ଆଙ୍କଲେଶ୍ବର ପ୍ଲାଣ୍ଟରେ କରୋନା ଟିକା ଉତ୍ପାଦନ ହେବ; ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ଯ ମନ୍ତ୍ରୀ

କେନ୍ଦ୍ର ସରକାର ଭାରତ ବାୟୋଟେକର ଆଙ୍କଲେଶ୍ୱର କାରଖାନାକୁ ଆଣ୍ଟି କୋଭିଡ ଟିକା କୋଭାକ୍ସିନ ଉତ୍ପାଦନ ପାଇଁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମଙ୍ଗଳବାର ଟ୍ୱିଟ କରି ସୂଚନା ଦେଇଛନ୍ତି।

ଆଙ୍କଲେଶ୍ୱର କାରଖାନାରେ କରୋନା ଟିକା ଉତ୍ପାଦନ କରିବା ପାଇଁ ମିଳିଲା ଅନୁମତି (ପ୍ରତୀକାତ୍ମକ ଛବି)

ଆଙ୍କଲେଶ୍ୱର କାରଖାନାରେ କରୋନା ଟିକା ଉତ୍ପାଦନ କରିବା ପାଇଁ ମିଳିଲା ଅନୁମତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଭାରତ ବାୟୋଟେକର ଆଙ୍କଲେଶ୍ୱର କାରଖାନାକୁ ଆଣ୍ଟି କୋଭିଡ ଟିକା କୋଭାକ୍ସିନ ଉତ୍ପାଦନ ପାଇଁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମଙ୍ଗଳବାର ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୁଜରାଟର ଭାରତ ବାୟୋଟେକର ଆଙ୍କଲେଶ୍ବର ପ୍ଲାଣ୍ଟରେ ଟିକା ଉତ୍ପାଦନ ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି। ଏହି ଅନୁମୋଦନ ଦେଶରେ କୋଭିଡ଼ ଟିକା ଉପଲବ୍ଧତା ବୃଦ୍ଧି କରିବାରେ ସହାୟକ ହେବ। ଚଳିତ ବର୍ଷ ମେ ମାସରେ ଭାରତ ବାୟୋଟେକ  କହିଥିଲା ଯେ ଆଙ୍କଲେଶ୍ବର ପ୍ଲାଣ୍ଟରେ ପ୍ରାୟ ୨୦୦ ନିୟୁତ ଅତିରିକ୍ତ କୋଭାକ୍ସିନ ଉତ୍ପାଦନ କରିବାର ଯୋଜନା ରହିଥିଲା।

ଭାରତରେ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ପାଇଁ ୬ଟି ଟିକା ଅନୁମୋଦନ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ, ଭାରତ ବାୟୋଟେକ କୋଭାକ୍ସିନ, ଋଷିଆର ସ୍ପୁଟ୍ନିକ ଭି ଓ ମଡ଼ର୍ଣ୍ଣା ଟିକା ଓ ଜନସନ ଆଣ୍ଡ ଜନସନଙ୍କ ଟିକା।

ବର୍ତ୍ତମାନ ପର୍ଯ୍ୟନ୍ତ ୫୧ କୋଟିରୁ ଅଧିକ ଲୋକ ଏହି ଟିକା ପାଇଛନ୍ତି। ଏପର୍ଯ୍ୟନ୍ତ ଦେଶରେ ୫୧ କୋଟିରୁ ଅଧିକ ଡୋଜ ଆଣ୍ଟି-କୋଭିଡ ଟିକା ଦିଆଯାଇଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।  ମନ୍ତ୍ରଣାଳୟ କହିଛି ଯେ ମଧ୍ୟବର୍ତ୍ତୀ ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସୋମବାର ଦିନ ୫୪,୯୧,୬୪୭ ଡୋଜ ଟିକା ଦିଆଯାଇଛି।  ଏଥିମଧ୍ୟରୁ ୧୮ରୁ ୪୪ବର୍ଷ ବୟସର ୨୬,୬୬,୬୧୧ଲୋକଙ୍କୁ ପ୍ରଥମ ଡୋଜ ଓ ୪,୫୯,୩୫୨ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିଲା।  ମନ୍ତ୍ରଣାଳୟ କହିଛି ଯେ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣ କରାଯାଉଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏହି ବୟସ ବର୍ଗର ୧୭,୯୫,୭୦,୩୪୮ ଲୋକଙ୍କୁ ପ୍ରଥମ ଡୋଜ ଓ ୧,୨୪,୯୧,୪୭୫ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।

ତଥ୍ୟ ଅନୁଯାୟୀ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ୧୮ ରୁ ୪୪ବର୍ଷ ବୟସର ଲୋକଙ୍କୁ ଏକ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି।  ଏଥି ସହିତ ଆନ୍ଧ୍ରପ୍ରଦେଶରେ ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ପ୍ରାୟ ୧୦ଲକ୍ଷ ଲୋକଙ୍କୁ ୧୮ ରୁ ୪୪ ବର୍ଷ ବୟସର ମାତ୍ର ଗୋଟିଏ ଡୋଜ ହୋଇଛି।
Published by:Soumya Das
First published: