋଷଣା କରିଛନ୍ତି ଯେ କରୋନା ଚିକିତ୍ସା ସହ ଜଡିତ ଔଷଧ ଉପରେ ଜି.ଏସ୍‌.ଟି. ହାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା, ମାତ୍ର ସେହି ଅବଧିକୁ ଏବେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜି.ଏସ୍‌.ଟି. ହାରରେ ଏହି ହ୍ରାସ କେବଳ ରେମଡେସିଭର୍ ପରି ଔଷଧ ପାଇଁ ଉଦ୍ଦିଷ୍ଟ । ଏଥିରେ ଚିକିତ୍ସା ଉପକରଣ ଅନ୍ତର୍ଭୁକ୍ତ ନୁହଁନ୍ତି ।

ପୂର୍ବରୁ କରୋନା ଚିକିତ୍ସାରେ ଲାଗୁଥିବା ଔଷଧ ଉପରେ ଜି.ଏସ୍‌.ଟି. ହାର ଛାଡ କରାଯାଇଥିବା ବେଳେ ସେହି ତାଲିକାରେ ବିଭିନ୍ନ ଉପକରଣ ବି ଅନ୍ତର୍ଭୁକ୍ତ କରାଯାଇଥିଲା । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘‘ଆମେ ଜନସାଧାରଣଙ୍କ ସ୍ୱାର୍ଥରେ ଏହି ନିଷ୍ପତ୍ତି ନେଇଛୁ। ଏ ସବୁ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଅତ୍ୟାବଶ୍ୟକ ଔଷଧ ପାଇଁ ପ୍ରକ୍ରିୟା ବହୁତ ଲମ୍ବା ଥିଲା । ସେହି ଔଷଧଗୁଡ଼ିକୁ ବର୍ତ୍ତମାନ ଟ୍ୟାକ୍ସ ସୀମାରୁ ବାହାର କରାଯାଇଛି । ଜୋଲଗେନ୍ସମା (Zolgensma ) ଓ ଭିଲଟେପ୍ସୋ (Viltepso ) ନାମକ ଖୁବ୍‌ ଦାମୀ ଔଷଧକୁ ଟ୍ୟାକ୍ସ ପରିସରରୁ ବାହାର କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ଔଷଧଗୁଡ଼ିକୁ ଟ୍ୟାକ୍ସ ପରିସରରୁ ବାହାର କରିବାକୁ ପରାମର୍ଶ ଦିଆଯାଇଥିଲା ସେହି ଔଷଧଗୁଡିକ ବି ଛାଡ଼ କରାଯାଇଛି ।’’

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧଗୁଡି଼କ ଉପରେ ଟ୍ୟାକ୍ସ ଛାଡ଼ ସୀମା ଡିସେମ୍ବର ତିନି ମାସ ବଢ଼ାଇ ଏହି ଅବଧି ୩୧ ଡିସେମ୍ବର ପର୍ଯ୍ୟନ୍ତ କରାଯାଇଛି । ଏଥିରେ ଏମ୍ଫୋଟେରସିନ୍ ଓ ରେମଡେସିଭର୍ ସମେତ ଚାରିଟି ଔଷଧକୁ ଲାଭ ମିଳିବ । ଅନ୍ୟ ସାତଟି ଔଷଧର ଛାଡ଼ ସୀମା ବି ୧୨ ପ୍ରତିଶତରୁ ୭ ପ୍ରତିଶତକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କର୍କଟ ରୋଗର ଚିକିତ୍ସାରେ ଲାଗୁଥିବା ଔଷଧଗୁଡିକୁ ବି ୧୨ ପ୍ରତିଶତ ପରିସରରୁ ବାହାର କରି ୫ ପ୍ରତିଶତରେ ସାମିଲ କରାଯାଇଛି । ଭିନ୍ନକ୍ଷମ ଲୋକେ ବ୍ୟବହାର କରୁଥିବା ଯାନଗୁଡିକ ଉପରେ ଏବେ ମାତ୍ର ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡି଼ବ । ବାୟୋ ଡିଜେଲ ଉପରେ ଟ୍ୟାକ୍ସ ଛାଡ଼ କରି ତାକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ଅଣାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ

‘‘ଏହା କେବଳ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଏମିତି ହୋଇଛି ଯେ ଆମେ କୋର୍ଟଙ୍କ ପରାମର୍ଶ ଅନୁସାରେ ତାକୁ ଏହି ବୈଠକରେ ରଖିଛୁ । ଆମେ ସମସ୍ତଙ୍କୁ ପଚାରିଥିଲୁ ଯେ ପେଟ୍ରୋଲ୍‌ ଓ ଡିଜେଲକୁ ଜି.ଏସ୍‌.ଟି. ପରିସରକୁ ଅଣାଯିବା ଉଚିତ କି ନୁହେଁ । ଅଧିକାଂଶ ସଦସ୍ୟ ନା ବୋଲି କହିଥିଲେ । ଆମେ ଏହି କଥା କୋର୍ଟକୁ କହିବୁ,’’ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମାଳା ସୀତାରମଣ ।

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

ସ୍ୱିଗି ଓ ଜୋମାଟୋ ପରି ଅନଲାଇନ୍‌ ଖାଦ୍ୟ ଡେଲିଭରି କମ୍ପାନୀଗୁଡ଼ିକ ପାଇଁ ଏବେ ଅର୍ଡ଼ର ଅନୁଯାୟୀ ଟ୍ୟାକ୍ସ ଲାଗୁ କରାଯିବ ବୋଲି ସେ କହିଛନ୍ତି । ପୁରୁଣା ଟ୍ୟାକ୍ସ ପରିସରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ଟ୍ୟାକ୍ସ ନେବାର ପଦ୍ଧତି ବଦଳାଯିବ ଓ ଟ୍ୟାକ୍ସ ନିଆଯିବ । ଏବେ ରେଷ୍ଟୁରାଣ୍ଟରୁ ଟ୍ୟାକ୍ସ ସଂଗ୍ରହ କରିବା ପରିବର୍ତ୍ତେ ସେବା ପ୍ରଦାନକାରୀଙ୍କ ଠାରୁ ଟ୍ୟାକ୍ସ ନିଆଯିବ ।
Published by:Anand S.T. Das
First published: