ୱାର୍କ ଫର୍ମ ହୋମ ପାଇଁ ସରକାର ଜାରି କଲେ ଡ୍ରାଫ୍ଟ; ଏପ୍ରିଲରେ ଲାଗୁ ହୋଇପାରେ ନୂଆ ନିୟମ
ଶ୍ରମ ମନ୍ତ୍ରଣାଳୟର (labor Ministry) ୱାର୍କ ଫର୍ମ ହୋମ (Work from home) ଡ୍ରାଫ୍ଟ ଅନୁଯାୟୀ ଆଇଟି ସେକ୍ଟରକୁ (IT Sector) ଅନେକ ସୁବିଧା ମିଳିପାରେ । ଏହି ଡ୍ରାଫ୍ଟରେ ଆଇଟି କର୍ମଚାରୀଙ୍କୁ ୱର୍କିଙ୍ଗ ହାୱାରରେ (Working hour) ମଧ୍ୟ ରିହାତି ମିଳିପାରେ ।

ୱାର୍କ ଫର୍ମ ହୋମ ପାଇଁ ସରକାର ଜାରି କଲେ ଡ୍ରାଫ୍ଟ
- News18 Odia
- Last Updated: January 2, 2021, 3:29 PM IST
ନୂଆ ଦିଲ୍ଲୀ: କରୋନା ଭୂତାଣୁ (COVID-19) ମହାମାରୀ ଯୋଗୁଁ ଅଫିସର ୱାର୍କ କଲ୍ଚରରେ ଅନେକ ପରିବର୍ତ୍ତନ ଆସିଛି । କରୋନା ଭାଇରସ୍ ସଂକ୍ରମଣକୁ (Coronavirus) ରୋକିବା ପାଇଁ କାର୍ଯ୍ୟକ୍ଷେତ୍ରରେ ୱାର୍କ ଫର୍ମ ହୋମ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏହା ଅଧୀନରେ କର୍ମଚାରୀମାନେ ଘରୁ ନିଜ ଅଫିସ୍ କାମ କରିପାରିବେ । ଏଥି ସହିତ ସରକାର ଏଭଳି ନିୟମ ଆଣିବାକୁ ଚିନ୍ତା କରୁଛନ୍ତି । ଯାହା ଅଧୀନରେ କର୍ମଚାରୀମାନେ ଘରୁ କାମର ବିକଳ୍ପ ବାଛି ପାରିବେ । ଶ୍ରମ ମନ୍ତ୍ରଣାଳୟ ଏଥିପାଇଁ ଶୁକ୍ରବାର ଦିନ ଏକ ଡ୍ରାଫ୍ଟ ଜାରି କରିଛି । ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଖଣି, ଉତ୍ପାଦନ ଓ ସର୍ଭିସ ସେକ୍ଟର କର୍ମଚାରୀମାନେ ମଧ୍ୟ ନୂତନ ଆଇନର ଡ୍ରାଫ୍ଟରେ ସାମିଲ ହେବେ ।
ଡ୍ରାଫ୍ଟରେ ଅନେକ ବୈଶିଷ୍ଟ୍ୟ ରହିଛି - ନୂତନ ଡ୍ରାଫ୍ଟରେ ସମସ୍ତ ଶ୍ରମିକଙ୍କ ପାଇଁ ରେଳ ଯାତ୍ରାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂର୍ବରୁ ଏହି ସୁବିଧା କେବଳ ଖଣି କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଥିଲା । ଏଥି ସହିତ ଶୃଙ୍ଖଳା ଭାଙ୍ଗିବା ପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ନୂତନ ଡ୍ରାଫ୍ଟରେ ରଖାଯାଇଛି ।
ଡ୍ରାଫ୍ଟ ଉପରେ ସରକାର ପରାମର୍ଶ ମାଗିଛନ୍ତି- ଶ୍ରମ ମନ୍ତ୍ରଣାଳୟ new Industrial Relations Code ଉପରେ ସାଧାରଣ ଲୋକଙ୍କଠାରୁ ପରାମର୍ଶ ଲୋଡିଛି । ଯଦି ଆପଣ ଆପଣଙ୍କର ପରାମର୍ଶ ପଠାଇବାକୁ ଚାହାଁନ୍ତି । ତେବେ ଆପଣ ଏହାକୁ ୩୦ ଦିନ ମଧ୍ୟରେ ଶ୍ରମ ମନ୍ତ୍ରଣାଳୟକୁ ପଠାଇ ପାରିବେ । ଏଥି ସହିତ ଶ୍ରମ ମନ୍ତ୍ରଣାଳୟ ଏପ୍ରିଲରେ ଏହି ଆଇନକୁ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି ।